ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩କୁ ନେଇ ବଡ଼ ଖୁଲାସା କଲେ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇ ଯାଇଥାନ୍ତା ଚନ୍ଦ୍ରଯାନ-୩। ଯଦି ଇସ୍ରୋ ବୈଜ୍ଞନିକମାନେ ଏହାର ଦିଗ ଓ ଗତି ନବଦଳାଇ ଥାନ୍ତେ, ଏହା ବଡ଼ ବିପଦର ସମ୍ମୁଖିନ ହୋଇ ଥାନ୍ତା। ଭାରତର ସବୁଠୁ ବଡ଼ ମୁନ୍ ମିଶନ ୧୪ ଜୁଲାଇ ୨୦୨୩ରେ ଶ୍ରୀହରିକୋଟାର ସତିଶ ଧବନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇ ଥିଲା। ଏହି ମିଶନ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ହିଁ ଏହା ଧ୍ୱଂସ ହୋଇ ଯାଇଥାନ୍ତା, ଯଦି ଏହାର ଲଞ୍ଚିଂକୁ ୪ ସେକେଣ୍ଡ ବିଳମ୍ୱରେ କରା ନଯାଇ ଥାନ୍ତା।
କୌଣସି ବି ସାଟେଲାଇଟ୍ ବା ସ୍ପେସ୍କ୍ରାଫ୍ଟ ଲଞ୍ଚ କରିବା ପୂର୍ବରୁ ଇସ୍ରୋ ବୈଜ୍ଞାନିକ ଏହାର କୋଲିଜନ ଆଭଏଣ୍ଡେନ୍ସ ଆନାଲିସିସ୍ ବା COLA କରିଥାନ୍ତି। ଏଥିପାଇଁ କି ଲଞ୍ଚିଂ ପରେ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପୂର୍ବରୁ ସ୍ପେସ୍କ୍ରାଫ୍ଟ ବା ସାଟେଲାଇଟ୍ ଅନ୍ୟ କୌଣସି ଉପଗ୍ରହ ବା ମହାକାଶର ମଇଳା ଆବର୍ଜନା ସହ ଧକ୍କା ନହେଉ। ଏଥିପାଇଁ ଚନ୍ଦ୍ରଯାନ-୩ ର ଲଞ୍ଚିଂ ୪ ସେକେଣ୍ଡର ବିଳମ୍ୱରେ କରାଯାଇ ଥିଲା।
କେବଳ ଚନ୍ଦ୍ରଯାନ-୩ ହିଁ ନୁହେଁ , PSLV-C55/TeLEOS-2ର ଲଞ୍ଚିଂ ମଧ୍ୟ ୨୨ ଅପ୍ରେଲ ୨୦୨୩ରେ ଏକ ମିନିଟ୍ର ବିଳମ୍ୱରେ କରାଯାଇ ଥିଲା। ଏହା ବ୍ୟତୀତ ୩୦ ଜୁଲାଇ ୨୦୨୩ରେ PSLV-C56/DS-SARର ଲଞ୍ଚିଂରେ ମଧ୍ୟ ଏକ ମିନିଟ୍ର ବିଳମ୍ୱ କରାଯାଇ ଥିଲା। ଏଥିପାଇଁ କି, ଏହି ସମୟରେ ରକେଟ୍ ଓ ସାଟେଲାଇଟ୍ ଆଦିର ସାମ୍ନାକୁ ଆସୁଥିବା ମହାକାଶର ଆବର୍ଜନା ଓ ଅନ୍ୟ ଉପଗ୍ରହର ଧକ୍କା ହେବାରୁ ରକ୍ଷା କରାଯାଇ ପାରିବ।
ଶୁକ୍ରବାର ଦିନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ , ଭାରତୀୟ ମହାକାଶ ସ୍ଥିତି ଆକଳନ ରିପୋର୍ଟ - ୨୦୨୩ ପ୍ରଦାନ କରିଥିଲେ। ସେଥିରେ ଦର୍ଶାଇ ଥିଲେ , ଲଞ୍ଚିଂ ପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କୁ ଚନ୍ଦ୍ରଯାନ-୩ ମାର୍ଗରେ ମହାକାଶର ଆବର୍ଜନା ଦେଖା ଦେଇଥିଲା। ଯଦି ଚନ୍ଦ୍ରଯାନ-୩ ନିର୍ଦ୍ଦିଷ୍ଟ ସମୟରେ ଲଞ୍ଚ ହୋଇଥାନ୍ତା ତ ଏହାସହ ମହାକାଶର ଆବର୍ଜନା ସହ ଧକ୍କା ହେବାର ବିପଦ ଥିଲା। ଏହି ମହାକାଶର ଆବର୍ଜନା ହେଉଛି ଅନ୍ୟ କୌଣସି ସାଟେଲାଇଟ୍ ମିଶନରୁ ବାହାରି ଥିବା ଭଗ୍ନାବଶେଷ ଖଣ୍ଡ । ଏହି ଆବର୍ଜନା ସବୁ ଖୁବ୍ ଦ୍ରୁତ ଗତିରେ ପୃଥିବୀର ନିମ୍ନ କକ୍ଷରେ ଧକ୍କା ଦେଉ ଥିଲେ। ଏଥିପାଇଁ ଇସ୍ରୋ ବୈଜ୍ଞାନିକମାନେ ଜାଣିଶୁଣି ଚନ୍ଦ୍ରଯାନ-୩ର ଲଞ୍ଚିଂରେ ୪ ସେକେଣ୍ଡ ବିଳମ୍ୱ କରି ଥିଲେ। ଯାହାକି ଏହି ଆବର୍ଜନା ଏହାର ରାସ୍ତାରୁ ଦୂରକୁ ଚାଲିଯିବ।
ଇସ୍ରୋ ନିଜର ଷ୍ଟାଣ୍ଡର୍ଡ ଲଞ୍ଚ କ୍ଲିୟରେନ୍ସ ପ୍ରୋଟୋକଲ୍ ଅନୁସାରେ କୋଲିଜନ ଆଭଏଣ୍ଡେନ୍ସ ଆନାଲିସିସ୍ ( COLA)ର ଖୁବ୍ ଅଧ୍ୟୟନ କରିଥାଏ। ଏଥିରେ ସାଟେଲାଇଟ୍ ଓ ରକେଟ୍ ଉଭୟକୁ ରକ୍ଷା କରାଯାଇ ଥାଏ। ମିଶନ ସଫଳତାର ସବୁଠୁ ବଡ଼ କ୍ରେଡିଟ୍ ଏହି କୋଲିଜନ ଆଭଏଣ୍ଡେନ୍ସ ଆନାଲିସିସ୍ ଅଧ୍ୟୟନକୁ ଦିଆ ଯାଇଥାଏ।