ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

‘ହିମନ୍ତଙ୍କୁ ଜେଲ୍‌ ପଠାଇବୁ’: ରାହୁଲଙ୍କ ମନ୍ତବ୍ୟ ଉପରେ ଆସାମ ସିଏମ୍‌ଙ୍କ ଜବାବ, ଭୁଲି ଗଲେ କି ସେ ନିଜେ ଜାମିନରେ ଅଛନ୍ତି

Published By : Tapas Panda | July 16, 2025 7:12 PM

Image Courtesy: indiatv

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି ।  ରାହୁଲ ଗାନ୍ଧୀ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍‌ରେ ପୂରାଇବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି । ସେପଟେ ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି । ରାହୁଲ ଏବେ ବି ଜାମିନରେ ଥିବା କଥା ମନେ ପକାଇ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଆସାମର ଚାୟଗାଓଁରେ ଅନୁଷ୍ଠିତ ଦଳୀୟ ବୈଠକରେ ରାହୁଲ ଦାବି କରିଛନ୍ତି ଯେ, ଆସାମର ମୁଖ୍ୟମନ୍ତ୍ରୀ ନିଜକୁ 'ରାଜା' ଭାବନ୍ତି, କିନ୍ତୁ ସେ ଖୁବଶୀଘ୍ର ଜେଲ ଯିବେ। ସେହିପରି ରାହୁଲଙ୍କ ଏହି ବୟାନର କଡ଼ା ଜବାବ ଦେଇଛନ୍ତି ହିମନ୍ତ। 

ସେ କହିଛନ୍ତି, ‘ଲେଖିକି ନିଅନ୍ତୁ, ହିମନ୍ତ ବିଶ୍ୱଶର୍ମାଙ୍କୁ ଜେଲ୍‌ରେ ପୂରାଇବୁ । ଏକଥା ଲୋକସଭାର ବିରୋଧୀ ଦଳ ନେତା ଦଳୀୟ କାର୍ଯ୍ୟକ୍ରମରେ କହିଛନ୍ତି । ସେ ଏହି କଥା କହିବାକୁ ଆସାମ ଆସିଛନ୍ତି । କିନ୍ତୁ ନେତା ଜୀ ଭୁଲି ଗଲେ ଯେ, ସେ ନିଜେ ଅପରାଧିକ ମାମଲାରେ ଜାମିନ ପାଇ ବାହାରେ ଅଛନ୍ତି ।’




ଆସାମ ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ‘ଯିଏ ଅନେକ ମାମଲାରେ ଜାମିନ ପାଇ ବାହାରେ ଅଛନ୍ତି, ସେ ଅନ୍ୟମାନଙ୍କୁ ଜେଲ ପଠାଇବା କଥା କହୁଛନ୍ତି । ରାହୁଲ ଗାନ୍ଧୀ ସହଜରେ ଭୁଲିଯାଇଛନ୍ତି ଯେ, ସେ ନିଜେ ଦେଶବ୍ୟାପୀ ପଞ୍ଜିକୃତ ଅନେକ ଅପରାଧିକ ମାମଲାରେ ଜାମିନରେ ଅଛନ୍ତି।’ ବିଶ୍ୱଶର୍ମା ରାହୁଲଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି, ‘ମୋର ଶୁଭେଚ୍ଛା ଆପଣଙ୍କ ସହିତ ଅଛି, ରାହୁଲ ଜୀ । ଆସାମର ଆତିଥ୍ୟ ଉପଭୋଗ କରନ୍ତୁ। ରାହୁଲ ଗାନ୍ଧୀ କେବଳ ମୋତେ ଜେଲ ପଠାଇବା କଥା କହିବା ପାଇଁ ଆସାମ ଆସିଛନ୍ତି।’ ସେପଟେ ଦୁଇ ବରିଷ୍ଠ ନେତାଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.