ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

୫ ବର୍ଷରେ ୪୫ ପ୍ରତିଶତ ବଢ଼ିଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ସଂପତ୍ତି

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ଏବଂ ବିଧାୟକ   ପ୍ରାର୍ଥୀ ନାରା ଲୋକେଶଙ୍କ ସଂପତ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ନିର୍ବାଚନ ଲାଗି ସେ ଦେଇଥିବା ସତ୍ୟପାଠରେ ତାଙ୍କର ସଂପତ୍ତି ସଂପର୍କରେ ଜଣାପଡ଼ିଛି । ନାରା ଲୋକେଶ ଏବଂ ତାଙ୍କ ପତ୍ନୀ ବ୍ରାହ୍ମଣୀଙ୍କ ସଂପତ୍ତି ଗତ ୫ ବର୍ଷ ମଧ୍ୟରେ ୧୬୯ କୋଟି ଟଙ୍କା ବୃଦ୍ଧି ପାଇଛି । ୨୦୧୯ରେ ନାରା ଲୋକେଶଙ୍କ ସଂପତ୍ତିର ମୂଲ୍ୟ ୩୭୩ କୋଟି ଟଙ୍କା ଥିବା ବେଳେ ଏବେ ତାଙ୍କ ପାଖରେ ୫୪୨ କୋଟି ଟଙ୍କାର ସଂପତ୍ତି ରହିଛି । 

ମଙ୍ଗାଳାଗିରି ଆସନରୁ ତେଲୁଗ ଦେଶମ ପାର୍ଟି ବା ଟିଡିପିର ବିଧାୟକ ପ୍ରାର୍ଥୀ ନାରା ଲୋକେଶ ଦେଇଥିବା ସତ୍ୟପାଠରେ ଏନେଇ ଜଣାଇଛନ୍ତି । ପତ୍ନୀ ଓ ପୁଅଙ୍କ ସମେତ ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୫୪୨ କୋଟି ଟଙ୍କା ୪୧ ବର୍ଷୀୟ ନାରା ଲୋକେଶ ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୩୯୪ କୋଟି ଟଙ୍କାର ଅସ୍ଥାବର ସଂପତ୍ତି ରହିଛି । ଏଥିରେ ହେରିଟେଜ୍‌ ଫୁଡସ୍‌, ନିର୍ବାଣ ହୋଲ୍ଡିଂସ୍‌ ଏବଂ ମେଗାବିଡ ଫାଇନାନ୍ସରେ ସେମାନଙ୍କର ସେୟାର ରହିଛି ।ଲୋକେଶଙ୍କ ସ୍ଥାବର ସଂପତ୍ତି ହାଇଦ୍ରାବାଦର ଜୁବଲି ହିଲ୍ସ, ମାଣିକୋଣ୍ଡା, ମାଦିନାଗୁଡା ଏବଂ ମାଧପୁରରେ ରହିଛି ।ସେହିଭଳି ୨୦୨୨-୨୩ରେ ଘରଭଡ଼ା ବାବଦକୁ ମୋଟ ୧୮ କୋଟି ଟଙ୍କା ପାଇଛନ୍ତି ଲୋକେଶ ଏବଂ ତାଙ୍କ ପରିବାର ।

 ନାରା ଲୋକେଶଙ୍କ କେବଳ ଯେ ସଂପତ୍ତି ବୃଦ୍ଧି ପାଇଛି ତାହା ନୁହେଁ ବରଂ ତାଙ୍କ ବିରୋଧରେ ଅପରାଧିକ ମାମଲା ବି କିଛି କମ୍‌ ନାହିଁ । ଅମରାବତୀ ଇନର ରୋଡ୍‌ ଦୁର୍ନୀତି ସହ ତାଙ୍କ ନାଁରେ ୨୪ଟି ଅପରାଧିକ ମାମଲା ରହିଛି । ତେବେ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଏମବିଏ କରିଥିବା ଲୋକେଶ ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଏବଂ ୨୫ଟି ଲୋକସଭା ଆସନରେ ମେ ୧୩ରେ ନିର୍ବାଚନ ହେବାକୁ ଯାଉଛି । 

 ଅନ୍ୟପଟେ ୨୦୧୪ରୁ ଲୋକେଶ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଟିଡିପିର ସାଧାରଣ ସଂପାଦକ ହେବା ସହ ଦଳୀୟ ନିଷ୍ପତ୍ତିରେ ତାଙ୍କର ବଡ଼ ଭୂମିକା ରହିଛି । ଦଳର ପଲିସି ପ୍ରସ୍ତୁତିରେ ସକ୍ରିୟ ଅଂଶଗ୍ରହଣ କରିଆସିଛନ୍ତି ଲୋକେଶ ।୨୦୧୭ରେ ସେ ବିଧାନ ପରିଷଦକୁ ନିର୍ବାଚତି ହେବା ସହ ମନ୍ତ୍ରୀ ହୋଇଥିଲେ । ପଞ୍ଚାୟତି ରାଜ ଏବଂ ଆଇଟି ମନ୍ତ୍ରୀ ହୋଇଥିଲେ ନାରା ଲୋକେଶ । 

ମନ୍ତ୍ରୀ ଥିବା ସମୟରେ ନିଜର କାର୍ଯ୍ୟଶୈଳୀ ପାଇଁ ସେ ଏକାଧିକ ଆଓ୍ବାର୍ଡ ମଧ୍ୟ ପାଇଛନ୍ତି ।  ପରେ ୨୦୧୯ ନିର୍ବାଚନରେ ମଙ୍ଗଳାଗିରି ବିଧାନସଭା ମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରିଥିଲେ ସେ । ହେଲେ ତାଙ୍କୁ ଓ୍ବାଇଏସଆର କଂଗ୍ରେସର ଆଲା ରାମକୃଷ୍ଣ ରେଡ୍ଡୀଙ୍କ ପାଖରୁ କମ୍‌ ଭୋଟ ବ୍ୟବଧାନରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ପରେ ପୁଣି ଚଳିତ ନିର୍ବାଚନରେ ମଙ୍ଗଳାଗିରି ଆସନରୁ ପ୍ରାର୍ଥୀ ହୋଇଛନ୍ତି ନାରା ଲୋକେଶ । ତେବେ ୨୦୦୭ରେ ନିଜର ସଂପର୍କୀୟ ଭଉଣୀ ତଥା ଅଭିନେତା ଏବଂ ରାଜନେତା ନନ୍ଦାମୁରି ବାଲାକ୍ରିଷ୍ଣାଙ୍କ ଝିଅ ବ୍ରାହ୍ମଣୀଙ୍କୁ ବିବାହ କରିଥିଲେ । ଲୋକେଶ ଏବଂ ବ୍ରାହ୍ମଣୀଙ୍କ ଏକ ପୁତ୍ର ସନ୍ତାନ ଦେବାଂଶ ଅଛନ୍ତି । 

  • TDP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.