ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଅସଜଡ଼ା ଭିତ୍ତିଭୂମି ପାଇଁ ଫେଲ୍‌ ମାରୁଛି କମିସନରେଟ୍‌ ପୁଲିସ: ମିଳୁନି ତେଲ, ପିସିଆର ଭ୍ୟାନ୍‌ରୁ କ୍ୟାମେରା ଗାଏବ

ଭୁବନେଶ୍ୱର,୦୩/୦୫: ଅପରାଧ ମୁକାବିଲାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ସବୁଥିରେ ଫେଲ୍‌ ମାରିଛି କମିସନରେଟ୍‌ ପୁଲିସ । ଅସଜଡ଼ା ଭିତ୍ତିଭୂମି  ହିଁ କମିସନରେଟ୍‌ ପୁଲିସର ଏହି ବିଫଳତାର  କାରଣ । ଗୋଟିଏ କି ଦୁଇଟି ନୁହେଁ, ଅନେକ  କ୍ଷେତ୍ରରେ ପୁଲିସର ଭିତ୍ତିଭୂମି ଅସଜଡ଼ା  ଅବସ୍ଥାରେ ପଡ଼ିରହିଛି । ସେଥିରୁ ଗୋଟିଏ ବଡ଼  ଅସଜଡ଼ା ବ୍ୟବସ୍ଥା ହେଉଛି ପିସିଆର୍‌ ଭ୍ୟାନ୍‌ ।  ଏହି ପିସିଆର ଭ୍ୟାନ୍‌ ବ୍ୟବସ୍ଥା ଦିନକୁ ଦିନ  ଦୁର୍ବଳ ହେବାରେ ଲାଗିଛି । ଏବେ କମିଶନରେଟ୍‌  ପୁଲିସ୍‌ରେ ଥିବା ୩୭ଟି ପିସିଆରରେ ଲାଗିଥିବା ସିସିକ୍ୟାମେରା ଗାଏବ ହୋଇଯାଇଛି ।  

ରାଜଧାନୀରେ ୩୭ଟି ପିସିଆର୍‌ ଭ୍ୟାନ୍‌  ବୁଲୁଛି । ଅପରାଧୀକୁ ଠାବ କରିବା, ଅସାମାଜିକଙ୍କୁ  ଚିହ୍ନଟ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ଲାଗି ୬ବର୍ଷ ତଳେ  ଭୁବନେଶ୍ୱରରେ ଥିବା ସମସ୍ତ ପିସିଆର ଭ୍ୟାନ୍‌ରେ  ସିସି କ୍ୟାମେରା ଓ ଜିପିଆରଏସ୍‌ ଖଞ୍ଜା ଯାଇଥିଲା ।  ଘଟିଥିବା ଅପରାଧ କିମ୍ୱା ଗଣ୍ଡଗୋଳର ଚିତ୍ର  ଉତ୍ତୋଳନ କରିବା ଯୋଜନା ଥିଲା । କିନ୍ତୁ  ଏବେ ମାତ୍ର ୨ଟି ପିସିଆର୍‌ ଭ୍ୟାନ୍‌ରେ ସିସି  କ୍ୟାମେରା ଅଛି । ତା’ପୁଣି ଅଚଳ ଅବସ୍ଥାରେ ।  ବାକି ୩୫ଟିରେ ସିସି କ୍ୟାମେରା ନାହିଁ । ସିସି  କ୍ୟାମେରା ଥିଲାବେଳେ ପିସିଆର ଭ୍ୟାନ ସେମିତି  କୌଣସି ଅପରାଧୀଙ୍କୁ କାବୁ କରିବାରେ ସଫଳ  ବି ହୋଇନାହିଁ । ସିସି କ୍ୟାମେରା ନଥାଇ ଚଳିତ  ବର୍ଷ ସେମିତି କୌଣସି ସଫଳତା ମଧ୍ୟ ପାଇନାହିଁ  ପିସିଆର୍‌ ଭ୍ୟାନ୍‌ । ଏଯାବତ ଜଣେ ହେଲେ  ଲୁଟେରା ପିସିଆର୍‌ ଭ୍ୟାନ୍‌ ହାତରେ ଧରାପଡ଼ି  ନାହାନ୍ତି । କେବଳ କିଛି ଅସହାୟ ଓ ଦୁର୍ଘଟଣାରେ  ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି  କରିଛି । ମାତ୍ର ଲୁଟ୍‌, ଛିନତାଇ, ଚୋରି ଭଳି ଘଟଣାରେ ଅପରାଧୀଙ୍କୁ ଧରିବା ଦିଗରେ ପିସିଆର୍‌  ଭ୍ୟାନ୍‌ ଫେଲ୍‌ ମାରିଥିବାରୁ ଏହି ସେବା କେତେ  ଦୁର୍ବଳ, ତାହା ଜଳଜଳ ହୋଇ ଦେଖାଯାଉଛି ।   

ଖାଲି ଯେ କ୍ୟାମେରା ନାହିଁ ସେ କଥା  ନୁହେଁ । କୌଣସି ପିସିଆର୍‌ ଭ୍ୟାନ୍‌ରେ ଦକ୍ଷ  ଅଧିକାରୀ ବି ନାହାନ୍ତି । କାମଚଳା ପାଇଁ  ଅବସରପ୍ରାପ୍ତ ସେନା କିମ୍ୱା ଅର୍ଦ୍ଧସାମରିକ  ବାହିନୀର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।  ଗୋଟିଏ ସିଫ୍ଟରେ ଏହି ଏସପିଓ(ସ୍ପେଶାଲ  ପୁଲିସ ଅଫିସର) ରହୁଥିବା ବେଳେ ଅନ୍ୟ  ସିଫ୍ଟରେ ହାବିଲ୍‌ଦାରରେ କାମ ଚଳୁଛି । ତେଣୁ  କେଉଁ ପରିସ୍ଥିତିରେ କ’ଣ ପଦକ୍ଷେପ ନେବାକୁ  ହେବ, ସେମାନେ ନିଷ୍ପତ୍ତି ନେଇପାରୁନାହାନ୍ତି ।  ସେଥିପାଇଁ ବହୁ ସମୟରେ ସମସ୍ୟା ଉପୁଜୁଛି ।  ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ସେବାରେ କାହିଁକି  ଏସପିଓଙ୍କୁ ନିଯୁକ୍ତି କରାଯାଇଛି, ତାକୁ ନେଇ  ପ୍ରଶ୍ନ ଉଠିଛି ।   

ଅନ୍ୟପକ୍ଷରେ କେତେବେଳେ ପିସିଆର  ଭ୍ୟାନ୍‌କୁ କର୍ମଚାରୀମାନେ ଠେଲୁଛନ୍ତି ତ’ ପୁଣି  କେତେବେଳେ ଟଣା ଗାଡି ଟାଣି ଟାଣି ନେଉଥିବା ଦେଖାଯାଉଛି । ତା’ଛଡା ତେଲ ପାଇଁ ବି  ଅଧିକାଂଶ ସମୟ ପିସିଆର ଠିଆ ହୋଇ ରହୁଛି ।  ରାଜଧାନୀର ୨୮ଟି ଥାନା ପାଇଁ ୩୭ଟି ପିସିଆର  ଭ୍ୟାନ୍‌ ଚାଲୁଛି । କ୍ୟାପିଟାଲ୍‌ ଓ ଖଣ୍ଡଗିରି ଥାନା  ଅଧୀନରେ ସର୍ବାଧିକ ୩ଟି ଲେଖାଁ ପିସିଆର ଭ୍ୟାନ୍‌  ରହିଥିବା ବେଳେ ପ୍ରମୁଖ ଥାନାଗୁଡ଼ିକରେ ଦୁଇଟି  ଲେଖାଏଁ ରହୁଛି । ଭରତପୁର, ମୈତ୍ରୀବିହାର,  ଇନ୍‌ଫୋଭ୍ୟାଲ୍ଳୀ ଭଳି ଥାନାକୁ ମାତ୍ର ଗୋଟିଏ  ପିସିଆର ମିଳିଛି ।  

ପ୍ରତି ପିସିଆରକୁ ଦିନକୁ ୧୦ ଲିଟର ତେଲ ମିଳୁଛି । ବର୍ତ୍ତମାନ କମିଶନରେଟ୍‌ ପୁଲିସ୍‌ରେ ଥିବା ପିସିଆର ଭ୍ୟାନ୍‌ର ୧ ଲିଟର ତେଲରେ  ୮/୧୦ କିଲୋମିଟର ଯାଉଛି । ୮ ଘଣ୍ଟା ଲେଖାଏଁ  ୩ଟି ସିଫ୍ଟରେରେ ୨୪ ଘଣ୍ଟା ପାଟ୍ରୋଲିଂ କରୁଛି । ସିଫ୍ଟ ପିଛା ୩ ଲିଟର ୩୦୦ ମିଲିଗ୍ରାମ୍‌ ତେଲ  ଖର୍ଚ୍ଚ କଲେ ଗୋଟିଏ ଦିନ ଯିବ । ଅର୍ଥାତ ଗୋଟିଏ  ପିସିଆର ଭ୍ୟାନ୍‌ ଗୋଟିଏ ସିଫ୍ଟରେ ୨୫ରୁ ୩୦  କିଲୋମିଟର ପାଟ୍ରୋଲିଂର କ୍ଷମତା ରହିଛି । ଯଦି  କୌଣସି କାମରେ ଅଧିକ ତେଲ ଖର୍ଚ୍ଚ ହେଲା  ତାହେଲେ କଥା ସରିଲା । ଯେଉଁ ଥାନାକୁ ୩ଟି ଲେଖାଏଁ ପିସିଆର ମିଳିଛି ତାଙ୍କର ତେଲ  ସରିଲେ ଚିନ୍ତା ନାହିଁ । ହେଲେ ଯାହର ଗୋଟିଏ  କି ଦୁଇଟି ପିସିଆର ଭ୍ୟାନ୍‌ ଅଛି ସେମାନେ  ମାପିଚୁପି ପାଟ୍ରୋଲିଂ କରୁଥିବା ଦେଖିବାକୁ  ମିଳିଛି । ଏନେଇ ପିସିଆର କଣ୍ଟ୍ରୋଲ୍‌ ରୁମ୍‌ର  ଇନ୍‌ଚାର୍ଜ କହିଛନ୍ତି କିଛି ପିସିଆରରେ କ୍ୟାମେରା  ଲାଗିଛି । ଯଦି କାହାର ନାହିଁ ସେ ସବୁ ଲଗାଯିବ ।  ଗଳିକନ୍ଦିରେ ୨୪ ଘଣ୍ଟିଆ ପାଟ୍ରେଲିଂ ହେଉଛି । ସେଥିପାଇଁ ତେଲ ମସମ୍ୟ ଦେଖା ଦେଉଛି ।  ଯାହା ଖୁବ୍‌ ଶୀଘ୍ର ସମାଧାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.