ପ୍ରମୁଖ ଖବର
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ଚିତ୍ରକୋଣ୍ଡା ଆସନରୁ ଜଣେ ସ୍ୱାଧୀନତା ପ୍ରାର୍ଥୀ କଲେ ନାମାଙ୍କନପତ୍ର ପ୍ରତ୍ୟାହାର

ମାଲକାନଗିରି, ୨୯/୪ :  ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ହରିବନ୍ଧୁ ଗୋଲୋରୀ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ପ୍ରକାଶ କରିଛନ୍ତି । 

ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧୦ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଆଜି ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିଭଳି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେକେ କୌଣସି ପ୍ରାର୍ଥୀ ପ୍ରତ୍ୟାହାର କରି ନ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.