ଭୁବନେଶ୍ବର, ୧୯/୦୭: ଆସନ୍ତା କାଲିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା, କୋଲ୍ ରୟାଲଟିରୁ ଓଡ଼ିଶା ବଞ୍ଚିତ ହେବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି । ରବିବାର ସର୍ବଦଳୀୟ ବୈଠକ ବସିଥିବା ବେଳେ ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଉପସ୍ଥିତ ରହି ଅନେକ ଦାବି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକ ତ୍ରୁଟି ଯୋଗୁଁ ୪୦ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି କିନ୍ତୁ ଏହାକୁ ରାଜ୍ୟ ସରକାର ହାଲୁକା ଭାବେ ନେଉଛନ୍ତି ।
ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛି ବିଜେଡି । କୋଲ୍ ରୟାଲଲିଟିରୁ ଓଡ଼ିଶା ବଞ୍ଚିତ ହେଉଛି । ଓଡ଼ିଶାକୁ ତା’ର ହକ୍ ମିଳିବା ଆବଶ୍ୟକ ରହିଛି । ସେହିପରି MP ଲ୍ୟାଡ୍ ଫଣ୍ଡ୍ ଖର୍ଚ୍ଚ ନେଇ ବି ଉଦବେଗ୍ ପ୍ରକାଶ କରିଛନ୍ତି ମାନସ ମଙ୍ଗରାଜ। ସେ ଅଭିଯୋଗ କରିଛନ୍ତି କି MP ଲ୍ୟାଡ୍ ଖର୍ଚ୍ଚ କରାଇ ନଦେବାକୁ ଉଦ୍ୟମ ହେଉଛି। ଅର୍ଥ ପଡ଼ି ରହିଛି, ହେଲେ ଖର୍ଚ୍ଚ ହୋଇପାରୁନି । ଯେଉଁଠି ବି ଖର୍ଚ୍ଚ ହେଉଛି ସେଠାରେ ମନ୍ତ୍ରୀଙ୍କ ଫଳକ ଲାଗୁଛି । ଏହା ଉପରେ ଏକ ବିଶେଷ ଆଲୋଚନା ପାଇଁ ଦାବି ରଖିଛନ୍ତି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ଏହାଛଡ଼ା ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି, ଇଥାନଲ ମିଶ୍ରିତ ପେଟ୍ରୋଲ ସମସ୍ୟା ନେଇ ଆଲୋଚନା ପାଇଁ ବୈଠକରେ ବିଜେଡି ଦାବି ରଖିଛି ।
ଅଧିକ ପଢ଼ନ୍ତୁ- ମୌସୁମୀ ଅଧିବେଶନ ନେଇ ବଡ଼ ଅପଡେଟ ଦେଲେ ମନମୋହନ ସାମଲ୍; ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଅଛି ବିଲ୍ ପାସ୍ ହେବ