ପ୍ରମୁଖ ଖବର
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ୟୁକ୍ରେନ୍‌କୁ ଗୁପ୍ତ ଭାବରେ ଦୂରଗାମୀ ମିସାଇଲ୍‌ ପଠାଇଲା ଆମେରିକା !

Image Courtesy: timesofindia

ଓ୍ବାଶିଂଟନ ଡିସି: ଋଷିଆ ସହ ଲଢ଼େଇ ଜାରି ରଖିବାକୁ ୟୁକ୍ରେନ୍‌କୁ ସାହାଯ୍ୟ କରିଆସିଛି ଆମେରିକା । ଲଗାତର ସାମରିକ ସହାୟତା ଦେଇ ଋଷିଆ ବିରୋଧରେ ଯୁଦ୍ଧ କରିବାକୁ ୟୁକ୍ରେନକୁ ଉସୁକାଉଛି ହ୍ବାଇଟହାଉସ୍‌ । ଆଉ ଏବେ ୩୦୦ ମିଲିୟନ୍‌ ଡଲାରର ମିସାଇଲ ୟୁକ୍ରେନ୍‌କୁ ଆମେରିକା ଗୁପ୍ତ ଭାବରେ ପଠାଇଥିବା ନେଇ ଜଣେ ଶୀର୍ଷ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମାରିକ ସହାୟତା ପ୍ୟାକେଜକୁ ମାର୍ଚ୍ଚ ୧୨ରେ ଅନୁମୋଦନ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍‌ । 

 ସେପଟେ କେତେ ମିସାଇଲ ୟୁକ୍ରେନ୍‌ ପଠାଯାଇଛି ତାହା ଆମେରିକୀୟ ଅଧିକାରୀ ଜଣଙ୍କ ସ୍ପଷ୍ଟ କରିନାହାନ୍ତି । ତେବେ ହ୍ବାଇଟ ହାଉସ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନଙ୍କ ଅନୁସାରେ, ୟୁକ୍ରେନ୍‌ ବହୁ ପରିମାଣରେ ମିସାଇଲ ପଠାଯାଇଛି ଏବଂ ଆଗକୁ ଆହୁରି ପଠାଯିବ । ଏହି ମିସାଇଲକୁ ୟୁକ୍ରେନ୍‌ ଋଷିଆରେ ନୁହେଁ ନିଜ ଦେଶ ଭିତରେ ବ୍ୟବହାର କରିବ ବୋଲି କଥା ଦେଇଛି । ଏହି ମିସାଇଲ ପ୍ରଥମ ଥର ପାଇଁ ଏପ୍ରିଲ ୧୭ରେ ବ୍ୟବହାର ହୋଇଥିଲା । ଋଷିଆ ଅଧୀକୃତ କ୍ରିମିୟାରେ ୟୁକ୍ରେନ୍‌ ଏହି ମିସାଇଲ ମାଡ଼ କରିଥିଲା । ଯାହାକି ୟୁକ୍ରେନ୍‌ ସୀମାରୁ ୧୬୫ କିଲୋମଟରେ ଦୂରତାରେ ଅବସ୍ଥିତ । 

ଏହା ସହ ଋଷିଆ ସେନା ବିରୋଧରେ ଦ୍ବିତୀୟ ଥର ପାଇଁ ଦକ୍ଷିଣପୂର୍ବ ୟୁକ୍ରେନ୍‌ରେ ବ୍ୟବହାର ହୋଇଛି ଏହି ମିସାଇଲ । ତେବେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ଥିବା ଏହି ଆର୍ମି ଟାକ୍ଟିକାଲ୍‌ ମିସାଇଲ ସିଷ୍ଟମ (ଏଟିଏସିଏମଏସ୍) କୁ ୟୁକ୍ରେନକୁ ଦିଆଯିବ କି ନାହିଁ, ଏହାକୁ ନେଇ ଆମେରିକାରେ ଦୀର୍ଘ ଦିନର ଧରି ଆଲୋଚନାର ପ୍ରସଙ୍ଗ ପାଲଟିଥିଲେ । ସେପଟେ ଗତ ସେପ୍ଟେମ୍ବରରେ ୟୁକ୍ରେନକୁ ମିଡ୍‌-ରେଞ୍ଜ ମିସାଇଲ ଦେଇଥିଲା ଆମେରିକା । ବାଇଡେନ୍ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପେଣ୍ଟାଗନ ବିରୋଧ କରିଥିଲା । କାରଣ ଦୂରଗାମୀ ମିସାଇଲକୁ ଗୁଡ଼ିକ ଋଷିଆ ଭିତରେ ୟୁକ୍ରେନ୍‌ ପକାଇପାରେ ବୋଲି ଚିନ୍ତା ପ୍ରକାଶ ପାଇଥିଲା । 

 ଅନ୍ୟପଟେ ଋଷିଆ ଏବେ ଉତ୍ତର କୋରିଆ ନିର୍ମିତ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍‌ର ବ୍ୟବହାର କରୁଛି ।ଗତ ଡିସେମ୍ବର ଏବଂ ଜାନୁଆରୀରେ ୟୁକ୍ରେନ୍‌ରେ ଏହି ମିସାଇଲ ଋଷିଆ ବ୍ୟବହାର କରିବା ପରେ ଏଭଳି ନକରିବାକୁ ଆମେରିକା ମସ୍କୋକୁ ଚେତାବନୀ ଦେଇଥିଲା ।  ତେବେ ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବା ଲାଗି ବାଇଡେନ୍ ଅନୁମତି ଦେଇଥିଲେ । ଏହି ମିସାଇଲକୁ ଗୁପ୍ତଭାବେ ୟୁକ୍ରେନ୍‌କୁ ସପ୍ଲାଏ କରିବାକୁ ମଧ୍ୟ କହିଥିଲେ ଜୋ ବାଇଡେନ୍‌ ।

 

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.