ପ୍ରମୂଖ ଖବର
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ: ଯୁବକ ମୃତ, ଜଣେ ଆହତ

Published By : Prameya | June 3, 2025 2:34 PM

ବ୍ରହ୍ମପୁର ୦୩/୦୬: ବ୍ରହ୍ମପୁରରେ ଅଶାନ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଗଡ଼ିଲା ମୁଣ୍ଡ।  ବଡ଼ବଜାର ଥାନା ଅନ୍ତର୍ଗତ ଜଗବନ୍ଧୁ ସାହିର ହାଉସ ଆପାର୍ଟମେଣ୍ଟ ଆଗରେ ଦୁଇ ଯୁବକ ଖଣ୍ଡାରେ ଆକ୍ରମଣ । ଘଟଣାସ୍ଥଳରେ ବିଦ୍ୟାଧର ପାଣିଗ୍ରାହୀ ଓରଫ ଲଡୁ(୨୧) ମୃତ୍ୟୁ ଘଟିଛି।  ସେହିପରି ଆକ୍ରମଣରେ ନରସିଂହ ସାହୁ ଗୁରୁତର ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ବଡ଼ ବଜାର ଥାନା ଆଇଆଇସି ବାବା ଶଙ୍କର ସରାଫ କହିଛନ୍ତି। 

ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତ୍ରୀରେ ବିଦ୍ୟାଧର ଓ ନରସିଂହ ଘରକୁ ଫେରୁଥିଲେ। ଏହି ସମୟରେ ଜଗବନ୍ଧୁ ବନ୍ଧ ପାର୍ଶ୍ଵରେ ୫ରୁ ଅଧିକ ଯୁବକ ବିଦ୍ୟାଧରଙ୍କୁ ଟାଣି ନେଇଥିଲେ। ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିବାକୁ ଲାଗିଥିଲେ। ନରସିଂହ ଛଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାର ଚୋଟ ମାରିବାରେ ଲାଗିଥିଲେ। ସ୍ଥାନୀୟ ଯୁବକ ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ନରସିଂହଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେ ସୁସ୍ଥ ହୋଇ ଫେରିଛନ୍ତି। ଘଟଣା ସ୍ଥଳରେ ଆଇଆଇସିଙ୍କ ସମେତ ପୁଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି। ଠାକୁରାଣୀ ଯାତ୍ରା ସମୟରେ ବିଦ୍ୟାଧର ଅନ୍ୟ ସହଯୋଗୀଙ୍କୁ ନେଇ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଥିଲେ। ଉକ୍ତ ମାମଲାରେ ଜେଲ ଯାଇ ବେଲରେ ଆସିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.