PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜମେଣ୍ଟ ଉପରେ ରାଗିଲେ ଯୁବରାଜ,କହିଲେ ଏଭଳି

ନୂଆଦିଲ୍ଲୀ,୧୪।୭: ଆଇସିସି କ୍ରିକେଟ ବିଶ୍ବକପ ୨୦୧୯ର ସେମିଫାଇନାଲ ମ୍ୟାଚରେ ମାତ୍ର ୧୮ ରନରେ ଭାରତ ହାରିଯିବା ପରେ ଦଳ ବିଶ୍ବକପରୁ ବାଦ ପଡିଥିଲା। ଏହାପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଓ ସିଲେକ୍ଟର ଲୋକଙ୍କ ଟାର୍ଗେଟରେ ଆସିଥିଲେ। ଏବେ ଏହି ଲୋକଙ୍କ ସୂଚିରେ ଆସିଯାଇଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂ। ସେ ଅମ୍ବାତି ରାଇଡୁଙ୍କୁ ନେଇ ଟିମ୍ ମ୍ୟାନେଜମେଣ୍ଟକୁ ଟାର୍ଗେଟ କରି କହିଛନ୍ତି, ତାଙ୍କ ସହ ଯାହା ହୋଇଛି ଠିକ୍ ହୋଇନାହିଁ।

ଯୁବରାଜ କହିଛନ୍ତି, ଟିମ ମ୍ୟାନେଜମେଣ୍ଟ ଖେଳାଳିଙ୍କୁ ସ୍ପଷ୍ଟ କରିଦେବା ଦରକାର ଥିଲା ବିଶ୍ବକପରେ ତାଙ୍କୁ ୪ନମ୍ବର ସ୍ଥାନରେ ଖେଳିବାର ଅଛି। ଏପରିକି ରାଇଡୁ ମଧ୍ୟ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଥମ ପସନ୍ଦ ଥିଲେ, ତଥାପି ମଧ୍ୟ  ସେ ନିରାଶ ହୋଇଥିଲେ। ରାଇଡୁ ଦୁଇଟ ମ୍ୟାଚରେ ଫେଲ ମାରିଗଲେ ଗୋଲି ଏହାର ଅର୍ଥ ନୁହେଁ ସେ ଆଗକୁ ଫେନ୍ ପ୍ରମାଣିତ ହେବେ। କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏହାକୁ ଉଚିତ୍ ମାନିଲାନି, ଯାହାଫଳରେ ଟିମ୍ ହାରିଗଲା।

ବିଶ୍ବକପରେ ଯେତେବେଳେ ଭାରତୀୟ ଟିମର ଚୟନ ହୋଇଥିଲା ତା ପୂର୍ବରୁ କୁହାଯାଉଥିଲା ଯେ, ଟିମରେ ୪ ନମ୍ବର ବ୍ୟାଟସମ୍ୟାନ ଭାବରେ ଅମ୍ବାତି ରାଇଡୁଙ୍କୁ ସ୍ଥାନ ମିଳିବ, କିନ୍ତୁ ଟିମରେ ବିଜୟ ଶଙ୍କରଙ୍କୁ ସ୍ଥାନ ଦିଆଗଲା। ରାଇଡୁଙ୍କୁ ରିଜର୍ଭ ଖେଳାଳି ଭାବରେ ସୂଚିରେ ସାମିଲ କରାଗଲା। କିନ୍ତୁ ଯେତେବେଳେ ଶିଖର ଧଓ୍ବନ ଓ ବିଜୟ ଶଙ୍କରଙ୍କୁ ଆଘାତ ଲାଗିଥିଲା ତାଙ୍କ ସ୍ଥାନରେ ରାଇଡୁଙ୍କୁ ଟିମରେ ସ୍ଥାନ ମିଳିନଥିଲା, ଯେଉଁଥିପାଇଁ ସେ ଅନ୍ତଃର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରିଥିଲେ। ଯୁବରାଜ କହିଛନ୍ତି, ଏହି କଥା ଖୁବ୍ ନିରାଶଜନକ ଯେ ରାଇଡୁଙ୍କ ସହ ଟିମ ମ୍ୟାନେଜମେଣ୍ଟ ଠିକ୍ କରିନାହାନ୍ତି। ସେ ବିଶ୍ବକପ ପାଇଁ ପ୍ରସ୍ତୁତ ଥିଲେ। ଦିନିକିଆ କ୍ରିକେଟରେ ୪ ନମ୍ବର ବ୍ୟାଟସମ୍ୟାନ ଯଦି ଖୁବ୍ ଜରୁରୀ ତେବେ ଖେଳାଳିଙ୍କୁ ନେବା ଦରକାର ଥିଲା।

ସମ୍ବନ୍ଧିତ ଖବର