ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ନ୍ୟୁୟର୍କର ଦୁଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ୩୦୦ ଜଣ ଗିରଫ, ଆନ୍ଦୋଳନକାରୀଙ୍କ କବ୍‌ଜାରୁ ହାମିଲଟନ୍‌ ହଲ୍‌ ମୁକ୍ତ

Image Courtesy: indiatoday

ନ୍ୟୁୟର୍କ: କଲମ୍ବିଆ ବିଶ୍ବବିଦ୍ୟାଳୟ ଏବଂ ସିଟି କଲେଜ କ୍ୟାମ୍ପସରେ ପ୍ରଦର୍ଶନ କରୁଥିବା ପାଲେଷ୍ଟାଇନ୍‌ ସମର୍ଥକଙ୍କ ଲାଗି ଆମେରିକା ପୋଲିସ ନାକେଦମ ହୋଇଛି । ଆଜି ପ୍ରାୟ ୩୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି ନ୍ୟୁୟର୍କ ସିଟି ପୋଲିସ । ଏନେଇ ନ୍ୟୁୟର୍କ ମେୟର ଏରିକ୍‌ ଆଡାମ୍ସ ସୂଚନା ଦେଇଛନ୍ତି ।ଏହା ସହ କଲମ୍ବିଆର ହାମିଲଟନ ହଲକୁ ଆନ୍ଦୋଳନରତ ଛାତ୍ରଙ୍କ କବଜାରୁ ମୁକ୍ତ କରାଯାଇଛି । 

 ପ୍ରାୟ ଦୁଇ ସପ୍ତାହ ପରେ ପ୍ରଦର୍ଶନକାରୀଙ୍କୁ କାବୁ କରିଛି ପୋଲିସ । କଲମ୍ବିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମିଳିଥିବା ସୂଚନା ଅନୁସାରେ, କଲମ୍ବିଆ ବିଶ୍ବବିଦ୍ୟାଳୟ ପରିସରରୁ ୧୦୯  ଏବଂ ପାଖରେ ଥିବା ସିଟି କଲେଜରୁ ୧୭୩ ଜଣଙ୍କୁ ଗିରଫ କରାଯାଇଛି ।

 ରାତି ସାରା ଐତିହାସିକ ହାମିଲଟନ୍‌ ହଲ ବିଲ୍ଡିଂକୁ କବଜା କରିବା ସହ ଭଙ୍ଗାରୁଜା କରାଯାଇଥିଲା । ଏହାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଥିଲେ । ବାଧ୍ୟ ହୋଇ ବିଶ୍ବବିଦ୍ୟାଳୟ ପୋଲିସର ସହାୟତା ଲୋଡିଥିଲା । ସେପଟେ ସହରରେ ଏଭଳି ଘୃଣ୍ୟ କାର୍ଯ୍ୟ ଲାଗି କୌଣସି ସ୍ଥାନ ନାହିଁ ବୋଲି ମେୟର ଏରିକ୍‌ ଆଡାମ୍ସ କହିଛନ୍ତି ।ଏହା ସହ ଯେଉଁ ଅଧିକାରୀମାନେ ଏଭଳି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ଉପରେ ସେ ଖୁବ ବର୍ଷିଛନ୍ତି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.