ନୂଆଦିଲ୍ଲୀ, ୪/୨ : ମଣିପୁରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ସରିଲା ରାଷ୍ଟ୍ରପତି ଶାସନ । ବର୍ଷେ ପରେ ହଟିଛି ରାଷ୍ଟ୍ରପତି ଶାସନ । ବୁଧବାର ସଂନ୍ଧ୍ୟାରେ ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୟୁମନାମ ଖେମଚାନ୍ଦ । ଅଜୟ ଭଲ୍ଲା ଲୋକଭବନରେ ଗୋପନୀୟତାର ଶପଥପାଠ କରାଇଛନ୍ତି । ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁରରେ ଜଣେ ଅଭିଜ୍ଞ ଏବଂ ଶକ୍ତିଶାଳୀ ନେତା । ଏନ. ବୀରେନ ସିଂହଙ୍କ ସରକାରରେ, ଖେମଚାନ୍ଦ ସିଂହ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିଲେ । ବିଧାନସଭା ବାଚସ୍ପତି ଭାବରେ ତାଙ୍କର ନିରପେକ୍ଷ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ ରହିଥିଲେ ।

 

କହି ରଖୁଛୁ କି, ମଣିପୁରରେ ବର୍ତ୍ତମାନ ୩୭ ବିଧାୟକ ରହିଛନ୍ତି । ୨୦୨୨ରେ ବିଧାନସଭା ନିର୍ବାଚନରେ ବିଜେପିର ୩୨ ପ୍ରାର୍ଥୀ ଜିତିଥିଲେ । ଜେଡିୟୁ ୬ଟି ସିଟରେ ଜିତିଥିଲା । ଏଥିରୁ ୫ ଜଣ ବିଜେପିରେ ସାମିଲ ହୋଇଥିଲେ । ମଣିପୁରରେ ମେ’ ମାସ ୨୦୨୩ରେ ହିଂସା ଆରମ୍ଭ ହୋଇଥିଲା, ଯେତେବେଳେ ଚୁରାଚାନ୍ଦପୁରରେ କୁକି ଓ ମୈତେଇ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ସେବେଠାରୁ ମଣିପୁରରେ ହିଂସା ଜାରି ରହିଥିଲା । ଏହି ହିଂସା ମଧ୍ୟରେ, ଗତ ବର୍ଷ ମଣିପୁରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେଇଥିଲେ। ଏହା ପରେ, ଫେବୃଆରୀ ୧୨ ତାରିଖରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।

ଏହାସହ ପଢ଼ନ୍ତୁ : କିଏ ଏହି ୟୁମନାମ ଖେମଚାନ୍ଦ ? ଯିଏ ଏବେ ଅଶାନ୍ତ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି…