ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅବଧି ସରିଲା, ହେଲେ ଉଠିଲାନି ଧାନ... ଖଳାରେ ରାତି କାଟୁଛି ଚାଷୀ

Published By : Rasmita Pradhan | July 10, 2025 3:09 PM

ଦଶରଥପୁର, ୧୦/୦୭ : ଆଶଙ୍କା ସତ ହେଲା । ଆନ୍ଦୋଳନ ହଟାଇବାକୁ ପ୍ରଶାସନ ଧାରଣାରେ ବସିଥିବା ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା । ଫଳରେ ଏବେ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ଟୋକନ ପାଇଥିବା ୪୯୨ ଚାଷୀଙ୍କର ଖଳାରେ ରାତି କଟୁଛି । ଶେଷ ହୋଇଥିବା ଟୋକନ ଅବଧିକୁ ପୁନଃ କାର୍ଯ୍ୟକ୍ଷମ କରିବା, ଧାନ କିଣା ନିମନ୍ତେ ପଦକ୍ଷେପ ନେବା ଓ ଧାନ କିଣାରେ ଅବହେଳା କରିଥିବା ମିଲର ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକ୍ସ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ଘଟଣାଟି ଦଶରଥପୁର ବ୍ଲକ୍‌ କମାରଡିହି ପାକ୍ସରେ ଘଟିଛି। 

ଚଳିତ ରବିଋତୁ ପାଇଁ କମାରଡିହି ପାକ୍ସ ପରିଚାଳିତ ମଣ୍ଡିରେ ଧାନ ବିକ୍ରୟ ପାଇଁ ମୋଟ ୯୨୭ଜଣ ଚାଷୀଙ୍କୁ ଟୋକନ ମିଳିଥିଲା । ଟୋକନ ପାଇଥିବା ଚାଷୀଙ୍କ ଧାନ କ୍ରୟ ପାଇଁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଥିଲା । ମଣ୍ଡିକୁ ନିୟମିତ ବ୍ୟବଧାନରେ ସ୍ୱୀକୃତିପ୍ରାପ୍ତ ମିଲର ଅସହଯୋଗ କରିବାରୁ ସରକାରୀ ଭାବେ ଧାର୍ଯ୍ୟ ଶେଷଦିନ ପର୍ଯ୍ୟନ୍ତ ମାତ୍ର ୪୩୫ଜଣ ଚାଷୀ ବହୁ ଅସୁବିଧା ସତ୍ତ୍ଵେ ମଣ୍ଡିରେ ଧାନ ବିକ୍ରୟ କରିଥିଲେ । ଅବଶିଷ୍ଟ ୪୯୨ ଟୋକନପ୍ରାପ୍ତ ବଳକା ଚାଷୀ ଧାନ ବିକ୍ରି ହୋଇନପାରିବା ଆଶଙ୍କାରେ ଜୁନ ୩୦ ତାରିଖରେ କୁଆଖିଆ-କଁୟାଗୋଲା ୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ କମାରଡିହି ଛକ ରାସ୍ତାକୁ ଅବରୋଧ କରି ଚାଷୀଙ୍କ ପ୍ରତି ପ୍ରଶାସନର ଉଦାସୀନତା ବିରୋଧରେ ନାରାବାଜି କରିଥିଲେ । ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିଲା । ରାସ୍ତା ଅବରୋଧ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣି, ତହସିଲଦାର ଶୁଭ୍ରାଂଶୁ ସାହୁ, ବ୍ଲକ୍‌ ଯୋଗାଣ ଅଧିକାରିଣୀ ତପସ୍ୱିନୀ ରାୟ, ମଙ୍ଗଳପୁର ଥାନାଧିକାରୀ ଜଗଦିଶ କର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ରାସ୍ତା ଅବରୋଧକାରୀ ଚାଷୀ ସେମାନଙ୍କୁ ଘେରି ହୋ-ହାଲ୍ଲା କରିଥିଲେ । ଫଳରେ କମାରଡିହି ଛକରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଉତ୍ତେଜନା ପ୍ରଶମିତ କରିବାକୁ ଯାଇ ଉପଜିଲ୍ଲାପାଳ ଦେହୁରୀ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ସହ ଫୋନରେ ଆଲୋଚନା କରିଥିଲେ। ମଣ୍ଡିରୁ ଧାନ କ୍ରୟ ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦିନ ସରିଯାଇଥିଲେ ହେଁ ସ୍ୱୀକୃତିପ୍ରାପ୍ତ ମିଲର ଯେପରି ସମସ୍ତ ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣିବେ ସେ ନେଇ ସବୁ ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ନେଇ ଚାଷୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ । ମାତ୍ର ଉପଜିଲ୍ଲପାଳଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି । ମିଲରଙ୍କ ଅସହଯୋଗ ପାଇଁ ଏବେ କମାରଡିହି ପାକ୍ସ ଅଧୀନ ୪୯୨ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇସାରିଛି । ଧାନ ବିକ୍ରି ପାଇଁ ସବୁ ଉଦ୍ୟମ ଫେଲ୍‌ ମାରିବା ପରେ ଚାଷୀ ଅମଳ କରିଥିବା ଧାନ ଫସଲକୁ ସୁରକ୍ଷା ଦେବାକୁ ଯାଇ କିଏ ଖଳାରେ ରାତି ବିତାଉଛି ତ ଆଉ କିଏ ବ୍ୟାଙ୍କ ଋଣ ଏବଂ ହାତ ଉଧାରି ସୁଝିବାକୁ ବେପାରୀକୁ କୁଇଣ୍ଟାଲ ପିଛା ୨ ହଜାରରୁ ୨୨୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛି । ଏହାକୁ ନେଇ କମାରଡିହି ପାକ୍ସ ସଭାପତି ଭାଗିରଥୀ ସାହୁ, ବୋର୍ଡ ମେମ୍ବର ବିରଜା ମଲ୍ଲିକ, ଚୌଧୁରୀ ଯେନା, ଅଲେଖ ଦାସ, ହିମାଂଶୁ ଶେଖର ନାୟକ, ପଞ୍ଚାନନ ମଲ୍ଲିକଙ୍କ ନେତୃତ୍ୱରେ ବହୁ ଚାଷୀ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଟୋକନ ଅବଧି ସରି ଯାଇଥିବା ଚାଷୀଙ୍କ ସାଇତା ଧାନ କ୍ରୟ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହିତ ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ କ୍ରୟ ନେଇ ଅବହେଳା କରିଥିବା ମିଲରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.