ବ୍ରହ୍ମପୁର, ୧୩/୯: ବାପା  ଗାଳି କରିବାରୁ ପୁରୁଣା ବ୍ରହ୍ମପୁର ମେଣ୍ଟୁ  ଛକର ଲବ ସାହୁଙ୍କ ପୁଅ ସୁରଜ (୨୨)  ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ  ଦେଇଥିଲେ । ଗୁରୁତର ଅବସ୍ଥାରେ ଦୁଇ  ଦିନ ଧରି ଭୁବନେଶ୍ୱର ଏମ୍‌ସରେ ତାଙ୍କ  ଚିକିତ୍ସା ଜାରି ରହିଥିଲା । ଶୁକ୍ରବାର ସନ୍ଧ୍ୟା  ୭.୩୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଛନ୍ତି ।

ବୁଧବାର ରାତି ୯ଟା ୩୦ରେ  ସୁରଜ ଦୋକାନ ସମ୍ମୁଖରେ ଏକ ପ୍ଲାଷ୍ଟିକ୍‌  ବୋତଲରୁ ପେଟ୍ରୋଲ ବାହାର କରି ନିଜ  ଦେହରେ ଢାଳିଥିଲେ । ଏହାପରେ ନିଜକୁ  ନିଆଁ ଲଗାଇଥିଲେ । ସେ ହୁତୁହୁତୁ ଜଳୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ  ଉଦ୍ଧାରକରି ଏମ୍‌କେସିଜି ମେଡିକାଲ  କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରି ଡାକ୍ତର  ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରିଥିଲେ । ଦୁଇ  ଦିନ ଧରି ଏମ୍‌ସରେ ସୁରଜଙ୍କ ଚିକିତ୍ସା  ଜାରି ରହିଥିଲା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ  ଶେଷକୃତ୍ୟ କରିବେ ବୋଲି ବାପା କହିଛନ୍ତି ।