ବେଲୁନ୍ ସାଜିଲା ହତ୍ୟାକାରୀ, ନେଇଗଲା ୫ ବର୍ଷର ଶିଶୁର ଜୀବନ

source:www.scarymommy.com
ଫରିଦାବାଦ ୩୦/୧: ଆଜି ପର୍ଯ୍ୟନ୍ତ ଆପଣ ମୃତ୍ୟୁର ଅନେକ କାରଣ ଶୁଣିଥିବେ । କିନ୍ତୁ ଯଦି ଆପଣଙ୍କୁ କିଏ କୁହେ ଯେ ଗୋଟେ ବେଲୁନ୍ ଜଣେ ଛୋଟ ଶିଶୁର ଜୀବନ ନେଇଛି ତେବେ ଆପଣ ହୁଏତ ବିଶ୍ୱାସ କରିବେନି । ତେବେ କହିରଖୁଛୁ ବିଶ୍ୱାସ ନହେଲେ ମଧ୍ୟ ଏହା ସତ । ଏକ ସାମାନ୍ୟ ବେଲୁନ୍ ସାଜିଲା ହତ୍ୟାକାରୀ । ଅନୁଜ ନାମକ ଜଣେ ୫ ବର୍ଷର ଶିଶୁର ଜୀବନ ନେଇଗଲା ଏହି ବେଲୁନ୍ ।
ଘଟଣାଟି ଫରିଦାବାଦର । ୫ ବର୍ଷର ଅନୁଜ ଏକ ବେଲୁନକୁ ଫୁଙ୍କୁଥିବା ସମୟରେ ଅଚାନକ ତାହା ଫାଟିଗଲା ଏବଂ ବେଲୁନର ଏକ ଛୋଟ ଅଂଶ ତାର ଶ୍ୱାସନଳୀକୁ ଚାଲିଗଲା ।

ବେଲୁନର ଏହି ଛୋଟ ଅଂଶ ପାଇଁ ଶିଶୁକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା । ତାକୁ ତୁରନ୍ତ ନିକଟସ୍ଥ ମେଡିକାଲ ନିଆଗଲା । କିନ୍ତୁ ସେତେବେଳକୁ ସେହି ଛୋଟ ବେଲୁନ୍ ଟୁକୁଡା ପାଇଁ ପିଲାଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇସାରିଥିଲା । ହସ୍ପିଟାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଦେଲେ ।
ଏହି ଅଘଟଣ ଘଟିଛି ଫରିଦାବାଦରେ । ପିଲାଟି ସୋମବାର ନିଜ ମା ସହିତ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଫରିଦାବାଦ ଆସିଥିଲା । ସମସ୍ତେ ଉତ୍ସବରେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ପିଲାଟି ବେଲୁନରେ ଖେଳୁଥିବା ସମୟରେ ଏହି ଅଘଟଣ ଘଟିଗଲା ।