ନୂଆଦିଲ୍ଲା,୧୮/୨; ଭିଡିଓ ପ୍ଲାଟଫର୍ମ ୟ୍ୟୁଟୁବ ଡାଉନ୍ ହୋଇଯାଇଛି । ୟୁଜର୍ସମାନେ ଭିଡିଓ ଦେଖି ପାରୁନାହାଁନ୍ତି । ଏହା ବ୍ୟତୀତ, ବ୍ୟବହାରକାରୀଙ୍କ ଆକାଉଣ୍ଟ ଆପେ ଆପେ ଲଗ୍ ଆଉଟ୍ ହେଉଛି । ଡାଉନଡେକ୍ଟର ଅନୁଯାୟୀ, ଆମେରିକାରେ ପ୍ରାୟ ୨୮୩,୪୯୦ ଲୋକ ରିପୋର୍ଟ କରିଛନ୍ତି ଯେ, ସେମାନେ ୟ୍ୟୁଟୁବ ଭିଡିଓ ଆକ୍ସେସ୍ କରିପାରୁନାହାଁନ୍ତି । ଯାହା ବିଶ୍ୱର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ । ଆମେରିକାରେ ୫୬% ବ୍ୟବହାରକାରୀ ୟ୍ୟୁଟୁବ ଆପ୍ରେ ଭିଡିଓ ଷ୍ଟ୍ରିମିଂ ଏବଂ ଆକାଉଣ୍ଟ ଲଗ୍ ଆଉଟ୍ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ ରେ ଉପଭୋକ୍ତାମାନେ ଭିଡିଓ ଦେଖି ପାରୁନାହାଁନ୍ତି । ପ୍ରାୟ ୧୦ ହଜାର ୟୁଜର୍ସ ସମସ୍ୟାରେ ପଡିଛନ୍ତି । କିଛି ଭିଡିଓ ସର୍ଚ୍ଚ କଲେ ଲେଖୁଛି ସମ୍‌ଥିଙ୍ଗ୍‌ ୱେଣ୍ଟ ରଙ୍ଗ..ଟ୍ରାଏ ଏଗେନ୍‌ । ସକାଳ ୬ଟା ୪୨ ମିନି​​​​​​​ଟରେ ଡାଉନ୍ ହୋଇଥିଲା ୟ୍ୟୁଟୁବ । 

ଯେବେ ୟୁଜର୍ସ ୟ୍ୟୁଟୁବ ଭିଜିଟ୍ କଲେ ସର୍ଭିସ୍ ଆକ୍ସେନ୍ କଲା ନାହିଁ । ଏହାପରେ ୟୁଜର୍ସ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଥିଲେ । ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକ ଡାଉନ ଡିଟେକ୍ଟରରେ ରିପୋର୍ଟ କରିଛନ୍ତି । ୟ୍ୟୁଟୁବ ହୋମପେଜ୍ ଡାଉନଲୋଡ ହେଉନାହିଁ । ମେସେଜ ଆସିଥିବା ସ୍କ୍ରିନସଟ ସେୟାର କରିଛନ୍ତି । ଭାରତ, ବ୍ରିଟେନ ଏବଂ ଆମେରିକା ସମେତ ଅନେକ ଦେଶରେ ୟ୍ୟୁଟୁବ ପ୍ରଭାବିତ ହୋଇଛି । ୟ୍ୟୁଟୁବ ସର୍ଭିସ ଠପ୍ ହେବା ପରେ କମ୍ପାନୀ ଏହାକୁ ନେଇ ଏକ୍ସରେ ପୋଷ୍ଟ କରି କହିଛି, ଯଦି ଆପଣଙ୍କୁ ୟ୍ୟୁଟୁବ ସର୍ଭିସ ଆକ୍ସେସ କରିବାରେ ସମସ୍ୟା ହେଉଛି ତେବେ ଆପଣ ଏକା ନୁହଁନ୍ତି । କମ୍ପାନୀ ଜଲଦୀ ଏହି ସମସ୍ୟାର ସମାଧାନ କରିବ । ଟିମ୍ ଏହାଉପରେ କାମ କରୁଛି ।

​​​​​​​

ଏହା ବି ପଢନ୍ତୁ..​​​​​​​ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ ! ହସ୍ପିଟାଲରେ ଭର୍ତ୍ତି...

​​​​​​ଦୁନିଆରେ ପୋର୍ଟାଲ ସେବା ଏବଂ ବିଭ୍ରାଟକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ମଧ୍ୟ ୟ୍ୟୁଟୁବ ବନ୍ଦ ହୋଇଥିବା ରିପୋର୍ଟ କରିଛି । ଏହି ସମସ୍ୟା ପୋର୍ଟାଲ ଏବଂ ଆପ୍ ଉଭୟରେ ଦେଖିବାକୁ ମିଳିଛି । ଫଳରେ ଭିଡିଓ ଷ୍ଟ୍ରିମିଂରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥିଲା । ଗୁଗଲର ୟ୍ୟୁଟୁବ ସାରା ବିଶ୍ୱରେ ଲୋକପ୍ରିୟ । ଏହାକୁ ମନୋରଞ୍ଜନଠାରୁ ଆରମ୍ଭ କରି ଭକ୍ତି ପୂଜା ସବୁଥିରେ ବ୍ୟବହାର କରାଯାଏ । ଅନେକ ପରୀକ୍ଷାର୍ଥୀ ୟ୍ୟୁଟୁବକୁ ପାଠପଢା ପାଇଁ ବ୍ୟବହାର କରନ୍ତି । ସେବା ବନ୍ଦ ହେବା ଦ୍ୱାରା ଛାତ୍ରମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।