PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ମହାପ୍ରଭୁ , ଆଜି ତିନି ରଥର ଦକ୍ଷିଣ ମୋଡ଼

ପୁରୀ,୬/୭ : ଶନିବାର ବାହୁଡ଼ା ଯାତ୍ରା କରିବେ ତିନି ରଥ । ଶରଧାବାଲିରୁ ସିଂହଦ୍ୱାରକୁ ଗଡ଼ିବେ । ବୁଧବାର ୩ ରଥର ଦକ୍ଷିଣ ମୋଡ଼ । ମଙ୍ଗଳବାର ତାଳଧ୍ୱଜ ଓ  ଦେବୀ ରଥର ମରାମତି ହୋଇଛି । ମରାମତି ହୋଇଥିବା ରଥର ଚକ କିମ୍ବା ଅଖରେ ବିଭ୍ରାଟ ଦେଖାଦେଲେ ରଥ ଗଡ଼ିବାରେ ଅସୁବିଧା ହେବ । ତଦ୍ଦ୍ୱାରା ବାଟରେ ରଥ ଅଟକିବା ନେଇ ଆଶଙ୍କା ଦେଖାଦେଇଛି । ବାହୁଡ଼ା ଯାତ୍ରା ପରଦିନ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ହେବ । ତିନି ରଥ ଠିକ ସମୟରେ ସିଂହଦ୍ୱାର ନପହଞ୍ଚିଲେ ତା ପରଦିନ ସୁନାବେଶକୁ ଅଡୁଆ ସୃଷ୍ଟି କରିବ । ହେରା ପଞ୍ଚମୀ ନୀତି ପରେ ଶ୍ରୀମନ୍ଦିର ଫେରିବାକୁ ମହାପ୍ରଭୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବ୍ରେକ୍‌ ଅଖକୁ ମରାମତି କରାଯାଇଥିଲା । ଗୁଣ୍ଡିଚା ଯାତ୍ରାରେ ଆସିଥିବା ତିନି ରଥର ସ୍ଥିତିକୁ ହେରାପଞ୍ଚମୀ ପୂର୍ବଦିନ ୧୨ ବିଶ୍ୱକର୍ମା, ଭୋଇ ସର୍ଦ୍ଦାର, ରଥ ନିର୍ମାଣ କମିଟି ସଦସ୍ୟ ତଥା ଯନ୍ତ୍ରୀମାନେ ଯାଞ୍ଚ କରିଛନ୍ତି । ଏହି ଯାଞ୍ଚ ବେଳେ ତାଳଧ୍ୱଜ, ଦର୍ପଦଳନ ରଥର ୪ଟି ଚକର ପହି ଯୋଡ଼େଇ ସ୍ଥାନ ମେଲି ଯାଇଥିବାର ଦେଖା ଯାଇଥିଲା । ରେଲୱେ ଜ୍ୟାକ୍‌ ଲଗାଇ ଦୁଇ ରଥର ମରାମତି କରାଯାଇଛି । ଲୁହା ପ୍ଲେଟ୍‌ ବାଡ଼ିଆ ହୋଇଛି । ତିନି ରଥର ରଥ ଦକ୍ଷିଣ ମୋଡ଼ ବେଳେ ଆଉ କିଛି ଦୁର୍ବଳତା ରହିଥିଲେ ଜଣାପଡ଼ିବ ବୋଲି ଆଶା କରାଯାଉଛି ।

ବାହୁଡ଼ା ଯାତ୍ରାରେ ୩ ରଥ ସିଂହଦ୍ୱାର ପହଞ୍ଚିବା ପରେ ରଥ ସାମ୍ନାରେ ଦର୍ଶନ ବାରିକେଡ ନିର୍ମାଣ ହେବ । ରଥ ସାମ୍ନାରେ ଆଲୋକୀକରଣ ହେବ । ଦର୍ଶନାର୍ଥୀଙ୍କ ପାଇଁ ବାରିକେଡ ନିର୍ମାଣ କରାଯିବ । ପୂର୍ତ୍ତ ଓ ବିଦ୍ୟୁତ ବିଭାଗ ସୂତ୍ରରୁ ଜଣାପଡିଛି,  ଏହି ପ୍ରସ୍ତୁତି ପାଇଁ ୧୮ରୁ ୨୦ ଘଣ୍ଟା ଲାଗିଯିବ । ହାତରେ ସମୟ ନଥିଲେ ସୁନାଦେଶ ପ୍ରସ୍ତୁତିରେ ବିଭ୍ରାଟ ହେବ ।

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ବିଗୁଲ ବାଜିଛି । ବୁଧବାର ତିନି ରଥର ଦକ୍ଷିଣ ମୋଡ଼ ହେବ । ଗୁଣ୍ଡିଚା ମନ୍ଦିରରେ ଦିପହର ଧୂପ ପରେ ରଥ ଦକ୍ଷିଣ ମୋଡ଼ ନିମନ୍ତେ ମହାପ୍ରଭୁଙ୍କ ଆଜ୍ଞାମାଳ ଗୁଣ୍ଡିଚା ମନ୍ଦିର ମୁଖ୍ୟଦ୍ୱାର ରଥ ଚକଡ଼ାକୁ ବିଜେ କରିବ । ପୁଲିସ ଫୋର୍ସ ସହାୟତାରେ ସେବାୟତ, ଘଣ୍ଟ କାହାଳୀ ବାଜେଣି ସହ ତିନି ରଥକୁ ବଡ଼ଦାଣ୍ଡରେ ଦକ୍ଷିଣ ମୋଡ଼ କରାଯିବ । ତିନି ରଥ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସାମ୍ନା ଶରଧା ବାଲିରେ ବାହୁଡ଼ା ଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିବେ ।