ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ୟଶ ଦୟାଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ, ୟୁପି ମୁଖ୍ୟମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ

Published By : Tapas Panda | June 28, 2025 11:19 PM

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗରୁ ଲୋକପ୍ରିୟତା ପାଇଥିବା ଭାରତୀୟ କ୍ରିକେଟର ୟଶ୍ ଦୟାଲ୍ ବିବାଦରେ ଫସିଛନ୍ତି । ଆଇପିଏଲ୍ ୨୦୨୫ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଚାମ୍ପିଅନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୟଶ୍ ଦୟାଲଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣ, ହିଂସା ଏବଂ ଠକେଇର ଅଭିଯୋଗ ଆଣିଛନ୍ତି । ପୀଡିତା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ବାମହାତୀ ଦ୍ରୁତ ବୋଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ପୀଡିତା ଏହି ମାମଲାରେ ନ୍ୟାୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ପୁଲିସକୁ ଆବେଦନ କରିଛନ୍ତି । ୟଶ ଦୟାଲ ଘରୋଇ କ୍ରିକେଟରେ ଉତ୍ତରପ୍ରଦେଶ ପାଇଁ ଏବଂ ଆଇପିଏଲରେ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି । ସେ ନିକଟ ଅତୀତରେ ଏହି ଲିଗରୁ ବହୁତ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଗତ ବର୍ଷ ତାଙ୍କୁ ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସାମିଲ କରାଯାଇଥିଲା । ସେ ଭାରତ ଏ ଦଳ ପାଇଁ କିଛି ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଜୁନ୍ ରେ ଦୟାଲ ଆରସିବିକୁ ଆଇପିଏଲ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ଦୟାଲଙ୍କ ସଫଳତାର ଚମକକୁ ଫିକା କରି ଦେଇପାରେ । 

ପୀଡିତା ହେଲ୍ପଲାଇନ୍ ପୋର୍ଟାଲରେ ତାଙ୍କର ଅଭିଯୋଗ ଦାଖଲ କରିଛନ୍ତି । ଏହାର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମହିଳା ଜଣଙ୍କ ଏହି ପୋଷ୍ଟରେ ଦୟାଲଙ୍କ ସହିତ ତାଙ୍କର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଦାବି କରିଛନ୍ତି ଯେ, ସେ ଗତ ୫ ବର୍ଷ ଧରି କ୍ରିକେଟରଙ୍କ ସହ ସମ୍ପର୍କରେ ଥିଲେ । କିନ୍ତୁ ସଂପୃକ୍ତ କ୍ରିକେଟର ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ମାନସିକ ଏବଂ ଶାରୀରିକ ଶୋଷଣ କରିଥିଲେ ।

କ୍ରିକେଟର ତାଙ୍କ ପରିବାର ସହ ତାଙ୍କୁ ପରିଚିତ କରାଇଥିଲେ ଏବଂ ଭବିଷ୍ୟତର ବୋହୂ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ସେ ଠକି ଦେଇଛନ୍ତି ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ସେହିଭଳି ୟଶ ଦୟାଲ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଛନ୍ତି । ଅନ୍ୟ  ଯୁବତୀମାନଙ୍କ ସହ ମଧ୍ୟ ସେ ସଂପର୍କ ରଖିଥିବା ନେଇ ପୋଷ୍ଟରେ କହିଛନ୍ତି ପୀଡ଼ିତା । ସେପଟେ ଏଭଳି ଅଭିଯୋଗ ଉପରେ କ୍ରିକେଟର ୟଶ ଦୟାଲଙ୍କ ପ୍ରତିକ୍ରିୟା ମିଳିନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.