PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମହିଳା ଡାକ୍ତରଙ୍କ ବେକରୁ ସୁନାଚେନ୍ ଲୁଟ୍ ,  ଲୋକଙ୍କ ହାତରେ ଧରାପଡିଲେ ୨ ଲୁଟେରା

ମାର୍ଶାଘାଇ, ୮।୮ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫୩ ନମ୍ବର ଜାତୀୟ ରାଜପଥ କେନାଲ ବ୍ରିଜ ନିକଟରୁ ୨ ଜଣ ଲୁଟେରା ବାଇକରେ ଆସି ଜଣେ ମହିଳା ଡାକ୍ତରଙ୍କ ବେକରୁ ଚେନ୍ ଲୁଟ୍ କରି ଲୋକଙ୍କ ହାତରେ ଧରାପଡିଛନ୍ତି। ୨ ଲୁଟେରାଙ୍କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଅଭିଯୁକ୍ତ ଦୁଇ ଜଣ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଳରାମ ପୁର ଗାଁର ସେକ୍ ଅହମଦ ଏବଂ ମହମ୍ମଦ ଇମ୍ରାନ ।

ପାଇଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସାଗରୀକା ମହାପାତ୍ର କୌଣସି ଏକ କାର୍ଯ୍ୟରେ ମାର୍ଶାଘାଇ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଭିମୁଖେ ୫୩ ନମ୍ବର ଜାତୀୟ ରାଜପଥ ଦେଇ  ଆସୁଥିଲେ । ଦୁଇ ଜଣ ଲୁଟେରା ଏକ ବାଇକରେ ପଛରେ ଆସି ଡାକ୍ତରଙ୍କ ବେକରୁ ସୁନା ଚେନ୍, ଦୁଇଟି ଲକେଟ ଛିଣ୍ଡାଇ ନେଇ ପଳାଇ ଯାଉଥିବା ବେଳେ ଡାକ୍ତର ଜଣଙ୍କ ଚିତ୍କାର କରିଥିଲେ । ପାଟିଶୁଣି ସ୍ଥାନୀୟ ଲୋକମାନେ ଲୁଟେରାମାନଙ୍କୁ ଧରିବାପାଇଁ ଗୋଡାଇଥିଲେ । ଲୁଟେରା ବାଇକ୍ ଛାଡି ଦୌଡି ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରି  ପୋଲିସର ଜିମା ଦେଇଛନ୍ତି। ଡାକ୍ତର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବାପରେ ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହିତ ସୁନା ଚେନ ଏବଂ  ସେଥିରେ ଲାଗିଥିବା ୨ ଟି ଲକେଟ ଜବତ କରି ତଦନ୍ତ କରିଛି ।

ସମ୍ବନ୍ଧିତ ଖବର