ପ୍ରମୂଖ ଖବର
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭୁପୃଷ୍ଠକୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା; ଆଇଏସଏସରୁ କଲେ ଅନଡକିଂ, ୨୧ ଘଣ୍ଟାର ଯାତ୍ରା ପରେ ଶେଷ ହେବ ପ୍ରତିକ୍ଷା

Published By : Bijay Swain | July 14, 2025 6:57 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ସ୍ପେସଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅନଡକିଂ କରି ପୃଥିବୀକୁ ଫେରିବା ପାଇଁ ୨୧ ଘଣ୍ଟିଆ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର ଅପରାହ୍ନ ୪ଟା ୩୫ ମିନିଟ ସମୟରେ (ଭାରତୀୟ ସମୟ) ଏହି ଅନଡକିଂ ସଫଳତାର ସହ ସମ୍ପନ୍ନ ହୋଇଛି। ଆକ୍ସିଅମ-୪ (ଏକ୍ସ-୪) ମିଶନରେ ପାଇଲଟ ଭାବେ ଦାୟିତ୍ୱ ତୁଲାଇଥିବା ଶୁଭାଂଶୁ ଓ ତାଙ୍କ ସାଥୀ ମହାକାଶଚାରୀ ଆସନ୍ତା ଜୁଲାଇ ୧୫ ତାରିଖରେ ପ୍ରାୟ ଅପରାହ୍ନ ୩ଟା ସମୟରେ ପ୍ରଶାନ୍ତ ମହାସାଗରରେ ଥିବା କାଲିଫୋର୍ନିଆ ଉପକୂଳରେ ଅବତରଣ କରିବେ।

ଏହି ୧୮ ଦିନିଆ ଏକ୍ସ-୪ ମିଶନରେ ଶୁଭାଂଶୁ ଓ ତାଙ୍କ ଦଳ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିଛନ୍ତି। ଯେଉଁଥିରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ୭ଟି ପରୀକ୍ଷଣ ସାମିଲ ରହିଛି। ଏହି ପରୀକ୍ଷଣଗୁଡ଼ିକ ମାଇକ୍ରୋଗ୍ରାଭିଟିରେ ମାଇକ୍ରୋଆଲଗି, ମାଂସପେଶୀ କ୍ଷୟ ଓ ଉଦ୍ଭିଦ ବୃଦ୍ଧି ଉପରେ କେନ୍ଦ୍ରିତ ଥିଲା। ଏହି ମିଶନ ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ଯାହା ଆଗାମୀ ଗଗନଯାନ ମିଶନ ପାଇଁ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। 

ଅନଡକିଂ ପୂର୍ବରୁ ଆଇଏସଏସରେ ଆୟୋଜିତ ବିଦାୟ ସମାରୋହରେ ଶୁଭାଂଶୁ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ପ୍ରସିଦ୍ଧ ବାଣୀ “ସାରେ ଜହାଁ ସେ ଅଚ୍ଛା”କୁ ସ୍ମରଣ କରିଥିଲେ। ସେ କହିଥିଲେ “ଆଜିର ଭାରତ ମହାକାଶରୁ ଉଚ୍ଚାକାଂକ୍ଷୀ, ନିର୍ଭୀକ, ଆତ୍ମବିଶ୍ୱାସୀ ଓ ଗର୍ବିତ ଦେଖାଯାଉଛି।” ତାଙ୍କର ଏହି ଖତା ଭାରତୀୟଙ୍କ ମନରେ ଗର୍ବ ଓ ପ୍ରେରଣା ସୃଷ୍ଟି କରିଛି।

ଅବତରଣ ପରେ ଶୁଭାଂଶୁ ଓ ତାଙ୍କ ଦଳ ଏକ ସପ୍ତାହ ଧରି ଏକାନ୍ତବାସରେ ରହିବେ। ଯେଉଁଥିରେ ମାଇକ୍ରୋଗ୍ରାଭିଟି ଯୋଗୁଁ ହେଉଥିବା ମାଂସପେଶୀ ଦୁର୍ବଳତା, ହାଡ଼ ଘନତ୍ୱ ହ୍ରାସ ଓ ସନ୍ତୁଳନ ସମସ୍ୟା ଆଦିର ସମାଧାନ କରାଯିବ। ତେବେ ଏହି ମିଶନ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଉଚ୍ଚତା ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.