ବଚ୍ଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ; ଛେତ୍ରୀ, ଗମ୍ଭୀର, ଶରଥଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ, ୨୫ ।୧ (ଏଜେନ୍ସି): ୨୦୧୯ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ମହିଳା ଏଭରେଷ୍ଟ ଆରୋହୀ ବଚ୍ଛେନ୍ଦ୍ରୀ ପାଲ ପଦ୍ମ ଭୂଷଣ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ପଦ୍ମଶ୍ରୀ ପୁରସ୍କାର ତାଲିକାରେ ରହିଛନ୍ତି ବିଭିନ୍ନ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରି ଆସିଥିବା ୮ ଜଣ କ୍ରୀଡ଼ାବିତ । ସେମାନେ ହେଉଛନ୍ତି ସୁନୀଲ ଛେତ୍ରୀ (ଫୁଟବଲ), ହାରିକା ଡ୍ରୋନାଭାଲି (ମହିଳା ଚେସ),

ଗୌତମ ଗମ୍ଭୀର (କ୍ରିକେଟ୍), ଶରଥ କମଲ ( ଟେବୁଲ ଟେନିସ), ବମ୍ବାଲ୍ୟା ଦେବୀ (ଆର୍ଚେରୀ), ବଜରଙ୍ଗ ପୁନିଆ (ରେସଲିଂ), ପ୍ରଶାନ୍ତି ସିଂ (ବାସ୍କେଟବଲ) ଏବଂ ଅଜୟ ଠାକୁର (କବାଡ଼ି) ।

ଚଳିତ ବର୍ଷ ପଦ୍ମଭୂଷଣ ପାଇଁ ୧୪ ଏବଂ ପଦ୍ମଶ୍ରୀ ପାଇଁ ୯୪ ଜଣ ଚୟନ ହୋଇଛନ୍ତି ।