PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗ୍ରାମୀ ଆୱାର୍ଡ୍ସ ୨୦୨୩ : ଶ୍ରେଷ୍ଠ ସଙ୍ଗୀତ ବୋନି ରାଇଟ୍‌ଙ୍କ ‘ଜଷ୍ଟ୍‌ ଲାଇକ୍‌ ଦ୍ୟାଟ୍‌’

timesofindia

ନୂଆଦିଲ୍ଲୀ ୦୭/୦୨: ଚଳିତ ବର୍ଷର ଗ୍ରାମିରେ ଶ୍ରେଷ୍ଠ ସଙ୍ଗୀତର ମାନ୍ୟତା ପାଇଛି ଗାୟିକା ବୋନି ରାଇଟ୍‌ଙ୍କ ‘ଜଷ୍ଟ୍‌ ଲାଇକ୍‌ ଦ୍ୟାଟ୍‌’ । ଗୀତଟି ୩ଟି ବିଭାଗ ପାଇଁ ପୁରସ୍କାର ଦୌଡ଼ରେ ସାମିଲ ଥିଲା । ଦୁଇଟିରେ ପୁରସ୍କାର ଜିତିଛି । ଗୋଟିଏ ବେଷ୍ଟ୍‌ ଆମେରିକାନ୍‌ ସଙ୍ଗ୍‌ । ଅନ୍ୟଟି ସଙ୍ଗ୍‌ ଅଫ୍‌ ଦ ଇୟର୍‌ ।

Just Like That”: The Powerful Meaning Behind Bonnie Raitt's Surprise Grammy  Winner | The Mary Sue

ବିୟୋନ୍ସେ, ଆଡିଲ, ଟେଲର୍‌ ସ୍ୱିଫ୍ଟ ଓ ହ୍ୟାରି ଷ୍ଟାଇଲ୍‌ଙ୍କୁ ପଛରେ ପକାଇଥିବା ବୋନି ଏହି ସମ୍ମାନ ପାଇବାକୁ ଆଶା ରଖିନଥିଲେ । ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଯେତେବେଳେ ଲଫାପା ଖୋଲି ବୋନିଙ୍କ ନାଁ ଡାକିଲେ, ୭୩ ବର୍ଷୀୟା ଏହି ଗାୟିକା ଆବାକ୍‌ ହୋଇ ବସିପଡ଼ିଲେ । କିଛି ମୁହୂର୍ତ୍ତ ପାଇଁ ସ୍ଥିର ହୋଇ ରହିଗଲେ । ମଞ୍ଚ ଉପରେ ତାଙ୍କର ପ୍ରଥମ ଶବ୍ଦ ଥିଲା ‘ଓଃ ମାଇଁ ଗଡ୍‌’ । ସେ କହିଥିଲେ, ମୁଁ ହତଚକିତ, କ’ଣ କହିବି ଜାଣିନାହିଁ । ସେ ଏହାକୁ ଅବାସ୍ତବ ମୁହୂର୍ତ୍ତ ବୋଲି କହିଥିଲେ । ସମସ୍ତଙ୍କ ସମର୍ଥନ ଓ ରେକର୍ଡିଂ ଏକାଡେମୀକୁ ଶେଷରେ ସେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର