ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଦୁବାଇରେ ଭୟଙ୍କର ଜଳପ୍ରଳୟ , ପାଣିରେ ବୁଡ଼ିଲା ଘର ... ୟୁଏଇରେ ଆକାଶ ଛୁଆଁ ହୋଟେଲ ଭଡ଼ା

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ( ୟୁଏଇ)ରେ ଜଳ ପ୍ରଳୟ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଚଳିତ ସପ୍ତାହ ରେକର୍ଡ ସଂଖ୍ୟକ ବର୍ଷା କାରଣରୁ ଦୁବାଇରେ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶି ଯାଇଛି। ଲୋକମାନେ ନିଜ ଘରେ ରହିବାକୁ ଖୁବ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିରେ ସେମାନେ ସ୍ଥାନୀୟ ଲୋକେ ହୁଅନ୍ତୁ କି ପର୍ଯ୍ୟଟକ ସମସ୍ତେ ହୋଟେଲରେ ଖୋଜୁଛନ୍ତି ଆଶ୍ରୟ। ହେଲେ ଏହି ଇସଲାମିକ ଦେଶ ୟୁଏଇରେ ବନ୍ୟା ସ୍ଥିତି କାରଣରୁ ହୋଟେଲର ଗୋଟିଏ ଦିନର ଭଡ଼ା ହୋଇଛି ଆକାଶ ଛୁଆଁ। ଖଲିଜ ଟାଇମ୍ସର ରିପୋର୍ଟ ଅନୁସାରେ, ହୋଟେଲରେ ଗୋଟିଏ ଦିନର ଭଡ଼ା ୧ ହଜାର ଦିରହମରୁ ୮ ହଜାର ଦିରହମ୍‌ ମଧ୍ୟରେ ଆଦାୟ କରାଯାଉଛି। ଅର୍ଥାତ୍‌ ଭାରତୀୟ ଟଙ୍କା ଅନୁସାରେ ଗୋଟିଏ ଦିନ ପାଇଁ ହୋଟେଲ ଭଡ଼ା ୨୨ ହଜାରରୁ ପାଖାପାଖି ୨ଲକ୍ଷ ଟଙ୍କା ହୋଇ ଯାଇଛି। 

ହେଲେ, ସାରା ସହରରେ ଉଦ୍ଧାର ଓ ସଫେଇର ପ୍ରୟାସ ଜାରି ରହିଛି। ପୁଣି ବନ୍ୟାରେ ପ୍ରଭାବିତ ଲୋକଙ୍କୁ ରହିବା ପାଇଁ ତାଙ୍କୁ ହୋଟେଲକୁ ଯିବାକୁ ପଡ଼ୁଛି। ବନ୍ୟା କାରଣରୁ ନିବାସୀଙ୍କ ସହ ପର୍ଯ୍ୟଟକଙ୍କୁ ମଧ୍ୟ ମୁସ୍କିଲର ସାମ୍ନା କରିବାକୁ ପଡ଼ୁଛି। ହୋଟେଲର ଭଡ଼ା ବଢିବା କାରଣରୁ ପର୍ଯ୍ୟଟକଙ୍କ ବଜେଟ୍‌ ଉପରେ ଖୁବ୍‌ ପ୍ରଭାବ ପଡ଼ୁଛି। 

ଖଲିଜ ଟାଇମ୍ସରୁ ଆୟରଲ୍ୟାଣ୍ଡ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି , ସଚ୍ଚୋଟ ଭାବେ ଯଦି କହିବି ତ ଏହା ଏକ ଭୟଙ୍କର ସ୍ଥିତି। ମୋତେ ଦୁବାଇ ପସନ୍ଦ ଏବଂ ମୁଁ ଅନେକ ସମୟ ଏଠାକୁ ଆସେ। କିନ୍ତୁ ମୋତେ ଲାଗୁଛି କି ବ୍ୟବସାୟ ପାଇଁ ଲୋକଙ୍କ ମୁସ୍କିଲ ବେଳରେ ଲାଭ କମେଇବାକୁ ଚେଷ୍ଟା କରିବା ଅନୈତିକ କାର୍ଯ୍ୟ। ଅନ୍ୟଥା ଏହା ଏକ ଖୁବ୍‌ ନୈତିକ ସହର , ଯାହାକୁ କିଛି ବ୍ୟବସାୟିକ କାରଣରୁ ବଦନାମ ହେବାକୁ ପଡ଼ୁଛି। 

ଅନ୍ୟପଟେ ବନ୍ୟା ଯୋଗୁଁ ଆସିଥିବା ବିପତ୍ତିକୁ ଦେଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର ବିଦେଶ ମନ୍ତ୍ରଣାଳୟରୁ ସେହି ଭାରତୀୟଙ୍କ ସହାୟତା ପାଇଁ ଏକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅପିଲ କରିଛନ୍ତି , ଯାହାଙ୍କୁ ସଂଯୁକ୍ତ ଆରବ ଏମିରଟ (ୟୁଏଇ)ରେ ପ୍ରବଳ ବର୍ଷା କାରଣରୁ ସହଯୋଗର ଆବଶ୍ୟକ ରହିଛି। ଏକ୍ସରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ସଂଯୁକ୍ତ ଆରବ ଏମିରଟରେ ଉଦ୍ଧାର ଓ ସହାୟତାରେ ଥିବା ମଲୟାଲୀ ପ୍ରବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଦ୍ୱୀପ ଦେଶ ସହ କେରଳର ବନ୍ଧୁତା ସମ୍ୱନ୍ଧ ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.