ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଋଣ ଖିଲାପି ନିକଟତର ଆମେରିକା, ଦିନକୁ ଯାଉଛି ୧୮୦ କୋଟି ଡଲାରରୁ ଅଧିକ ସୁଧ

ନୂଆଦିଲ୍ଲୀ,୨୮/୦୩: ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ଆମେରିକା ଋଣ ଖିଲାପୀ ଆଡ଼କୁ ଦ୍ରୁତ ବେଗରେ ଅଗ୍ରସର ହେଉଛି । ଦେଶର ଋଣ-ଜିଡିପି ଅନୁପାତ ୧୨୪%ରେ ପହଞ୍ଚିଗଲାଣି । ତଥ୍ୟ ଉପରେ ଯଦି ନଜର ଦିଆଯାଏ ତେବେ ବର୍ଷ ୧୮୦୦ ପରେ ୫୨ଟି ଦେଶର ଋଣ-ଜିଡିପି ଅନୁପାତ ୧୩୦%ରୁ ଅଧିକ ହୋଇଛି । ଏଥିମଧ୍ୟରୁ ୫୧ଟି ଦେଶ ଋଣ ଖିଲାପକାରୀ ପାଲଟିଥିଲେ । ଏହି କାରଣରୁ ଆମେରିକାରେ ଦ୍ରୁତ ବେଗରେ ବଢ଼ୁଥିବା ଋଣ ବୋଝକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ବିଶେଷଜ୍ଞ । 

ବିଶେଷଜ୍ଞଙ୍କ କହିବାନୁସାରେ, ନିକଟ ଭବିଷ୍ୟତରେ ଆମେରିକା ଋଣ ଖିଲାପକାରୀ ପାଲଟିପାରେ । ଏହି ସ୍ଥିତି ପ୍ରତି ଯଦି ଦୃଷ୍ଟି ଦିଆଯାଏ ନାହିଁ, ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ । ଦେଶର ଋଣ ଏବେ ୩୪ ଲକ୍ଷ କୋଟି ଡଲାରରୁ ଉପରେ ରହିଛି । ପରିସ୍ଥିତି ଏଭଳି ଯେ, ଏ ବର୍ଷ ଆମେରିକାକୁ ୧ ଲକ୍ଷ କୋଟି ଡଲାରରୁ ଅଧିକ ସୁଧ ଦେବାକୁ ପଡ଼ିପାରେ । ଆମେରିକାର ଋଣ ଗତ ୨୪ ବର୍ଷରେ ୬ ଗୁଣା ବଢ଼ିଯାଇଛି । ବର୍ଷ ୨୦୦୦ରେ ଆମେରିକା ଉପରେ ୫.୭ ଲକ୍ଷ କୋଟି ଡଲାରର ଋଣ ଥିଲା । ଏବେ ଏହା ୩୪ ଲକ୍ଷ କୋଟି ଡଲାର ଉପରେ । ବର୍ଷ ୨୦୧୦ରେ ଏହା ୧୨.୩ ଲକ୍ଷ କୋଟି ଡଲାର ଏବଂ ୨୦୨୦ରେ ୨୩.୨ ଲକ୍ଷ କୋଟି ଡଲାର ଥିଲା । 

ଆମେରିକା କଂଗ୍ରେସର ବଜେଟ ଦସ୍ତାବିଜ୍‌ ଅନୁସାରେ, ଆଗାମୀ ଦଶକ ପର୍ଯ୍ୟନ୍ତ ଦେଶର ଋଣ ୫୪ ଲକ୍ଷ କୋଟି ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଗତ ୩ ମାସରେ ଏଥିରେ ୧ ଟ୍ରିଲିୟନ ଡଲାରରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହା ଦେଶର ଜିଡ଼ିପିର ପ୍ରାୟ ୧୨୪% । ଗତ ୩ ବର୍ଷରେ ଦେଶର ଋଣ ୧୦ ଲକ୍ଷ କୋଟି ଡଲାରରୁ ଅଧିକ ବଢ଼ିଛି । ଆମେରିକାକୁ ଦୈନିକ ୧୮୦ କୋଟି ଡଲାର ସୁଧ ପରିଶୋଧ କରିବାକୁ ପଡୁଛି । ଏହା ସ୍ପଷ୍ଟ ଯେ, ସରକାରଙ୍କ ଆୟ କମୁଛି ଏବଂ ଖର୍ଚ୍ଚ ବଢୁଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଦେଶର ଅର୍ଥନୀତି ଏବଂ ଜାତୀୟ ସୁରକ୍ଷା ପାଇଁ ଠିକ୍‌ ନୁହେଁ । 

ଆଶଙ୍କା କରାଯାଉଛି ଯେ, ଆଗାମୀ କିଛି ବର୍ଷରେ ଆମେରିକାର ଋଣ-ଜିଡିପି ଅନୁପାତ ୨୦୦% ପର୍ଯ୍ୟନ୍ତ ଯାଇପାରେ । ଅର୍ଥାତ୍‌ ଦେଶର ଋଣ ଜିଡିପିର ଦୁଇଗୁଣା ହୋଇପାରେ । ଯଦି ଏପରି ହୁଏ ତେବେ କରଜ ଶୁଝି ଶୁଝି ଆମେରିକାର ଅବସ୍ଥା ଶୋଚନୀୟ ହୋଇଯାଇପାରେ । ଏହାଦ୍ୱାରା ଦେଶର ସରକାରଙ୍କୁ ଗବେଷଣା ଏବଂ ବିକାଶ, ଭିତ୍ତିଭୂମି ଏବଂ ଶିକ୍ଷା ଉପରେ ହେଉଥିବା ଖର୍ଚ୍ଚଠାରୁ ଅଧିକ ଅର୍ଥରାଶି ସୁଧ ପୈଠରେ ବ୍ୟୟ କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ଆମେରିକାର ଋଣ ବୋଝ ବଢୁଛି ଯେତେବେଳେ ଦେଶର ଅର୍ଥବ୍ୟବସ୍ଥା ଭଲ ସ୍ଥିତିରେ ଅଛି ଏବଂ ଦେଶରେ ବେକାରି ହାର କମୁଛି ।

ଗତବର୍ଷ ଅଗଷ୍ଟରେ ଫିଚ୍‌ ରେଟିଙ୍ଗ୍‌ସ ଆମେରିକାର ସୋଭରେନ୍‌ ଡେଟ୍‌ ରେଟିଂକୁ ଏଏ୍ମରୁ କମାଇ ଏଏଏ କରିଥିଲା । ଏହା ପରେ ନଭେମ୍ବରରେ ମୁଡିସ୍‌ ଚେତାବନି ଦେଇଥିଲା ଯେ, ଏହା ଆମେରିକାର ଏଏଏ ରେଟିଂକୁ କମାଇପାରେ । ଗତବର୍ଷ ଜୁନ୍‌ରେ ଆମେରିକା ଋଣ ଖିଲାପୀ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଯଦି ବିଶ୍ୱର ସବୁଠୁ ଅଧିକ ଋଣ-ଜିଡିପି ଅନୁପାତକୁ ହିସାବକୁ ନେବା ତେବେ ଜାପାନ ପ୍ରଥମ ସ୍ଥାନରେ ରହିଛି । ସେଠାରେ ଏହି ଅନୁପାତ ୨୬୯% ରହିଛି । ୟୁରୋପୀୟ ଦେଶ ଗ୍ରୀସ ଦ୍ୱିତୀୟ ସ୍ଥାନରେ ଅଛି । ଏହାର ଋଣ-ଜିଡିପି ଅନୁପାତ ରହିଛି ୧୯୭% । ଏହା ପରେ ସିଙ୍ଗାପୁର ତୃତୀୟ ସ୍ଥାନରେ ଅଛି । ଏହାର ଋଣ-ଜିଡିପି ଅନୁପାତ ୧୬୫% ରହିଛି । ସେହଭିଳି ଇଟାଲିର ଅନୁପାତ ରହିଛି ୧୩୫% । ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ପେନ୍‌ ଏବଂ ବେଲ୍‌ଜିୟମ ଉକ୍ତ ଦେଶଗୁଡ଼ିକ ମଧ୍ୟରେ ସାମିଲ ଯେଉଁମାନଙ୍କ ଋଣ-ଜିଡିପି ଅନୁପାତ ୧୦୦% ଉପରେ ରହିଛି । ଅର୍ଥାତ୍‌ ଏହି ଦେଶଗୁଡ଼ିକର ଋଣ ସେମାନଙ୍କ ଜିଡିପିଠୁ ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.