ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ପୁରୁଣା ପାଣି ମାଠିଆକୁ ସଫା କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ , କ୍ଷଣିକରେ ସଫା ହୋଇଯିବ ମଇଳା ଓ ଶିଉଳି

ନୂଆଦିଲ୍ଲୀ - ତାତି ବଢିବା କ୍ଷଣି ଥଣ୍ଡା ପାଣିର ଚାହିଦା ମଧ୍ୟ ଖୁବ୍ ବଢି ଯାଏ। ଲୋକେ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ରେ , ମାଟି ମାଠିଆ ବା ସୁରେଇରେ ପାଣି ଭରି ରଖିବା ଆରମ୍ଭ କରି ଦିଅନ୍ତି। ହେଲେ ଅନେକ ଲୋକଙ୍କର ଫ୍ରିଜ୍‌ ପାଣି କ୍ଷତି କରିଥାଏ , ଏହାକୁ ପିଇବାକୁ ଇଚ୍ଛା କରନ୍ତି ନାହିଁ। ଏଥିରେ ନିଜର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସେମାନେ ମାଠିଆରୁ ପାଣି ପିଇବାକୁ ଅଧିକ ପସନ୍ଦ କରିଥା'ନ୍ତି। ଯଦି ଆପଣ ମଧ୍ୟ ଏମିତି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି, ଆଉ ଯିଏ ମାଠିଆର ପାଣି ପିଇବାକୁ ପସନ୍ଦ କରନ୍ତି, କିନ୍ତୁ ପ୍ରତିଥର ମାଠିଆରେ ଜମା ହୋଇଥିବା ଧୂଳି ଓ ଶିଉଳି କାରଣରୁ ଏହାକୁ ବଦଳାଇବାକୁ ବାଧ୍ୟ ହୁଅନ୍ତି ତ , ଏହି ଖବର ବିଶେଷ କରି ଆପଣଙ୍କ ପାଇଁ। ଏଥିରେ ଆପଣ ଜାଣିବାକୁ ପାଇବେ କେମିତି ସହଜରେ ମାଠିଆକୁ ସଫା କରିବେ। 

ମାଟିର ମାଠିଆକୁ ସଫା କରିବାର ଟିପ୍ସ - 

୧- ମାଠିଆରେ ପାଣି ଭରିବା ପୂର୍ବରୁ ଏହାକୁ ଭଲ ଭାବେ ପାଣିରେ ଭିଜାଇ ରଖନ୍ତୁ। ଏମିତି କରିବାରେ ମାଠିଆରେ ପାଣି ରଖିବା ଦ୍ୱାରା     ତାହା ଭଲଭାବେ ପାଣିକୁ ଥଣ୍ଡା କରିବ। 

୨- ପୁରୁଣା ମାଟିର ମାଠିଆକୁ ସଫା କରିବା ପାଇଁ ଏହାକୁ କେବଳ ସାଧା ପାଣିରେ ଧୋଇ ରଖନ୍ତୁ ନାହିଁ। ମାଠିଆକୁ ସଫା କରିବା ପାଇଁ ପାଣି, ସର୍ଫ ଓ ଲେମ୍ୱୁର ସାହାଯ୍ୟ ନିଅନ୍ତୁ। ଅଧା ବାଲଟି ପାଣିରେ ଗୋଟିଏ ଚାମଚ ସର୍ଫ ଓ ଲେମ୍ୱୁ ରସ ମାଠିଆରେ ପକାନ୍ତୁ। ଏବେ ମାଠିଆରେ ଜମା ହୋଇଥିବା ଶିଉଳି ଓ ମଇଳାକୁ ହଟେଇବା ପାଇଁ ସ୍କ୍ରବରର ସାହାଯ୍ୟରେ ରଗଡ଼ି ମାଠିଆକୁ ସଫା କରନ୍ତୁ। ଏମିତି କରିବାରେ କେବଳ ମାଠିଆରେ ଥିବା ମଇଳା ସଫା ହେବା ସହ ହେଉଥିବା ଦୁର୍ଗନ୍ଧ ବି ଦୂର ହୋଇ ଯିବ। ଏହା ପରେ ମାଠିଆକୁ ବ୍ୟବହାର କରିବା ପୂର୍ବରୁ ଥରେ କି ଦୁଇଥର ସାଧା ପାଣିରେ ଧୋଇ ଦିଅନ୍ତୁ।

୩- ମାଠିଆ ସଫା କରିବା ପାଇଁ ୧ ଚାମଚ ବେକିଂ ସୋଡା ,୧ ବଡ଼ ଚାମଚ ଧଳା ଭିନେଗାର ଓ ଅଳ୍ପ ଲୁଣ ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ମାଠିଆରେ ପକାଇ ସ୍କ୍ରବର ବା ବ୍ରଶ୍‌ର ସାହାଯ୍ୟରେ ରଗଡ଼ନ୍ତୁ। ଏମିତି କରିବାରେ ମିନିଟ୍‌ରେ ହିଁ ମାଠିଆ ସଫା ହୋଇ ଯିବ ଏବଂ ଦୁର୍ଗନ୍ଧ ବି ଦୂର ହୋଇଯିବ। 

୪- ମାଟିର ସୁରେଇ ବା ମାଠିଆକୁ ସଫା କରିବା ପାଇଁ ଲେମ୍ୱୁ ରସ ଚୋପା ପାଣିରେ ପକାଇ ଗରମ କରାନ୍ତୁ। ଏହି ପାଣିକୁ ଆପଣ     ମାଠିଆରେ ଭର୍ତ୍ତି କରି ସଫା କରି ପାରିବେ। 

୫- ମାଠିଆର ପାଣିକୁ ପ୍ରତିଦିନ ବଦଳାନ୍ତୁ। ପାଣିକୁ ଦୁଇ ତିନ ଯାଏ ଭରି ମାଠିଆକୁ ରଖି ଦେଲେ ଏଥିରେ ମଇଳା, ଶିଉଳି ଜମି ଯାଏ। ମାଠିଆ ସଫା କରିବା ପାଇଁ ଆପଣ କେବଳ ଲେମ୍ୱୁର ଚୋପା ମଧ୍ୟ ମାଠିଆରେ ଘସି ପାରନ୍ତି। ଏହାପରେ ମାଠିଆକୁ ପାଣିରେ ଧୋଇ ଦିଅନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.