ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା

ଭୁବନେଶ୍ୱର,୧୬/୦୪: ମଙ୍ଗଳବାର ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ  ମହାପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ  ବିଜେ କରି ରାମେଶ୍ୱର ମନ୍ଦିର ଅଭିମୁଖେ  ଯାତ୍ରା କରିବେ । ସାଙ୍ଗରେ ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମୁଣୀ ମଧ୍ୟ ବିରାଜମାନ  କରିବେ । ଏଥିପାଇଁ ସୋମବାର ରାତିରେ  ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହୋଇଛି ।  ମହାରଣା ସେବାୟତମାନେ ନିର୍ଦ୍ଧାରିତ ସମୟ  ପୂର୍ବରୁ ରଥ ହସ୍ତାନ୍ତର କରି ସାରିଛନ୍ତି । 

ଭୋର ୫ଟାରେ ମନ୍ଦିର ପହୁଡ଼  ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ  ନୀତି ହୋଇଛି । ଦିନ ସାଢ଼େ ୧୨ଟାରୁ ସାଢ଼େ  ୧ଟା ମଧ୍ୟରେ ଦେବଦେବୀଙ୍କୁ ପହଣ୍ଡି  କରାଯାଇ ରଥକୁ ନିଆଯିବ । ରଥ ଉପରେ  ବିଭିନ୍ନ ପ୍ରକାର ୧୪ଟି ପୂଜା ଶେଷ ହେବା  ପରେ ଆଜ୍ଞାମାଳ ପାଇ ରଥ କାଳିସୀ ଅଶ୍ୱ  ଉପରେ ବସିବେ । ପରେ ସେ ରଥ ଟାଣିବା  ନିମନ୍ତେ ଭକ୍ତଙ୍କୁ ଡାକ ଦେବା କ୍ଷଣି ଘର ଘର  ନାଦରେ ଗଡ଼ିବ ରଥ । ଏଥର ରଥ ଟଣା  ଅପରାହ୍ଣ ସାଢେ ୩ଟାରେ ଆରମ୍ଭ ହୋଇ  ଗୋଟିଏ ଦିନରେ ଅର୍ଥାତ ସନ୍ଧ୍ୟା ସାଢେ୭ଟା  ପୂର୍ବରୁ ରାମେଶ୍ୱରରେ ପହଞ୍ଚିବାକୁ  ମନ୍ଦିର ପ୍ରଶାସନ ଦ୍ୱାରା ନିଷ୍ପତ୍ତି ହୋଇଛି ।  ବାଟରେ ଗୋପାଳତୀର୍ଥ, ଶିବତୀର୍ଥ,  ଭାରତୀ ମଠ ଓ ଅସୁର କିଆରୀଠାରେ  ମଧ୍ୟ ଶ୍ରୀଜିଉଙ୍କୁ ଭୋଗ ଲାଗି କରାଯିବ । 

ରାମେଶ୍ୱରରେ ପହଞ୍ଚିବା ପରେ  ସେଠାରେ ପ୍ରଥମେ ଅଶୋକା କୁଣ୍ଡରେ  ମହାପ୍ରଭୁ ସ୍ନାନ କରିବେ । ପରେ ୧୪ଟି  ଅଶୋକ କଢ଼ି ଲାଗି ହେବ । ଏହାପରେ ଭେଟ  ଆଳତୀ ନୀତିରେ ରାମେଶ୍ୱରଙ୍କୁ ସାକ୍ଷାତ  କରିବେ । ସେଠାରେ ଆସ୍ଥାନକୁ ବିଜେ କରି  ୪ ଦିନ ଅବସ୍ଥାନ କରିବେ । ଆସନ୍ତା ୨୦  ତାରିଖରେ ମନ୍ଦିର ଅଭିମୁଖେ ବାହୁଡିବେ । 

ସୁରକ୍ଷା ନିମନ୍ତେ କମିଶନରେଟ  ପୁଲିସ ପକ୍ଷରୁ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ  କରାଯିବା ସହ ୭୦ ଅଫିସର ଡିସିପିଙ୍କ  ନେତୃତ୍ୱରେ ନିୟୋଜିତ ରହିବେ । ଭୋର  ୪ଟାରେ ପ୍ରଥମ ଦଫାରେ କିଛି ପୁଲିସ  ଫୋର୍ସ ମନ୍ଦିରଠାରେ ନିୟୋଜିତ ହେବେ ।  ପରେ ଦିନ ୧୨ଟାରେ ସମସ୍ତେ ରଥ  ପାଖରେ ତଦାରଖ କରିବେ । ରଥ କର୍ଡନ  କରି ନେଲାବେଳେ ସାବଧାନତା ଅବଲମ୍ବନ  କରାଯିବ । ଦିନ ତମାମ ରଥ ରୋଡ୍‌ ଦେଇ  କୌଣସି ଗାଡ଼ି ଚଳାଚଳ କରିବ ନାହିଁ ।  ଶ୍ରଦ୍ଧାଳୁଙ୍କ ଗାଡି ପାର୍କିଂ ନିମନ୍ତେ ସାନିଟାରିଅମ୍‌  ଛକରେ ବ୍ୟବସ୍ଥା କରାଯାଇଛି । ସୋମବାର ସନ୍ଧ୍ୟାରେ ଡିସିପି ୭୦ ଅଫିସରଙ୍କ ସହ  ସମସ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । 

ବିଏମ୍‌ସି ଦ୍ୱାରା ରଥ ଯାତ୍ରାରେ ପାଣି  ସିଞ୍ଚନ, ଆଲୋକୀକରଣ, ଫୁଲ ସାଜସଜ୍ଜା  ଓ ପରିମଳ ବ୍ୟବସ୍ଥା କରାଯିବ । ବିଏମ୍‌ସି  ହସ୍ପିଟାଲ ଓ ଅନ୍ୟ ଏନଜିଓଙ୍କ ଦ୍ୱାରା  ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା  ଧାରା ବିବରଣୀ, ନୀତିକାନ୍ତି ଓ ଆଧ୍ୟାତ୍ମିକ  ପ୍ରବଚନ ଦିଆଯିବ । ଶ୍ରଦ୍ଧାଳୁଙ୍କ ଯିବାଆସିବା  ପାଇଁ ଅତିରକ୍ତ ମୋ ବସ୍‌ ଚଳାଚଳ କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.