ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ସ୍ଥଗିତ ରହିଲା ଆମେରିକା NSAଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ, ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ବଦଳିଲା ନିଷ୍ପତ୍ତି...

ନୂଆଦିଲ୍ଲୀ: ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳୁଛି। ପରିସ୍ଥିତି ଏପରି ହୋଇଗଲାଣି ଯେ, ଏହା ସିଧାସଳଖ ବିଶ୍ବର ଦେଶ ଉପରେ ପ୍ରଭାବ ପକାଉଛି । ଏହି ସମୟରେଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ପରେ ପଶ୍ଚିମ ଏସିଆରେ ବିଗୁଡୁଥିବା ସମୀକରଣକୁ ଦୃଷ୍ଟିରେ ରଖି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍ ଏହି ସପ୍ତାହରେ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି ।

ବାଇଡେନ ସରକାରଙ୍କ ଅଧିକାରୀ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ICET ପ୍ରସଙ୍ଗରେ ଆଲୋଚନା କରିବାର ଥିଲା । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ସଲିଭାନ୍ ତାଙ୍କର ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି । ଆମେରିକାର ଦୂତାବାସ ମୁଖପାତ୍ର କହିଛନ୍ତି ଯେ ପଶ୍ଚିମ ଏସିଆରେ ଚାଲିଥିବା ଘଟଣାକ୍ରମ ହେତୁ ସଲିଭାନ୍ ଭାରତ ଗସ୍ତକୁ ଏହି ସପ୍ତାହରେ ସ୍ଥଗିତ ରଖିଛନ୍ତି।

ଆମେରିକା ଦୂତାବାସ ମୁଖପାତ୍ର କହିଛନ୍ତି ଯେ, ସଲିଭାନ୍ ଭାରତ ସହ ଆମର ବହୁମୁଖୀ ଭାଗିଦାରୀକୁ ଆଗକୁ ବଢାଇବାକୁ ପ୍ରତିଶ୍ରୁତିବଦ୍ଧ । ରାଷ୍ଟ୍ରପତି ଜୋ ବାଇଡେନ କ୍ବାଡ ନେତାଙ୍କ ଆଗାମୀ ବୈଠକରେ ସାମିଲ ହେବା ପାଇଁ ମଧ୍ୟ ଉତ୍ସାହିତ । ଚଳିତ ବର୍ଷ ଜାନୁଆରୀରେ ଭାରତରେ କ୍ୱାଡ ନେତାଙ୍କ ବୈଠକ ଅନୁଷ୍ଠିତ ହେବାର ଥିଲା । ହେଲେ ଜୋ ବାଇଡେନ କୌଣସି କାରଣରୁ ଭାରତ ଆସିପାରି ନଥିବାରୁ ଏହି ବୈଠକ ହୋଇପାରି ନଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.