ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ଅଧରାତିରେ ଅସାମାଜିକଙ୍କ ଆତଙ୍କ: ବରଗଡ଼ ଅଞ୍ଚଳରେ ସାମ୍ବାଦିକଙ୍କୁ ପଥରରେ ଛେଚି ରକ୍ତାକ୍ତ କଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୯/୦୪: ବଡ଼ଗଡ଼ ଅଞ୍ଚଳରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଥରରେ ଛେଚି ରକ୍ତାକ୍ତ କରିଛନ୍ତି ଅସାମାଜିକ । ଆକ୍ରମଣର ଶିକାର ହେଇଛନ୍ତି ସରୋଜ ଜେନା । 

ସେ ରାତି ପ୍ରାୟ  ସାଢେ ୧୨ଟା ବେଳେ ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ  କାର୍ଯ୍ୟାଳୟରୁ କାମ ସାରି ଘରକୁ ଫେରୁଥିଲେ ।  ବଡ଼ଗଡ଼ ଏସ୍‌ବିଆଇ ଏଟିଏମ ନିକଟରେ ସେ  ଚାଲିକରି ରୁମ୍‌କୁ ଯାଉଥିବା ବେଳେ ୩ ଜଣ  ଦୁର୍ବୃତ୍ତ ସ୍କୁଟି (ଓଡି୦୨ଟି ୨୫୦୯)ରେ ଆସି  ତାଙ୍କୁ ଧକ୍କା ଦେଲେ । ସରୋଜ ଏହାକୁ ବିରୋଧ  କରିଥିଲେ । ୩ଜଣ ଦୁର୍ବୃତ୍ତ ସ୍କୁଟି ଅଟକାଇ ତାଙ୍କ  ଉପରେ ସଂଘବଦ୍ଧ ଆକ୍ରମଣ କରିବାକୁ ଲାଗିଲେ ।  ସରୋଜ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା  କରୁଥିବା ବେଳେ ୩ଜଣ ତାଙ୍କୁ ପିଛା କରି  ଅଟକାଇଲେ । ଅଶ୍ରାବ୍ୟ ଭାଷାରେ ଗାଳି କରିବା  ସହ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଜୀବନରୁ  ମାରିଦେବାକୁ ଚେଷ୍ଟା କରିଥିଲେ । ସରୋଜ ଅଚେତ  ହୋଇଯିବା ଦେଖି ସେମାନେ ଘଟଣାସ୍ଥଳରୁ ଖସି  ପଳାଇଥିଲେ । ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା  ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ଅଟକି  ତାଙ୍କୁ ଉଦ୍ଧାର କରିଥିଲା । କ୍ୟାପିଟାଲ ହସ୍ପିଟାଲରେ  ସରୋଜଙ୍କ ଚିକିତ୍ସା ଚାଲିଛି । ବଡ଼ଗଡ଼ ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.