ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା

ଭୁବନେଶ୍ୱର୦୩/୦୫: ଆଜି ଏକାମ୍ର ନିର୍ବାଚନମଣ୍ଡଳୀରୁ  ବିଜେପି  ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେଡି ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ମାନାଙ୍କନପତ୍ର ଦାଖଲ କରିବେ । ସକାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ୨ ନେତାଙ୍କ ପଦଯାତ୍ରା ବାହାରିବେ । ହଜାର ହଜାର କର୍ମୀ, ସମର୍ଥକଙ୍କ ଗହଣରେ ୨ ନେତା  ଉପ-ଜିଲ୍ଲାପାଳଙ୍କ ଅଫିସକୁ ଯିବେ । 

ଆଉ କିଛି ସମୟ ପରେ ଅଶୋକଙ୍କ ପଦଯାତ୍ରା ରଥଖଳାରୁ ବାହାରିବ । କର୍ମୀଙ୍କ ଗହଣରେ ଅଶୋକ ଚାଲି ଚାଲି ବଢ଼େଇବାଙ୍କ,  ତିନିମୁଣ୍ଡିଆ ଛକ, ଗୋସାଗରେଶ୍ୱର ଛକ, ମାଉସୀ ମା’ ଛକ ଦେଇ କଳ୍ପନା  ଯାଏଁ ଯିବେ । 

ଉତ୍ତର ଭୁବନେଶ୍ୱର ଆସନ ପାଇଁ ନାମାଙ୍କନ ଭରିବେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର

ସେହିପରି ବାବୁ ମଧ୍ୟ ନାମାଙ୍କନ ପାଇଁ ବିଶାଳ ଶୋଭାଯାତ୍ରାରେ  ଯିବେ । ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ  ତାଙ୍କ ଶୋଭାଯାତ୍ରା ବାହାରିବ । ଗ୍ୟାରେଜ୍‌ ଛକରୁ ଲୁଇସ୍‌ ରୋଡରେ ରବି ଟକିଜ ଛକ ଦେଇ କଳ୍ପନାରେ ପହଞ୍ଚିବ । ଗୋଟିଏ ଦିନରେ ୨ଟି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ  ଶୋଭାଯାତ୍ରା ଯୋଗୁ ଲୁଇସ୍‌ ରୋଡ, ରଥ ରୋଡ, ମାଉସୀ ମା’ ଛକ-କଳ୍ପନା  ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ଉପୁଜିବ । ପୁଲିସ ନିଷ୍ପତ୍ତି ନେଇଛି, ଲୁଇସ୍‌  ରୋଡର ଗୋଟିଏ ପାଶ୍ୱର୍କୁ ବ୍ଲକ କରାଯିବ । ସେହିପରି ଶୋଭାଯାତ୍ରା ବେଳେ ରଥ  ରୋଡ ଓ ମାଉସୀ ମା’ ରାସ୍ତାକୁ ମଧ୍ୟ ସାମୟିକ ସମୟ ପାଇଁ ବନ୍ଦ କରାଯିବ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.