ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଖରା ପାଇଁ ଥଣ୍ଡା ବିୟରରେ ଭାସିଲାଣି ରାଜଧାନୀ: ଦିନକୁ ପିଉଛନ୍ତି ୬୩ ହଜାର ବଲ୍କ ଲିଟର, ଏପ୍ରିଲ୍‌ରୁ ବଢ଼ିବ କୋଟା

ଭୁବନେଶ୍ୱର,୨୯/୦୩: ଖରା ଟାଣ ନହେଉଣୁ ଥଣ୍ଡା ବିୟରରେ ଭାସିଲାଣି ରାଜଧାନୀ । ଅନ୍ୟ ମଦ ଅପେକ୍ଷା ବିୟର ଉପରେ ଅଧିକ ମାଡ଼ ହେଉଛି । ଦିନକୁ ରାଜଧାନୀବାସୀ ୬୩ ହଜାର ବଲ୍କ୍‌ ଲିଟର ଅର୍ଥାତ୍‌ ପ୍ରାୟ ୭ ହଜାର ପେଟି ବିୟର ଢୋକି ଦେଉଛନ୍ତି । ଏ ହେଉଛି ଠିପି ବନ୍ଦ, ବିୟର ପାର୍ଲର, ବାର୍‌, ହୋଟେଲ୍‌, ପବ୍‌ର ହିସାବ । ୧୦ ବର୍ଷ ତଳେ ଏହି ପରିମାଣଠୁ ୩୦% କମ୍‌ ବିକ୍ରି ହେଉଥିଲା । ତଥାପି ସରକାରଙ୍କ ଟାର୍ଗେଟ୍‌ ମେଣ୍ଟୁନାହିଁ । ଏବେ ଅବକାରୀ ବିଭାଗ ଆହୁରି ୧୦% ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍‌ କ୍ୱାଣ୍ଟିଟି) କୋଟା ବଢ଼ାଇବାକୁ ଦୋକାନୀଙ୍କୁ ଟାର୍ଗେଟ୍‌ ଦେଇ ସାରିଲେଣି ।  

ବର୍ତ୍ତମାନ ରାଜଧାନୀରେ ୫୮ଟି ଠିପି ବନ୍ଦ ମଦ ଦୋକାନ ଓ ୧୨୩ଟି ଠିପି ଖୋଲା ଦୋକାନ ଅଛି । ଅବକାରୀ ବିଭାଗ ଠିପି ବନ୍ଦ ଦୋକାନ ଗୁଡ଼ିକୁ ପ୍ରତି ମାସ ୧୭୩୦ ପେଟି (କେସ୍‌) ବିୟର ଓ ୧୩୧୫ ପେଟି ଅନ୍ୟ ବିଦେଶୀ ମଦ ଓଏସ୍‌ବିସିରୁ ଉଠାଇବାକୁ ନିର୍ଦ୍ଦେଶନାମା ଜାରି କରିଛି । ସେହିଭଳି ଠିପି ଖୋଲା ଦୋକାନକୁ ୬୦ ପେଟି ବିୟର ଓ ୪୦ ପେଟି ବିଦେଶୀ ମଦ ଉଠାଇବାକୁ ଟାର୍ଗେଟ୍‌ ଦିଆଯାଇଛି ।

ଆସନ୍ତା ଏପ୍ରିଲ୍‌ ୧ରୁ ରାଜ୍ୟର ସବୁ ମଦ ଦୋକାନର ଲାଇସେନ୍ସ ନବୀକରଣ ହେବ । ଏଥି ସହ ଏମ୍‌ଜିକ୍ୟୁ ମଧ୍ୟ ବଢ଼ାଯିବ ବୋଲି ଅବକାରୀ ବିଭାଗ ଧାର୍ଯ୍ୟ କରିଛି । ସହରରେ ଥିବା ଠିପି ବନ୍ଦ ଦୋକାନୀମାନେ ପ୍ରତି ମାସ ୧୯୮୦ ପେଟି ବିୟର ଓ ୧୫୦୦ ପେଟି ବିଦେଶୀ ମଦ ଓଏସ୍‌ବିସିରୁ ଉଠାଇବେ ।

 ଭୁବନେଶ୍ୱରରେ ୧୦ଟି ଦୋକାନ (ଠିପି ବନ୍ଦ-ଖୋଲା) ଏମ୍‌ଜିକ୍ୟୁ ଠାରୁ ୨ଗୁଣା ମଦ ଉଠାଉଛନ୍ତି । ଠିପି ବନ୍ଦ ଦୋକାନକୁ ଯଦି ଆମେ ହିସାବ କରିବା ୫୮ଟି ଦୋକାନ ପ୍ରତି ମାସ ୧ ଲକ୍ଷ ୩୪୦ ପେଟି ବିୟର ଉଠାଉଛନ୍ତି । ଅର୍ଥାତ ପ୍ରତିଦିନ ୩୩୪୫ ପୋଟି ବିୟର ବିକ୍ରି ହେଉଛି । ହୋଟେଲ, ବାର୍‌ ଏବଂ ପବ୍‌  ଏମ୍‌ଜିକ୍ୟୁରୁ ଉଠାଉଥିବା ବିୟରକୁ ହିସାବ କଲେ ପ୍ରତି ଦିନ ୭ ହଜାର ପେଟି ବିୟର ବିକ୍ରି ହେଉଛି । ଏ ହିସାବ ଅବକାରୀ ବିଭାଗ  ଦେଇଛି । ଖରା ପାଇଁ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରତି ଦିନ ୭ରୁ ସାଢ଼େ ୭ ହଜାର ପେଟି ବିୟର ବିକ୍ରି ହେବ ବୋଲି ଅବକାରୀ ବିଭାଗ ଆଶା କରିଛି । ବର୍ଷା ଓ ଶୀତ ସମୟରେ ୬୦% ବିକ୍ରି ହ୍ରାସ ପାଏ ।

ଓଡ଼ିଶାରେ ୧୧ଟି ବ୍ରାଣ୍ଡ୍‌ର  ବିୟର ଚାଲିଛି । କେବଳ କିଙ୍ଗ୍‌ ଫିସର ୫୦% ବିକ୍ରି ହେଉଛି । ଖରାଦିନ ଦୋକାନୀମାନେ ଯେତିକି କିଙ୍ଗ୍‌ ଫିସ୍‌ର ବିୟର ଅର୍ଡର ଦିଅନ୍ତି ତା’ଠାରୁ ୧୦ରୁ୨୦% କମ୍‌ ଯୋଗାଇ ଥାଏ ଓଏସ୍‌ବିସି । 

ସେହିଭଳି ଗତ ୩ ମାସ ଭିତରେ ସାରା ଓଡ଼ିଶାରେ ୧୯୯.୮୪ ଲଣ୍ଡନ୍‌ ପ୍ରୁଫ୍‌ ଲିଟର (ଏଲ୍‌ପିଏଲ୍‌) ବିଦେଶୀ ମଦ ବିକ୍ରି ହୋଇଛି । ୨୨-୨୩ ବର୍ଷରେ ୫୮୩.୪୪ ଏଲ୍‌ପିଏଲ୍‌, ୨୧-୨୨ରେ ୫୨୬.୯୩ ଏଲ୍‌ପିଏଲ୍‌ ବିଦେଶୀ ମଦ ବିକ୍ରି ହୋଇଥିଲା । ଦେଶୀ ମଦ ବିକ୍ରି ହ୍ରାସ ହେଉଛି । ୨୦୧୯ ପର୍ଯ୍ୟନ୍ତ ଦେଶୀ ମଦ ବିକ୍ରି ସବୁ ବେଳେ ୯୫ରୁ ୧୦୫ ଏଲ୍‌ପିଏଲ୍‌ ହେଉଥିଲା । ମାତ୍ର ୨୦୨୦ ମସିହାରୁ ବିକ୍ରି ମାତ୍ରା କମିବାରେ ଲାଗିଛି । ୨୦୨୦-୨୧ରେ ମାତ୍ର ୪୮.୮୯ ଏଲ୍‌ପିଏଲ୍‌ ଦେଶୀ ମଦ ବିକ୍ରି ହେଉଥିବା ବେଳେ ୨୧-୨୨ରେ ୭୧.୭୧ ଏଲ୍‌ପିଏଲ୍‌, ୨୨-୨୩ ମସିହାରେ ୮୪.୩୭ ଏଲ୍‌ପିଏଲ୍‌ ଓ ୨୦୨୩-୨୪ (୨୦୨୪ ମସିହା ଫେବ୍ରୁଆରୀ ପର୍ଯ୍ୟନ୍ତ) ୩୬.୮ ଏଲ୍‌ପିଏଲ୍‌ ଦେଶୀ ମଦ ବିକ୍ରି ହୋଇଛି ।

 ମଦ ବିକ୍ରିରେ ରାଜସ୍ୱ ଆଦାୟର ଟାର୍ଗେଟ୍‌ ମୁତାବକ ୨୦୧୧ ମସିହାରୁ ୨୦୨୩ (ଆର୍ଥିକ ବର୍ଷ) ମଧ୍ୟରେ ୫ ଥର ସଫଳ ହୋଇଛି ଅବକାରୀ ବିଭାଗ । ୨୦୧୧-୧୨ ମସିହାରେ ୧୩୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଟାର୍ଗେଟ ଥିଲା । ଯାହା ସଫଳ ହୋଇଥିଲା । ସେହିବର୍ଷ ୧୩୭୯.୯୧ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିଲା ଅବକାରୀ ବିଭାଗ । ୨୦୧୨-୧୩ରେ ୧୭୦୦ କୋଟି ଟାର୍ଗେଟ ଥିଲା ବେଳେ ୧୪୯୯.୧୯ ଆଦାୟ ହୋଇଥିଲା । ୨୦୧୩ରୁ ୧୪ ଓ ୧୪ରୁ୧୫ ଆର୍ଥିକ ବର୍ଷରେ ଟାର୍ଗେଟ୍‌ ପୂରଣ ହୋଇ ପାରି ନଥିଲା । ୨୦୧୫ରୁ୧୬ ମସିହାରେ ୧୫୦୦ କୋଟି ଟାର୍ଗେଟ୍‌ ଥିବା ବେଳେ ୨୫୬୮.୬୮ କୋଟି ରାଜସ୍ୱ ଆଦାୟ ହୋଇଥିଲା । 

 ୨୦୧୬-୧୭ ଓ ୧୭-୧୮ରେ ମଧ୍ୟ ଟାର୍ଗେଟ୍‌  ପୂରଣ ହୋଇ ପାରିନଥିଲା । ୨୦୧୮-୧୯ରେ ୩୮୦୦ କୋଟି ଟାର୍ଗେଟ୍‌ ଥିବା ବେଳେ ୩୯୨୫.୪୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । ସେହିପରି ୨୦୧୯-୨୦ ଓ ୨୦୨୧ରେ ମଧ୍ୟ ଅବକାରୀ ବିଭାଗର ଟାର୍ଗେଟ୍‌ ପୂରଣ ହୋଇନଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ୫୫୦୦ କୋଟି ଟଙ୍କା ଟାର୍ଗେଟ୍‌ ଥିବା ବେଳେ ୫୫୨୮.୪୧ କୋଟି ରାଜସ୍ୱ ଆଦାୟ ହୋଇଥିଲା । ୨୨-୨୩ରେ ୬୫୦୦ କୋଟି ଥିଲା ବେଳେ ୬୪୫୫.୦୬ କୋଟି ଆଦାୟ ହୋଇଥିଲା । ୨୦୨୩-୨୪ ଅର୍ଥିକ ବର୍ଷରେ ୭,୮୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.