PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଅନ୍ତର୍ଜାତୀୟ ଜିଏମ୍‌ ଚେସ୍‌ ଜିଏମଙ୍କୁ ହରାଇଲେ ପଦ୍ମିନୀ

ଭୁବନେଶ୍ୱର, ୨୫ ।୧ (ବ୍ୟୁରୋ): ଚେନ୍ନାଇ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଆଇଏମ୍‌ ପଦ୍ମିନୀ ରାଉତ (୨୩୬୫) ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି । ସେ ନବମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ସ୍ତୁପକ କିରିଲ(୨୫୪୨) କୁ ପରାସ୍ତ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ପୂର୍ବରୁ ସେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡ ଡ୍ର’ ରଖିଥିଲେ । ପଞ୍ଚମ ରାଉଣ୍ଡରେ ପରାଜିତ ହୋଇଥିବାବେଳେ ପରବର୍ତ୍ତୀ ସମସ୍ତ ରାଉଣ୍ଡରେ ବିଜୟୀ ହୋଇଛନ୍ତି । ନବମ ରାଉଣ୍ଡରୁ ସେ ମୋଟ୍‌ ୭ ପଏଣ୍ଟ ହାସଲ କରି ୧୪ତମ ସ୍ଥାନରେ ରହିଛନ୍ତି । ପ୍ରତିଯୋଗିତାରେ ତୃତୀୟରୁ ୧୪ତମ ସ୍ଥାନ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗୀ ୭ ପଏଣ୍ଟ ଲେଖାଏଁ ପାଇଛନ୍ତି । ଓଡ଼ିଶାର ଉତ୍କଳ ରଞ୍ଜନ ସାହୁ ଓ ରାକେଶ କୁମାର ନାୟକ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି । ଉତ୍କଳ ଏ ପର୍ଯ୍ୟନ୍ତ ୬.୫ ପଏଣ୍ଟ ଏବଂ ରକେଶ ୫.୫ ପଏଣ୍ଟ ପାଇଛନ୍ତି । ନବମ ରାଉଣ୍ଡରେ ଉତ୍କଳ ବାଜି ଡ୍ର’ ରଖିଥିବାବେଳେ ରାକେଶ ବିଜୟୀ ହୋଇଛନ୍ତି ।

ସମ୍ବନ୍ଧିତ ଖବର