ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ

ବ୍ରହ୍ମପୁର/ଛତ୍ରପୁର,୩୦/୦୪: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିବେ । ସେ ପ୍ରଥମେ ମା' ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ଛତ୍ରପୁର ଯାଇ ସେଠାରେ ପ୍ରାର୍ଥିପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ ହୋଇଥିବା ସୂଚନା ମିଳିଛି ।

୨୦୦୦ ମସିହାରୁ ଲଗାତାର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଥର ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନରୁ ଲଢ଼ୁଛନ୍ତି । ତଥାପି ହିଞ୍ଜିଳି ତାଙ୍କ ପ୍ରାଥମିକତା ସୂଚୀରେ ରହିଛି । ଆସିକା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ଆସନ୍ତା ୨୦ ତାରିଖରେ ମତଦାନ ହେବ । ସେଥିପାଇଁ ଏବେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ସେହିକ୍ରମରେ ମୁଖ୍ୟମନ୍ତ୍ରୀନାମାଙ୍କନ କରିବାକୁ ମଙ୍ଗଳବାର ଗଞ୍ଜାମ ଗସ୍ତରେ ଆସୁଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରିବେ । ଦିନ ୧୧ଟାରେ ତାରାତାରିଣୀ ପୀଠ ନିକଟ ନରସିଂହପୁର ଛକରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ଯାଇ ମା' ତାରାତାରିଣୀଙ୍କ ଦର୍ଶନ କରିବା ପରେ ପୁଣି ହେଲିକପ୍ଟର ଯୋଗେ ଛତ୍ରପୁର ଅନ୍‌ସ୍ଲୋ ଖେଳ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ପରେ ଛତ୍ରପୁର ସର୍କିଟ୍‌ ହାଉସ୍‌ରୁ ବାହାରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ଅପରାହ୍ନ ୧ଟା ୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରୁ ଭୁବନେଶ୍ୱର ଫେରିବା କାର୍ଯ୍ୟସୂଚୀ ରହିଛି । 

ପରେ ପାଣ୍ଡିଆନ ଛତ୍ରପୁରରୁ ତାମ୍ପରା ଗେଷ୍ଟ୍‌ ହାଉସ୍‌ ଯିବେ । ଅପରାହ୍ନ ୩ଟାରେ ୫-ଟି ଅଧ୍ୟକ୍ଷ ଛତ୍ରପୁର ଅନ୍‌ସ୍ଲୋ ଖେଳ ପଡ଼ିଆରୁ ହେଲିକପ୍ଟରରେ ମୋହନା ବିଧାନସଭା କ୍ଷେତ୍ର ଚନ୍ଦ୍ରଗିରିରେ ପହଞ୍ଚି ଜନସମାବେଶରେ ଯୋଗେ ଦେବେ । ଅପରାହ୍ନ ୪ଟା ୧୦ରେ ସେଠାରୁ ବାହାରି ୪ଟା ୩୦ରେ ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ଛକରେ ପହଞ୍ଚିବେ । ଚିକିଟି ପେଣ୍ଠରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟା ୧୫ରେ ସେଠାରୁ ବାହାରି ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ଥିବା କାର୍ଯ୍ୟସୂଚୀରୁ ଜଣାପଡ଼ିଛି । ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଜେଡ୍‌ ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ବୁଧବାର ଅପରାହ୍ନ ୨ଟା ୩୦ରେ ଛତ୍ରପୁର ଅନ୍‌ସ୍ଲୋ ଷ୍ଟାଡିୟମ୍‌ରେ ବିଶାଳ ସମାବେଶ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

ସପ୍ତାହକ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଗଞ୍ଜାମ ଗସ୍ତ । ଗତ ବୁଧବାର ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍‌ ଗସ୍ତ କରି ବିଜେଡି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଏହା ପରେ ପୁଣି ମେ’ ୩ ତାରିଖରେ ମୁଖ୍ୟମନ୍ତ୍ରୀ  ଏବଂ ୫-ଟି ଅଧ୍ୟକ୍ଷ ଗଞ୍ଜାମ ଜିଲ୍ଲାର ସୋରଡ଼ା, ପୋଲସରା ଆଦି ଅଞ୍ଚଳକୁ ପ୍ରଚାର ଅଭିଯାନରେ ଆସିବେ । ପରବର୍ତ୍ତୀ ସମୟରେ ଗୋପାଳପୁର, ଭଞ୍ଜନଗର, ଆସିକା ଆଦି ବିଧାନସଭା କ୍ଷେତ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେଡି ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଓ ନେତାମାନେ ପ୍ରସ୍ତୁତି ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛନ୍ତି ।     

ସୁରକ୍ଷା ଦୃଷ୍ଟିରୁ ୧୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମକ୍‌ଡ୍ରିଲ୍‌ କରାଯାଇଥିଲା । ବରିଷ୍ଠ ପୁଲିସ ଅଫିସରମାନେ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ ସମୟରେ ଜିଲ୍ଲାର ବହୁ ପ୍ରାର୍ଥୀ, ନେତା ଓ କର୍ମୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.