ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଷ ଓଗାଳିଲେ ଅର୍ଚ୍ଚନା ନାଗ : 'ଜେଲରେ ଦିଆଯାଉଥିଲା ନିଶା ଇଞ୍ଜେକ୍ସନ, ପାଗେଳି ବୋଲି ସ୍ଵୀକାର କରିବାକୁ କରାଯାଇଥିଲା ବାଧ୍ୟ'

Published By : Rasmita Pradhan | July 12, 2025 2:38 PM

ଭୁବନେଶ୍ଵର, ୧୨/୦୭ : ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ। ଗିରଫ ପଛର ଖୋଲିଲେ ଗୁମର। ଗିରଫ ପଛରେ ପୂର୍ବ ସରକାର ଏବଂ ପୁଲିସକୁ ଦାୟୀ କଲେ ଅର୍ଚ୍ଚନା ନାଗ। ସେ କହିଛନ୍ତି, ମୋ ପ୍ରତି ଅନ୍ୟାୟ ହୋଇଛି। ଅଭିଯୋଗକାରିଣୀଙ୍କୁ ଟଙ୍କା ଦେଇ କିଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଲିଖିତ ଭାବରେ ଜଣାଇଛି।

ଅର୍ଚ୍ଚନା କହିଛନ୍ତି, ମୋତେ ଅକ୍ଟୋବର ୬ରେ ଗିରଫ କରାଗଲା। ତା ପୂର୍ବରୁ ୪ରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅକ୍ଟୋବର ୧୦ରେ କିଏ ଅଭିଯୋଗ କରିଛନ୍ତି ବୋଲି ମୋତେ ଜଣାଗଲା। ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା। ମୋତେ ଜେଲରେ ନିର୍ଯାତନା ଦିଆଯାଉଥିଲା। ପୁଲିସ ଟଙ୍କା ଦେଇ ଜେଲ କର୍ମଚାରୀଙ୍କୁ କିଣି ଦେଇଥିଲେ। ମୋତେ ଜେଲରେ ନିଶା ଇଞ୍ଜେକ୍ସନ, ମେଡିସିନ୍ ଦିଆଯାଉଥିଲା। ମୁଁ ପାଗେଳି ବୋଲି ସ୍ଵୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡ଼ି ଯିବାକୁ ଚାପ ପକାଯାଉଥିଲା। ଶ୍ରଦ୍ଧାଞ୍ଜଳି ବେହେରା ସ୍ଵୀକାର କରିଛନ୍ତି ଯେ, ତାଙ୍କୁ ଟଙ୍କା ଦେଇ ଅଭିଯୋଗ କରିବା ପାଇଁ ବାଧ୍ୟ କରାଯାଇଥିଲା। ଯାହାର କଲ୍ ରେକର୍ଡିଂ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା ନାଗ।  

ସୂଚନାନୁଯାୟୀ, ଶୁକ୍ରବାର ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ଭିକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଘଟଣାର ତଦନ୍ତ ଦାବି କରିଥିଲେ। ଘଟଣାର ତଦନ୍ତ ହେଲେ ଅନେକ ଲୋକଙ୍କ ଅସଲ ଚେହେରା ପଦାକୁ ଆସିବ । ୩୦ ମିନିଟ୍‌ରେ ସବୁ ଘଟଣାର ପର୍ଦ୍ଦାଫାସ୍‌ କରିଦେବେ ବୋଲି ସେ ଗଣମାଧ୍ୟମକୁ କହିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.