ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

‘ଆଜି କାମର ବହୁତ ଚାପ ଅଛି...’, ସୁପ୍ରିମକୋର୍ଟ ପୁଣି ଘୁଞ୍ଚାଇଲେ ସୁବ୍ରମଣ୍ୟମ ସ୍ବାମୀଙ୍କ ଜନସ୍ବାର୍ଥ ମାମଲାର ଶୁଣାଣି

ନୂଆଦିଲ୍ଲୀ,୨୯।୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦକୁ ହଟାଇବାର ଏକ ଜନସ୍ବାର୍ଥ ଆବେଦନ ଦାଖଲ କରିଛନ୍ତି, ଯାହା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି, କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଆଜି ପୁଣିଥରେ ଏହି ମାମଲାର ଶୁଣାଣି ଘୁଞ୍ଚାଇ ଦେଇଛନ୍ତି।

କୋର୍ଟରେ ଯେତେବେଳେ ଶୁଣାଣି ଆରମ୍ଭ ହୋଇଥିଲା, ଆବେଦନକାରୀ ଏହାକୁ ସମ୍ବିଧାନିକ ପ୍ରସଙ୍ଗ ବୋଲି କହିବା ସହ କହିଛନ୍ତି, ମାଇଲର୍ଡ ଏହି ମାମଲାରେ ଯାହା ବି ପ୍ରଶ୍ନ ରହିଛି, ଆମକୁ ପଚରା ଯାଉ। ଆମେ ଏହାର ଜବାବ ଦେବାକୁ ଚାହୁଁଛୁ। ଏହା ଉପରେ ଜଷ୍ଟିସ୍ ଖାନ୍ନା ବିଜେପି ନେତାଙ୍କୁ କହିଛନ୍ତି, ମିଷ୍ଟର ସ୍ବାମୀ ଏହା ଉପରେ ଆମେ ଛୁଟି ପରେ ଶୁଣାଣି କରିବା। ଆଜି ଆମ ଉପରେ କାମ ବହୁତ ଚାପ ରହିଛି।’ 

ଉଲ୍ଲେଖନୀୟ ଯେ, ଫେବୃଆରୀରେ ଗତ ଶୁଣାଣିରେ ଜଷ୍ଟିସ୍ ଖାନ୍ନା ପଚାରିଥିଲେ, କ’ଣ ସମ୍ବିଧାନକୁ ୪୨ ତମ ସଂଶୋଧନ(ସେହି ଶବ୍ଦକୁ ସାମିଲ କରିବା ପାଇଁ କରାଯାଇଥିବା ସଂଶୋଧନ) ପୂର୍ବରୁ ମଧ୍ୟ ସଂଶୋଧିତ କରାଯାଇପାରେ ଓ ଏହି ଶବ୍ଦକୁ ଅଙ୍ଗୀକାର କରିବାର ତାରିଖକୁ ବଜାୟ ରଖାଯାଇ ପାରିଥାନ୍ତା ? ଏହାପରେ ମାମଲାକୁ ଅପ୍ରେଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ଦିଆଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.