ପ୍ରମୂଖ ଖବର
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ପୋଖରୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

Published By : Suraj Kumar | July 29, 2025 9:53 PM

ପାଟଣାଗଡ, ୨୮।୭(ଆପ୍ର): ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ ହେଲେ ଶୁଶିଲ ବରିହା। ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା କହ୍ନେଇଟାଳ ଗାଁରେ ଏହି ଘଟଣା ଘଟିଛି।

ଶୁଶିଲ ବିଲରୁ କାମ ସାରି ମଙ୍ଗଳବାର  ମଧ୍ୟାହ୍ନ ସମୟରେ କିଛି ମାଦକ ଦ୍ରବ୍ୟ ସେବନ କରି ଘରକୁ ଆସିଥିଲେ । ପରିବାର ବର୍ଗଙ୍କ ସହ ବଚସା ପରେ ସେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ  ଘରକୁ ନ ଫେରିବାରୁ ତାଙ୍କୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ପତ୍ତା ନମିଳିବାରୁ ପରିବାର ଲୋକ ଲରମ୍ଭା ଥାନାରେ ଶୁଶିଲ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଅଗ୍ନିଶମ ବାହିନୀର ସହାୟତା ନେଇ  ଗାଁ ପୋଖରୀରେ  ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ଅଗ୍ନିଶମ ବାହିନୀ ଦୀର୍ଘ ୬ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ପୋଖରୀରେ ଖୋଜାଖୋଜି କରିବା ପରେ ମଧ୍ୟ ଶୁଶିଲଙ୍କ  କୌଣସି ଖୋଜ ଖବର ମିଳି ନ ଥିଲା।  ପୁଲିସ ବିଭିନ୍ନ ଦିଗକୁ ନେଇ ଘଟଣାର  ତଦନ୍ତ କରୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.