ହରଭଙ୍ଗା, ୨୧/୭(ଆପ୍ର): ଲୁହା ବିଦ୍ୟୁତ ଖୁଣ୍ଟ ନେଲା ଯୁବକଙ୍କ ଜୀବନ। ପଡିଆରେ ଗାଈ ଚରାଉ ଥିବା ସମୟରେ ବିଦ୍ୟୁତ ଖୁଣ୍ଟ ସସ୍ପର୍ଶରେ ଆସି ଜଣେ  ଯୁବକଙ୍କ ମୃତ୍ୟୁ ହୋଇଛି l 

ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପାଟଦୁହୁଲି ଗ୍ରାମର ନୀଳମଣି ନାୟକ(୫୫) ସବୁଦିନ ପରି ଆଜି ଗ୍ରାମ ନିକଟସ୍ତ ପଡିଆକୁ ଗାଈ ଚରାଇବାକୁ ଯାଇଥିଲେ। ପଡିଆରେ ଥିବା ଲୁହା ଇଲେକ୍ଟ୍ରି ପୋଲ ଆର୍ଥିଙ୍ଗ ହୋଇଯାଇଥିବା ବେଳେ ଉକ୍ତ ବିଦ୍ୟୁତ ପୋଲ ସଂସ୍ପର୍ଶରେ ଆସିଥିଲେ ଗାଈ ଚାରାଳି ଜଣକ। ଫଳରେ ଶରୀର ଅଧା ଅଂଶ ପୋଡି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା କୁହାଯାଉଛି l 

ଏପଟେ ତୁରନ୍ତ ଯୁବକଙ୍କୁ ଉଦ୍ଧାରକରି ପୁରୁଣାକଟକ ମେଡିକାଲ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଘଟଣାକୁ ନେଇ ପୁରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି l