ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ପ୍ରକାଶ ପାଇଲା ନୂଆ ତଥ୍ୟ; ଜାଣିଲେ ହୋଇଯିବେ ତାଜୁବ୍…

Published By : Bijay Swain | July 12, 2025 6:14 PM

ଅହମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲା ବସ୍ପୋରକ ତଥ୍ୟ। ସୂଚନା ମୁତାବକ, ଗତ ଜୁନ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଗାଟଉଇକ୍ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର (ଫ୍ଲାଇଟ୍ AI171) ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ସମ୍ପର୍କିତ ଭାରତର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଦ୍ୱାରା ଜାରି ହୋଇଥିବା ପ୍ରାଥମିକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ଯେ, ଟେକଅଫ୍ ପରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିମାନର ଦୁଇଟି ଇଞ୍ଜିନର ଜାଳେଣି ସୁଇଚ୍ ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ "RUN"ରୁ "CUTOFF" ଅବସ୍ଥାକୁ ପରିବର୍ତ୍ତନ ହୋଇଥିଲା। ଯାହା ଫଳରେ ଇଞ୍ଜିନଗୁଡ଼ିକ ହଠାତ କାମ କରିବା ବନ୍ଦ କରିଦେଇଥିଲେ।

ରିପୋର୍ଟ ଅନୁସାରେ, କକପିଟ୍ ଭଏସ୍ ରେକର୍ଡରରୁ ଜଣାପଡ଼ିଛି ଟେକଅପର ମାତ୍ର କେଇ ସେକେଣ୍ଡ ମଧ୍ୟରେ ଜଣେ ପାଇଲଟ୍ ଅନ୍ୟଜଣଙ୍କୁ ପଚାରିଥିଲେ, "ତୁମେ ବିମାନର ଜାଳେଣି କନେକ୍ସନକୁ କାହିଁକି ବନ୍ଦ କରିଦେଲ?" ଜବାବରେ ଅନ୍ୟ ପାଇଲଟ୍ କହିଥିଲେ, "ମୁଁ ତାହା କରିନାହିଁ।" ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସୁଇଚ୍ ଗୁଡିକ ବିନା ପାଇଲଟଙ୍କ ସହାୟତାରେ ଅଟୋମେଟିକ ଭାବେ ବନ୍ଦ ନ ହେବାପାଇଁ ହିଁ ଡିଜାଇନ କରାଯାଇଛି। ତେବେ ଏହା ହଠାତ କିପରି ବନ୍ଦ ହୋଇଗଲା ତାହା ସନ୍ଦେହ ଘେରକୁ ଆସିଛି। ତେବେ ଏହାପରେ, ଜାଳେଣି ସୁଇଚ୍‌ଗୁଡ଼ିକୁ ପୁଣିଥରେ "CUTOFF"ରୁ "RUN" ଅବସ୍ଥାକୁ ଫେରାଯାଇଥିଲା। ଯାହା ଇଞ୍ଜିନଗୁଡ଼ିକୁ ଆଉଥରେ କାର୍ଯ୍ୟକ୍ଷମ କରିବାର ଚେଷ୍ଟା କରାଯାଇଥିଲା। ଏହାପରେ ଦୁଇଟି ଇଞ୍ଜିନରୁ ଇଞ୍ଜିନ ୧ ଆଂଶିକ ଭାବେ କାମ କରିବା ଆରମ୍ଭ କରିଥିଲା ବେଳେ, ଇଞ୍ଜିନ ୨ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଯାହା ବିମାନର ନିମ୍ନ ଉଚ୍ଚତା ହେତୁ ଏକ ଭୟଙ୍କର ଦୁର୍ଘଟଣାରେ ପରିଣତ ହୋଇଥିଲା।

ବିମାନଟି ଟେକଅଫ୍ ପରେ ମାତ୍ର ୩୨ ସେକେଣ୍ଡ ମଧ୍ୟରେ ଅହମଦାବାଦର ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ଏହି ବିମାନଟି ଖସି ପଡିବା ସହ ଏକ ବଡ ଧରଣର ବିସ୍ଫୋରଣ ଘଟାଇଥିଲା। ଅନ୍ୟପଟେ ଉକ୍ତ ହଷ୍ଟେଲରେ ଥିବା ମେଡିକାଲ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରୁଥିଲେ।ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏତେବଡ ଦୁର୍ଘଟଣାରୁ ଏକମାତ୍ର ଭାବେ ବଞ୍ଚିଥିବା ଯାତ୍ରୀ ଥିଲେ ବିଶ୍ୱାସକୁମାର ରମେଶ। ଏହା ସହିତ ଦୁର୍ଘଟଣାରେ ତଳେ ଥିବା ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ରିପୋର୍ଟରୁ ଜଣାପଡ଼ିଛି ଯେ ଜାଳେଣି ସୁଇଚ୍‌ଗୁଡ଼ିକ ଦୁର୍ଘଟଣାଜନିତ ଭାବେ ବନ୍ଦ ହେବାର ସମ୍ଭାବନା ନାହିଁ। କାରଣ ଏଗୁଡ଼ିକ ଏକ ଲକିଂ ମେକାନିଜମ ସହିତ ଡିଜାଇନ କରାଯାଇଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି ଯେ ଏହି ସୁଇଚ୍‌ଗୁଡ଼ିକ କାହିଁକି ଏବଂ କିପରି ବନ୍ଦ ହେଲା। ତେବେ, ବିମାନ କିମ୍ବା ଇଞ୍ଜିନରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ବର୍ଡ ଷ୍ଟ୍ରାଇକ୍ ଏହାର କାରଣ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏୟାର ଇଣ୍ଡିଆ ଏକ ବିବୃତିରେ କହିଛି ଯେ ସେମାନେ ଅନୁସନ୍ଧାନରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ପୀଡ଼ିତ ପରିବାରଙ୍କ ସହ ସହମର୍ମୀ ଅଛନ୍ତି। ବୋଇଂ କମ୍ପାନୀ ମଧ୍ୟ ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛି ଏବଂ AAIBକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି।

ଏହ ଦୁର୍ଘଟଣା ନେଇ ଅନୁସନ୍ଧାନ ଜାରି ରହିଛି ଏବଂ ଏକ ସମ୍ପୂର୍ଣ୍ଣ ରିପୋର୍ଟ ଆଗାମୀ ୧୨ ମାସ ମଧ୍ୟରେ ପ୍ରକାଶ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି। ଏହି ଦୁର୍ଘଟଣା ଏୟାର ଇଣ୍ଡିଆ ଏବଂ ଭାରତୀୟ ବିମାନ ଚଳାଚଳ ଇତିହାସରେ ଏକ ବଡ଼ ଦୁର୍ଘଟଣା ଭାବେ ପରିଗଣିତ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.