PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମୁକେଶ ଅମ୍ବାନୀଙ୍କୁ ମିଳିଲା ’ଜେଡ୍ ପ୍ଲସ’ ସୁରକ୍ଷା, ଆଇବି ରିପୋର୍ଟ ପରେ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି

ନୂଆଦିଲ୍ଲୀ,୨୯।୯: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ଆହୁରି ବଢାଇ ଦିଆଯାଇଛି। ଗୃହମନ୍ତ୍ରଣାଳୟ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ମୁକେଶ ଅମ୍ବାନୀଙ୍କୁ ‘ଜେଡ୍ ପ୍ଲସ୍‌’ ସୁରକ୍ଷା ଦିଆଯାଇଛି। ଏପର୍ଯ୍ୟନ୍ତ ତାଙ୍କୁ ‘ଜେଡ୍‌ କାଟାଗୋରୀ’ ସୁରକ୍ଷା ମିଳୁଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ଅନୁସାରେ, ମୁକେଶ ଅମ୍ବାନୀଙ୍କ ଜୀବନ ବିପଦ ରହିଛି। ଏହାପରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ଦେୟ ଭିତ୍ତିରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ପାଖରେ ବିସ୍ଫୋରକ ମିଳିବା ପରେ ତାଙ୍କର ସୁରକ୍ଷାକୁ ମଜବୁତ କରିବା ଉପରେ ବହୁ ଦିନ ପର୍ଯ୍ୟନ୍ତ ବିଚାର ଚାଲିଥିଲା।

ସୁରକ୍ଷାର ୟେଲୋ ବୁକ୍‌ ଅନୁସାରେ, ଯେଉଁ ଭିଭିଆଇପିଙ୍କୁ ଜେଡ୍‌ ପ୍ଲସ୍ କାଟାଗୋରୀ ସୁରକ୍ଷା ଦିଆଯାଇଥାଏ,ତାଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଥାଏ। ୫୮ କମାଣ୍ଡେ ଜେଡ୍‌ ପ୍ଲସ୍‌ କାଟାଗୋରୀ ସୁରକ୍ଷାରେ ମୁତୟନ ହୋଇଥାନ୍ତି। ଏହାଛଡା ୧୦ ଆର୍ମଡ ଷ୍ଟ୍ରାଟିକ୍ ଗାର୍ଡ, ୬ ଜଣ ପିଏସ୍‌ଓ, ୨୪ ଜବାନ୍‌ ଦୁଇ ଏସକର୍ଟରେ ରାଉଣ୍ଡ ଦ କ୍ଲକ୍‌, ୫ ଓ୍ବାଚର୍ସ ଦୁଇଟି ସିଫ୍ଟରେ ରହିଥାନ୍ତି, ଜଣେ ଇନ୍ସପେକ୍ଟର କିମ୍ବା ସବ୍‌ ଇନ୍ସପେକ୍ଟର ଇନଚାର୍ଜ ଭାବରେ ମୁତୟନ ରହିଥାନ୍ତି। ଭିଆଇପିଙ୍କ ଘରକୁ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ୬ ଫ୍ରିକ୍ସିଙ୍ଗ ଓ ସ୍କ୍ରିନିଂ କରୁଥିବା ବ୍ୟକ୍ତି ମୁତୟନ ଅଛନ୍ତି। ଏହା ସହିତ ରାଉଣ୍ଡ ଦ କ୍ଲକ୍‌ ଟ୍ରେଡ୍‌ ୬ ଡ୍ରାଇଭର ରହିଥାନ୍ତି।

ସୁପ୍ରିମକୋର୍ଟ ୨୨ ଜୁଲାଇରେ କେନ୍ଦ୍ର ସରକାରଙ୍କୁ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇରେ ସୁରକ୍ଷା ସୁବିଧା ଦେବାକୁ ଅନୁମତି ଦେଇଥିଲେ। ଏହାଛଡା ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ବିରୋଧ କରି ତ୍ରିପୁରା ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ। ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇରେ ସୁରକ୍ଷା ସୁବିଧା ଦେବାକୁ ଚ୍ୟାଲେଞ୍ଜ ଦେଇଥିବା ଏକ ଜନସ୍ବାର୍ଥ ମାମଲାକୁ ତ୍ରିପୁରା ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ଯାହାକୁ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଗୃହ ମନ୍ତ୍ରରାଳୟ ପାଖରେ ରଖିଥିଲେ ଓ ମୂଳ ଫାଇଲ ହାଜର କରିବାର ନିର୍ଦେଶ ଦେଇଥିଲେ। ଏହାର ଆଧାରରେ ଅମ୍ବାନୀ ପରିବାରକୁ ସୁରକ୍ଷା ଦିଆଯାଇଥିଲା। ଏହା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର