କେନ୍ଦ୍ରାପଡା, ୪।୬ :   ବ୍ରାହ୍ମଣୀରେ ଗାଧୋଉଥିବା ବେଳେ ଟାଣି ନେଲା  କୁମ୍ଭୀର। ତେବେ ସାହାସର ସହ ମୁକାବିଳା କରି କୁମ୍ଭୀର ମୁହଁରୁ ଖସି ଆସିଲେ ଯୁବକ। ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ l

ବ୍ରାହ୍ମଣୀ ନଦୀରେ ବନବିଭଗ ପକ୍ଷରୁ ନିର୍ମାଣ ହୋଇଥିବା ଏକ ଗାଧୁଆ ଘାଟରେ ଗାଧୋଉଥିବା ବେଳେ କ୍ଷମାନିଧି ଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା l ଏଥିରେ ଭୟଭୀତ ନହୋଇ ସାହସର ସହିତ କୁମ୍ଭୀର ଆକ୍ରମଣ ର ପ୍ରତିରୋଧ କରିଥିଲେ କ୍ଷମାନିଧି l ଅନ୍ୟପକ୍ଷରେ ସେଠାରେ ଗାଧୋଉଥିବା ଅନ୍ୟ ଲୋକମାନେ ମଧ୍ୟ ଏକ ବାଉଁଶ ସାହଯ୍ୟରେ କୁମ୍ଭୀର ମୁହଁକୁ ପ୍ରହାର କରିଥିଲେ l ଶେଷରେ କୁମ୍ଭୀର ଟି କ୍ଷମାନିଧି ଙ୍କୁ ଛାଡି ଚାଲିଯାଇଥିଲା l କୁମ୍ଭୀର ଆକ୍ରମଣରେ କ୍ଷମାନିଧିଙ୍କ ଦୁଇ ଗୋଡ଼ରେ ଏକାଧିକ ଗଭୀର କ୍ଷତ ସ୍ରୁଷ୍ଟି ହୋଇଛି l  ଲୋକେ କ୍ଷମାନିଧି ଙ୍କୁ ଉଦ୍ଧାର କରି ମେଡ଼କାଲ ରେ ଭର୍ତ୍ତି କରିଛନ୍ତି l ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କୁମ୍ଭୀର ଟି ପ୍ରାୟ ୨୫ଫୁଟ ଲମ୍ବା ହେବ।

ଆହୁରି ପଢନ୍ତୁ : ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ , ୫୦ରୁ ଅଧିକ ସ୍ଥାନର ନାମ ହେବ ପରିବର୍ତ୍ତନ