ଭୁବନେଶ୍ୱର,୦୫/୧୨: ପଟିଆ  ରେଳଷ୍ଟେସନସ୍ଥିତ ବିଜୁନଗର ଅଞ୍ଚଳରେ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଆତଙ୍କ  ଖେଳାଇଛନ୍ତି । ସେମାନେ ଜଣେ  ଫଳଦୋକାନୀକୁ ଗୋଡ଼ାଇ ହାଣିଛନ୍ତି ।  ଆକ୍ରମଣରେ ଫଳଦୋକାନୀ ଜଣକ  ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ  ରାଜକୁମାର ସ୍ୱାଇଁ । ତାଙ୍କ ମୁଣ୍ଡ, କାନ୍ଧ ଓ  ଶରୀରର ଅନ୍ୟାନ୍ୟ ଜାଗାରେ ଏକାଧିକ  ଖଣ୍ଡା ଚୋଟ ବାଜିଛି । ଇନ୍‌ଫୋସିଟି ଥାନା  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା  ଚଳାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା  ମୁତାବକ, ଆଜି ରାତି ପ୍ରାୟ ୧୦ଟା ବେଳେ  କିଛି ଯୁବକ ୩-୪ଟି ବାଇକ୍‌ ଧରି ଉକ୍ତ  ଅଞ୍ଚଳରେ ଚକ୍କର କାଟିଥିଲେ । ସମସ୍ତେ  ହାତରେ ଖଣ୍ଡା ଧରିଥିଲେ । ଜଣେ ଫଳ  ଦୋକାନୀ ଏହାକୁ ବିରୋଧ କରିବାରୁ ତାଙ୍କୁ  ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ।