ପ୍ରମୁଖ ଖବର
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ, ହିଞ୍ଜିଳି ପରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||
  • ଭୁବନେଶ୍ୱର ​‌ଲୋକସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଭରିବେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
  • ||

କଂଗ୍ରେସ ପାଇଁ ଚିନ୍ତା ବଢ଼ାଇଲେ ନବଜୋତ ସିଂହ ସିଦ୍ଧୁ, ଲୋକସଭା ନିର୍ବାଚନ ଲାଗି ନେଲେ ବଡ଼ ନିଷ୍ପତ୍ତି

Image Courtesy: tv9hindi

ଚଣ୍ଡିଗଡ଼: ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ୧୦୨ଟି ଆସନରେ ମତଦାନ ହେଉଛି । ଏହାରି ଭିତରେ କଂଗ୍ରେସ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁ । ଗୁରୁବାର ପଟିଆଲାରେ ସିଦ୍ଧୁଙ୍କ ଘରେ ଏକ ବଡ଼ ବୈଠକ ବସିଥିଲା । କଂଗ୍ରେସର କୌଣସି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନାହିଁ ବୋଲି ଏହି ବୈଠକରେ ଉପସ୍ଥିତ ନେତାମାନେ ନିଷ୍ପତ୍ତି ନେଇଥିବା ଜଣପଡ଼ିଛି ।

 ଏହି ବୈଠକରେ ନବଜୋତ ସିଂହ ସିଦ୍ଧୁଙ୍କ ବ୍ୟତୀତ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶମଶେର ସିଂହ ଡୁଲ୍ଲୋ, ପୂର୍ବତନ ବିଧାୟକ ନାଜର ସିଂହ ମାନସାହିୟା, ଜଗଦେବ ସିଂହ କମାଲୁ, ମହେଶ ଇନ୍ଦ୍ର ସିଂହ ଏବଂ ଭଟିଣ୍ଡା ଦେହାତିର କଂଗ୍ରେସ ଇନଚାର୍ଜ ହରବିନ୍ଦର ଲାଡି ସମେତ ବହୁ କଂଗ୍ରେସ ନେତା ସାମିଲ ଥିଲେ । ବୈଠକରେ ସିଦ୍ଧୁଙ୍କୁ କିଭଳି କଂଗ୍ରେସ ନିର୍ବାଚନ ସମୟରେ ମନେ ପକାଉଛି ଏବଂ ପରେ ଅଣଦେଖା କରୁଛି ତା ଉପରେ ଆଲୋଚନା ହୋଇଛି । ଦଳ ପ୍ରାର୍ଥୀ ଚୟନ କଲା ବେଳେ ସିଦ୍ଧୁଙ୍କ ସହ କୌଣସି ଚର୍ଚ୍ଚା କରିନଥିଲା । କିନ୍ତୁ ଏବେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଦଳ ନିବେଦନ କରୁଛି ବୋଲି ଅଭିଯୋଗ କରିଛନ୍ତି ବୈଠକରେ ସାମିଲ କଂଗ୍ରେସ ନେତା । 

ସିଦ୍ଧୁଙ୍କ ଗୋଷ୍ଠୀର ନେତାଙ୍କ କହିବା କଥା ହେଉଛି, ଦଳକୁ ମଜଭୁତ କରିବା ଲାଗି ଯେତେବେଳେ ସିଦ୍ଧୁ ପଞ୍ଜାବରେ ରାଲି କରୁଥିଲେ ସେତେବେଳେ ତାଙ୍କୁ ସମର୍ଥନ ଦେଉଥିବା କେତେକ ନେତାଙ୍କୁ ବିନା କାରଣରେ ଦଳରୁ ବାହାର କରିଦିଆଗଲା । ତେଣୁ କଂଗ୍ରେସର ବରିଷ୍ଠ ନେତା ଯେପର୍ଯ୍ୟନ୍ତ ସିଦ୍ଧୁଙ୍କ ସହ ଏନେଇ ଆଲୋଚନା କରିନାହାନ୍ତି ସେପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । 

ସେପଟେ ନବଜୋତ ସିଂହ ସିଦ୍ଧୁ ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ପଟିଆଲାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ । ପରେ ଆର୍ଥିକ ଦୁଃସ୍ଥିତିର କାରଣ ଦର୍ଶାଇ ଆଇପିଏଲରେ କମେଣ୍ଟ୍ରି କରିବାକୁ ଲାଗିଲେ । ଆଇପିଏଲରେ ସାମିଲ ହେବା ସହ ରାଜନୀତିରୁ ଦୂରେଇ ରହିଲେ ସିଦ୍ଧୁ । ଆଉ ଏବେ ନିଜ ସମର୍ଥକଙ୍କ ସହ ତାଙ୍କର ଏହି ବୈଠକ ପୁଣି ଥରେ ସିଦ୍ଧୁ ବନାମ କଂଗ୍ରେସ ସ୍ଥିତି ସୃଷ୍ଟି କରିଛି ।

Also Read :-

ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଲେ ସାଉଥ୍‌ ଫିଲ୍ମର ଅଭିନେତା, ରଜନୀକାନ୍ତଙ୍କ ପାଇଁ ଲାଗିଲା ପ୍ରବଳ ଗହଳି

 

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.