PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆଜିଠୁ କୁମ୍ଭମେଳା: ଉତ୍ସବମୁଖର ଖଣ୍ଡଗିରି

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲିଠୁ ଆରମ୍ଭ ହେବ । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଛି । ଠାକୁର ଅନନ୍ତ କେଶରୀ ଦେବ ଆସନ୍ତାକାଲି ସନ୍ଧ୍ୟାରେ ଜାଗମରା ନାଗା ମଠରୁ ସୁସଜ୍ଜିତ ବମିାନରେ ବାହାରେିବ । ସେଠାରୁ ବାଜା, ବାଣ ରୋଷଣୀ ମାଧ୍ୟମରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀହଂସପୁରରେ ବେିଜ କରେିବ । ସେଠାରେ ସହ ମାଘସା୍ନନ ସମାପନ ପରେ ପୁଣ ରାତେିର ନାଗା ମଠ ଫେରେିବ । ଠାକୁରଙ୍କ ଏହ ଯାତ୍ରା ପାଇଁ ଖଣ୍ଡଗରି ିଥାନା ପୁଲସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛ । ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଖଣ୍ଡଗିରିସ୍ଥିତ ପତିତପାବନୀ ଗୁପ୍ତଗଙ୍ଗା, ଆକାଶ ଗଙ୍ଗା ଓ ରାଧାକୁଣ୍ଡର ପବିତ୍ର ଜଳରେ ସ୍ନାନକରି ଏଠାରେ ଭଜନ କୀର୍ତ୍ତନ ଆରମ୍ଭ କରିବେ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ ଗୁମ୍ଫା ସଲଗ୍ନ ଶ୍ରୀହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଆରମ୍ଭ ହେବ । ମଙ୍ଗଳବାର ଠାରୁ ମଧ୍ୟ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ମେଳାର ଶେଷଦିନ ପୂର୍ଣ୍ଣାହୁତି ଦିଆଯିବ । ମେଳା ଉପଲକ୍ଷେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବେପାରିମାନେ ନିଜ ନିଜର ଟେଣ୍ଟ୍‌କୁ ଆକର୍ଷଣୀୟ କରି ଗଢ଼ିବାରେ ଲାଗି ପଡ଼ିଛନ୍ତି । କେତେକ ଦୋକାନୀ ପସରା ମେଲାଇ ବ୍ୟବସାୟ ଆରମ୍ଭ କରିଦେଲେଣି । ପ୍ରାୟ ୨୦ ଦିନ ଧରି ଏଠାରେ ଦୋକାନ ବଜାର ଲାଗି ରହିବ । ମେଳା ପାଇଁ ଅପେରା ପାର୍ଟି ଗୁଡ଼ିକର ଟେଣ୍ଟ୍‌ କାମ ଶେଷ ପର୍ଯ୍ୟାୟରେ
ପହଞ୍ଚିଲାଣି । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ବ୍ୟାନର୍‌ ଓ ହୋର୍ଡିଂମାନ ଟଙ୍ଗାଇ ଦର୍ଶକମାନଙ୍କୁ ଆଗୁଆ ଆକୃଷ୍ଟ କରିବା ପ୍ରୟାସ ଚଳାଇଛନ୍ତି । ଏହି ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ଆଇଗିଣିଆ, ଡୁମୁଡ଼ୁମା, ଘାଟିକିଆ ଓ ଭରତପୁର ଆଦି ଗ୍ରାମର ଲୋକମାନେ ଓତୋପ୍ରୋତଃଭାବେ ଜଡ଼ିତ ହୋଇଥିବା ବେଳେ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ ହେବ ।

ଆଜଠିୁ‘ଖଣ୍ଡଗରି- ଉଦୟଗିରି’ ମହୋତ୍ସବ:‘ଖଣ୍ଡଗିରି ଉଦୟଗିରି’ ମହୋତ୍ସବ ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି କାର‌୍ୟ୍ୟକ୍ରମ ଉଦୟଗିରି ପାହାଡ଼ ପାଦଦେଶରେ ଥିବା ବ୍ୟାଖ୍ୟାନ କେନ୍ଦ୍ରରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଅଧିକ କଳାକାର ଯୋଗଦେବେ । ରାଜ୍ୟ ସରକାରଙ୍କ ପର‌୍ୟ୍ୟଟନ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି । ଏଥିପାଇଁ ରାଜ୍ୟ ପର‌୍ୟ୍ୟଟନ ବିଭାଗ ଦେଢ଼ କୋଟି ଟଙ୍କା ପ୍ରଦାନ କରିଛି । ମହୋତ୍ସବରେ କେବଳ ଲୋକକଳା ଓ ଲୋକନୃତ୍ୟକୁ ପ୍ରୋତ୍ସାହିତ କରାଯିବ । ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖ୍ୟାତାନାମା ଲୋକନୃତ୍ୟ ଶିଳ୍ପୀ ଓ ଦଳ ଏଥିରେ ଭାଗ ନେବେ । ଦର୍ଶକ ଓଡ଼ିଶାର ପ୍ରସିଦ୍ଧ ପାଇକ ନୃତ୍ୟ, ଗୋଟିପୁଅ ନୃତ୍ୟ ଓ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ଦେଖିବାକୁ ସୁଯୋଗ ପାଇବେ । ଏଡାଛଡ଼ା ପ୍ରତ୍ନତତ୍ତ୍ୱ ବିଭାଗ, ରାଜ୍ୟ ଅଭିଲେଖାଗାର ଓ ସଂଗ୍ରହାଳୟ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍‌ କରାଯାଇ ଜନସାଧାରଣଙ୍କୁ ଓଡ଼ଶିାର ସମୃଦ୍ଧି ଇତିହାସ ଓ ଐତିହ୍ୟ ସମ୍ପର୍କରେ ସଚେତନ କରାଯିବ ।

ସାଧୁସନ୍ଥଙ୍କ ଆଗମନ: ମାଘ ସପ୍ତମୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଆସି ଖଣ୍ଡଗିରିରେ ଜପତପ କରିଥାନ୍ତି । ଏଠାରେ ଖଣ୍ଡଖିରି ସେବନ କରି ଜପତପ କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିବା ସହ ସମସ୍ତ ରୋଗରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଖଣ୍ଡଗିରି ମେଳାରେ ଯୋଗ ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ସାଧୁସନ୍ଥଙ୍କ ଆଗମନ ଆରମ୍ଭ ହୋଇ ଗଲାଣି । ଆସନ୍ତାକାଲି ଠାରୁ ସାଧୁସନ୍ଥଙ୍କ ଧର୍ମଚର୍ଚ୍ଚା ସହିତ ଯଜ୍ଞ ଓ ରାମଚରିତ ମାନସ ପାଠ ଇତ୍ୟାଦି ଚାଲିବ । ବାରାଣାସୀ ବଡ଼ା ହନୁମାନ ଘାଟର ଶ୍ରୀ ଲାଲ୍‌ ଗୁରୁଜୀ ମହାରାଜ ଏବଂ ତାଙ୍କ ଶିଷ୍ୟମାନେ ଏଠାରେ ପହଞ୍ଚି ହୋମ-ଯଜ୍ଞ ପାଇଁ ଯଜ୍ଞ କୁଣ୍ଡ ନିର୍ମାଣ କରି ସାରିଲେଣି । ଆସନ୍ତାକାଲି ଠାରୁ ସେମାନେ ଯଜ୍ଞ ଆରମ୍ଭ କରିବେ ଏବଂ ମେଳାରେ ଶେଷ ଦିନରେ ପୂର୍ଣ୍ଣାହୂତି ଦିଆଯିବ ବୋଲି ଗୁରୁଜୀ ମହାରାଜ କହିଛନ୍ତି । ମେଳା ସରିବା ପରେ ସେମାନେ ମହାରାଷ୍ଟ୍ରର ନାସିକ୍‌ କୁମ୍ଭମେଳାରେ ଯୋଗଦେବା ପାଇଁ ବାହାରିବେ ବୋଲି ସୂଚନା ଦେଇଛନ୍ତି । ମାଘ ସପ୍ତମୀ ଅବସରରେ ଆସନ୍ତାକାଲି କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଆହୁରି ଅଧିକ ସଂଖ୍ୟକ ସାଧୁସନ୍ଥ ମଧ୍ୟ ଏଠାକୁ ଆସି ଭିଡ଼ ଜମାଇ ଜପତପ କରିବେ ।

ନାଟକ ନାଁକୁ ନେଇ କୋଣାର୍କ ଗଣନାଟ୍ୟ ବିରୋଧରେ ଏତଲା:
କୋଣାର୍କ ଗଣନାଟ୍ୟ ପକ୍ଷରୁ ଖଣ୍ଡଗିରିରେ ମରାଯାଇଥିବା ଏକ ବ୍ୟାନର୍‌ରେ ନାଟକ ନାମକୁ ନେଇ ଖଣ୍ଡଗିରି ଥାନାରେ ଏତଲା ହୋଇଛି । ରାଷ୍ଟ୍ରୀୟ ଦିବ୍ୟାଙ୍ଗଜନ ସୁରକ୍ଷା ଫେଡେରେସନ୍‌ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, କୋଣାର୍କ ଗଣନାଟ୍ୟ ‘ଅନ୍ଧ ମୁକ ବଧିର’ ଶୀର୍ଷକ ଏକ ନାଟକ ଖଣ୍ଡଗିରି ମେଳାରେ ପରିବେଷଣ ପାଇଁ ବ୍ୟାନର ମାରିଥିଲା । ଏହି ନାମକରଣ ଦିବ୍ୟାଙ୍ଗମାନଙ୍କ ସାମାଜିକ ସ୍ୱାଭିମାନକୁ କ୍ଷୁଣ୍ଣ କରିବା ସହ ସେମାନଙ୍କ ଅଧିକାରକୁ କୁଠାରଘାତ କରିଛି । ତେଣୁ ଉକ୍ତ ନାଟକର ନାଟ୍ୟକାର ଓ କୋଣାର୍କ ଗଣନାଟ୍ୟ ବିରୋଧରେ ଦିବ୍ୟାଙ୍ଗ ଅଧିକାର ସୁରକ୍ଷା ଅଧିନିୟମ-୨୦୧୬ ଅନୁଯାୟୀ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ଫେଡେରେସନ୍‌ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଥାଉ କି, ଏହି ନାଟକକୁ ଯାଜପୁରରେ ମଧ୍ୟ ବିରୋଧ କରାଯାଇଥିଲା । ତେଣୁ ସେଠାରେ ଏହି ନାଟକକୁ ବନ୍ଦ କରି ଦିଆଯାଇଥିଲା । ଏହି ନାଟକ ଖଣ୍ଡଗିରିରେ ପରିବେଷଣ ବନ୍ଦ କରିବା ପାଇଁ ଆଜି ଫେଡେରେସନ୍‌ ପକ୍ଷରୁ ବ୍ୟାନର ପୋଡ଼ି ପ୍ରତିବାଦ କରିବାକୁ ଥଲିା । ହେଲେ ପୂର୍ବରୁ ଖବରପାଇ ଯାତ୍ରା ପାଟ ର୍ିପକ୍ଷରୁ ବ୍ୟାନର କାଢ ଼ିନଅିାଯାଇଥଲିା ।