PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ବିଜେପୁର ପାଇଁ ଯୋଜନା ବର୍ଷା

ଭୁବନେଶ୍ୱର,୩୦ ।୫(ବ୍ୟୁରୋ): ବିଧାନସଭାରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ନେବାର କିଛି ଘଣ୍ଟା ଭିତରେ ନିଜ ନିର୍ବାଚନମଣ୍ଡଳୀ ବିଜେପୁର ପାଇଁ ଯୋଜନା ବର୍ଷା କରିଛନ୍ତି । କୃଷି, ପିଇବା ପାଣି, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ଶିକ୍ଷା କ୍ଷେତ୍ର ପାଇଁ ଏକାଧିକ ପ୍ରକଳ୍ପ ଘୋଷଣା କରିଛନ୍ତି । ପ୍ରତି ଦୁଇ ମାସରେ ମୁଖ୍ୟମନ୍ତ୍ରୀ ନିଜେ ଏହି ସବୁ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ ବୋଲି କହିଛନ୍ତି ।

ବିଜେପୁରରେ ଆଉ କଚ୍ଚା ଘର ରହିବନି । ସମସ୍ତେ ପକ୍କା ଘର ରହିବେ । ଏଥିପାଇଁ ବଡ ଯୋଜନା ପ୍ରସ୍ତୁତ ହୋଇଛି । ବିଜେପୁରର ୩୪ହଜାର କଚ୍ଚା ଘରକୁ ପକ୍କା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୫୦୫ଟି ଗାଁର ୮ ଲକ୍ଷ ଲୋକଙ୍କ ପାଖରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ଦୁଇଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିରେ ୧୧୨୦ କୋଟି ବ୍ୟୟ କରାଯିବ । ଆସନ୍ତା ଦୁଇ ବର୍ଷ ଭିତରେ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଛି ।

ଗାଇସିଲଟ ବ୍ଲକର ବୁରୋମୁଣ୍ଡା ଗ୍ରାମପଞ୍ଚାୟତରେ ଏକ ନୂଆ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏଥିରେ ୪୮କୋଟି ଟଙ୍କା ଖର୍ଚ୍ଚ ହେବ । ପଦ୍ମପୁର ପାଖ ଅଙ୍ଗ ନଦୀରୁ ପାଣି ଆଣି ପ୍ରାୟ ୩ହଜାର ଚାଷ ଜମିକୁ ଜଳସେଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନଦୀରୁ ପାଣି ଉଠାଇ ଜଳସେଚନ ପାଇଁ ୨୯ଟି ପ୍ରକଳ୍ପ କରାଯିବ । ବିଜେପୁରରେ ୩ ହଜାର ଗଭୀର ନଳକୂପ ଜଳସେଚନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅନ୍ୟ ବଡ଼ ଯୋଜନା ଭିତରେ ରହିଛି ବିଜେପୁର ଓ ବରପାଲି ବ୍ଲକ୍‌ର ଭିତ୍ତିଭୂମି ବିକାଶ । ଏହି ଦୁଇ ବ୍ଲକର ଭିତ୍ତିଭୂମି ବିକାଶ ପାଇଁ ୪୦କୋଟି ଟଙ୍କା ଖର୍ଚ୍ଚ ହେବ । ଡ୍ରେନେଜ୍‌, ଜଳଯୋଗାଣ, ଷ୍ଟ୍ରିଟଲାଇଟ୍‌, ଟାଉନ ହଲ୍‌, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପେ୍ଲକ୍ସ, ପାର୍କ ଓ ବିଭିନ୍ନ ସରକାରୀ କୋଠା ତିଆରି କରାଯିିବ । ଦୁଇ ବର୍ଷ ଭିତରେ ଏହି ସବୁ ଭିତ୍ତିଭୂମି ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଜଳସେଚନ ପାଇଁ ଚାଷୀଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଇବାକୁ ସ୍ୱତନ୍ତ୍ର ଏଗ୍ରିକଲଚରାଲ ଫିଡର ପ୍ରତିଷ୍ଠା କରାଯିବ । ୬୦କିଲୋମିଟରର ୩୩କେଭି ଲାଇନ୍‌ ଓ ୧୨୫ କିଲୋମିଟର ଦୂରର ୧୧କେଭି ଲାଇନ୍‌ ତିଆରି କରାଯିବ । ଏଥିସହ ଭୋଲଟେଜ୍‌ ବଢ଼ାଇବାକୁ ୫୦ଟି ନୂଆ ଆବଣ୍ଟନ ଟ୍ରାନ୍ସଫର୍ମର ପ୍ରତିଷ୍ଠା କରାଯିବ ।
ଗାଇସିଲଟ ତହସିଲ ଅଧୀନରେ ଆସୁଥିବା ଗୁଡେରପାଲ୍ଲୀ, ତଳପାଲ୍ଲୀ ଓ ଡଙ୍ଗାବାହଲରେ ୩ଟି ରାଜସ୍ୱ ନିରୀକ୍ଷକ ସର୍କଲ ପ୍ରତିଷ୍ଠା କରାଯିବ । ବିଜେପୁର ବ୍ଲକର ତାଳପଦରଠାରେ ଏକ ନୂଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ସପ୍ତାହ ଭିତରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜେପୁରରେ ଏକ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯିବ । ଗାଇସିଲଟ ଓ ବରପାଲ୍ଲୀରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର କରାଯିବ । ୮୦କିଲୋମିଟର ଦୂରତା ରାସ୍ତା ଉନ୍ନୟନ ପାଇଁ ୪ଟି ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଗୋଟିଏ ସେତୁ ମଧ୍ୟ ନିର୍ମାଣ ହେବ । ଏଥିରେ ପ୍ରାୟ ୮୨କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ବିଜେପୁର ପାଇଁ ଆଉ ଏକ ପ୍ୟାକେଜ୍‌ ଘୋଷଣା କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।