ପ୍ରମୁଖ ଖବର
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଆପ୍‌ ସହ ବନ୍ଧୁତା ବଢାଇଲା କଂଗ୍ରେସ , ଏବେ ଆଉ ଏକ ନିର୍ବାଚନ ଏକାଠି ଲଢିବାକୁ କଲେ ଘୋଷଣା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଇଣ୍ଡିଆ ର ଛାତ ତଳକୁ ଆସିଥିବା କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ବନ୍ଧୁତା ଏବେ ଆହୁରି ଆଗକୁ ବଢି ଯାଇଛି। ଉଭୟ ଦଳ ଏବେ ଏମସିଡିରେ ମେୟର ଓ ଡେପୁଟି ମେୟର ପଦ ପାଇଁ ହେବାକୁ ଯାଉଥିବା ନିର୍ବାଚନର ମଧ୍ୟ ଏକାଠି ବିଜେପି ସହ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଶନିବାର ଘୋଷଣା କରିଛି କି, ପାର୍ଟିର କାଉନସିଲର ୨୬ ଅପ୍ରେଲରେ ଆମ୍‌ ଆଦମୀ ପାର୍ଟିର ପ୍ରାର୍ଥୀର ସମର୍ଥନରେ ମତଦାନ କରିବେ।

ଆମ୍‌ ଆଦମୀ ପାର୍ଟି ମହେଶ ଖିଚିଙ୍କୁ ମେୟର ଓ ରବିନ୍ଦ୍ର ଭରଦ୍ୱାଜଙ୍କୁ ଡେପୁଟୀ ମେୟର ପଦ ପାଇଁ ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ ତଥା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଞ୍ଚାର ବିଭାଗର ପ୍ରମୁଖ ଅନିଲ ଭରଦ୍ୱାଜ କହିଛନ୍ତି କି, ବରିଷ୍ଠ ନେତାଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ପାର୍ଟି ଆପ୍‌ ପ୍ରାର୍ଥୀଙ୍କ ସମର୍ଥନ କରିବ। ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କି ଦିଲ୍ଲୀର ଲୋକଙ୍କୁ ଯେମିତି କୌଣସି ସମସ୍ୟା ନହେଉ।

ଅନ୍ୟପଟେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ଲୋକସଭା ନିର୍ବାଚନ ଏକାଠି ଲଢୁଛନ୍ତି। ଦିଲ୍ଲୀର ୭ ଲୋକସଭା ସିଟ୍‌ ମଧ୍ୟରୁ ୪ଟିରେ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀ ଠିଆ କରିଛି, ୩ଟିରେ କଂଗ୍ରେସ ପ୍ରାର୍ଥୀ ବିଜେପିର ମୁକାବିଲା କରୁଛି। ପ୍ରାରମ୍ଭରେ ଦିଲ୍ଲୀ କଂଗ୍ରେସର ଅନେକ ବଡ଼ ବଡ଼ ନେତା ଆମ୍‌ ଆଦମୀ ପାର୍ଟି ସହ ବନ୍ଧୁତାର ବିରୋଧରେ ଥିଲେ। ହେଲେ ହାଇ କମାଣ୍ଡଙ୍କ ନିଷ୍ପତ୍ତି ପରେ ବିରୋଧ କରୁଥିବା ନେତା ଚୁପ୍‌ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.