PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ଅଭିଯୋଗ କଲେ ମହିଳା ଓ ଶିଶୁ କଲ୍ୟାଣ ଯୁଗ୍ମ ସଚିବ : ଠକ ଗିରଫ, ନକଲି ଲୋଗୋ, ଲେଟରପ୍ୟାଡ୍ ଜବତ

ଭୁବନେଶ୍ୱର,୨୫/୫ : “ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ(ଡବ୍ଲ୍ୟୁସିଡି) ବିଭାଗରେ ବଡ଼ବଡି଼ଆ ଅଫିସର ଚିହ୍ନା ଅଛନ୍ତି । ମୋ ପକେଟ୍‌ ଗରମ କର । ଚୁଟ୍‌କିରେ ଚାକିରି କରାଇ ଦେବି । ୬ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ବି ମିଳିଯିବ ।” ଏମିତି ଲୋଭ ଦେଖାଇ ଆଶାୟୀଙ୍କୁ ଚୂନ ଲଗାଉଥିବା ଜଣେ ଠକକୁ ଭରତପୁର ଥାନା ପୁଲିସ ଅଟକ ରଖିଛି । ସେ ହେଲା ଖଗେଶ୍ୱର ସେଠୀ । ଘର କେନ୍ଦ୍ରାପଡ଼ା ବାଲିପାଟଣା ଅଞ୍ଚଳରେ । ପୁଲିସ ତାକୁ ପଚରାଉଚରା ଚଳାଇଛି । ଠକେଇରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଛି । ବୁଧବାର ଅଭିଯୁକ୍ତକୁ କୋର୍ଟଚାଲଣ କରାଯିବ ।

 ପୁଲିସ ସୂଚନା ଅନୁଯାୟୀ, ବରମୁଣ୍ଡାରେ ଦୀର୍ଘ ୫ ବର୍ଷ ଧରି ଖଗେଶ୍ୱର ଏକ କନ୍‌ସଲଟାନ୍ସି ଅଫିସ ଖୋଲିଥିଲେ । ସେଠାରେ ସେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି କରାଇବାକୁ ବିଜ୍ଞାପନ ଦେଉଥିଲେ । ଟଙ୍କା ବଦଳରେ ଚାକିରି ଦେଉଥିଲା ମଧ୍ୟ । ଲକ୍‌ଡାଉନ୍‌ ଯୋଗୁଁ ୨୦୨୦ରୁ ୨୦୨୧ ଯାଏଁ ଖଗେଶ୍ୱରଙ୍କ ବେପାର ମାନ୍ଦା ଚାଲିଲା । ଘର ଭଡ଼ା, କର୍ମଚାରୀଙ୍କୁ ବେତନ ଦେବାକୁ ଟଙ୍କା ନିଅଣ୍ଟ ହେଲା । ତେଣୁ ସେ ଲୋକଙ୍କୁ ଠକିବାକୁ ଯୋଜନା କଲେ । ସରକାରୀ ଚାକିରି ଦେବା ନାଁରେ ଗତ ଜାନୁଆରୀରେ ଅଫିସ ସାମ୍ନାରେ ବିଜ୍ଞାପନ ମାରିଲେ । ଏଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର, ଷ୍ଟୋର କିପର, ଜିଲ୍ଲା କର୍ମଚାରୀ ସଂଯୋଜକ, ବ୍ଲକ କର୍ମଚାରୀ ସଂଯୋଜକ ଭଳି ଚୁକ୍ତିଭିତ୍ତିକ ପଦବୀ ଖାଲି ଥିବା ଦର୍ଶାଇଥିଲେ । ୬ ବର୍ଷ ଚାକିରି ପରେ ଉକ୍ତ ବିଭାଗରେ ସରକାରୀ ପଦବୀରେ ରହିବାର ନିଶ୍ଚିତ ଗ୍ୟାରେଣ୍ଟି ଦେଉଥିଲେ ।

 ଫଳରେ ଶିକ୍ଷିତ ଆଶାୟୀମାନେ ଉକ୍ତ ଅଫିସ ସହ ଯୋଗାଯୋଗ କରିବାକୁ ଲାଗିଲେ । ସେ ଜଣଙ୍କ ପିଛା ୫ ଶହ ଟଙ୍କା ରେଜିଷ୍ଟ୍ରେସନ ଫି ଆଦାୟ କରୁଥିଲେ । କିନ୍ତୁ ଅସଲ କାରସାଦି ରେଜିଷ୍ଟ୍ରେସନ ପରେ ଚାଲୁଥିଲା । ଆଶାୟୀଙ୍କୁ ଚାକିରି ପିଛା ପ୍ରାୟ ୨ ଲକ୍ଷରୁ ୪ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ ଖଗେଶ୍ୱର । ଯିଏ ରାଜି ହେଉଥିଲା, ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ପରେ ଏକ ଅଫର ଲେଟର ଧରାଉଥିଲେ । ଯେଉଁଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନକଲି ଲୋଗୋ ଓ ଚିହ୍ନ ଛପା ଯାଇଥିଲା ।

 ଓଡି଼ଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି)ରେ ଏଭଳି କୌଣସି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରି ନଥିବାରୁ କିଛି ଆଶାୟୀଙ୍କ ସନ୍ଦେହ ଉପୁଜିଥିଲା । ସେପଟେ ବିଭାଗରେ ମିଥ୍ୟା ନିଯୁକ୍ତି ଖବର ପାଇବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତତ୍ପର ହୋଇଉଠିଥିଲା । ସୋମବାର ବିଭାଗୀୟ ଯୁଗ୍ମ ସଚିବ ବିଥିକା ସ୍ୱାଇଁ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୁଲିସ ଆଜି ବରମୁଣ୍ଡାସ୍ଥିତ ଅଫିସରେ ଚଢ଼ଉ କରିଥିଲା । ସେଠାରୁ ପୁଳା ପୁଳା ନକଲି ଲେଟରପ୍ୟାଡ୍‌, ନକଲି ଲୋଗୋ ଥିବା ଅଫର ଲେଟର ଜବତ କରିଛି । ଚଢଉ ବେଳେ ଖଗେଶ୍ୱରଙ୍କୁ ଗିରଫ କରାଯାଇଛି । ପୁଲିସ କହିଛି, ଠକ ସଂସ୍ଥା ଏମିତି ଢ଼ଙ୍ଗରେ କେତେ ଜଣଙ୍କୁ ଠକିଛି? କେତେ ଟଙ୍କା ଠକିଛି? ଏନେଇ ତଦନ୍ତ ଚାଲିଛି । ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା ଚାଲଛି ।