PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଯଦି ଭଗବାନ ରାମଙ୍କ ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ; ଏଭଳି ପ୍ରଶ୍ନ କଲେ ମାୟାବତୀ

ନୂଆଦିଲ୍ଲୀ : ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଏବେ ନିଜ ମୂର୍ତ୍ତି ତିଆରି କରିବାକୁ ନେଇ ସୁପ୍ରିମକୋର୍ଟରେ ହଇଚଇ ସୃଷ୍ଟି କରିଛନ୍ତି । ଦଳିତ ମୁଖ୍ୟମାନଙ୍କର ତିଆରି କରାଯାଇଥିବା ପ୍ରତିମୂର୍ତ୍ତି ସହିତ ନିଜର ମୂର୍ତ୍ତି ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଥିବା ଟଙ୍କାକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିବା ବେଳେ ଏହାର ଜବାବ ରଖିଛନ୍ତି ମୟାବତୀ ।

ଯଦି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ୨୨୧ଫୁଟର ମୂର୍ତ୍ତି ତିଆରି ହୋଇ ପାରିବ ତେବେ ମୋର କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ମାୟାବତୀ । ଏ ଦେଶରେ ମୂର୍ତ୍ତି ତିଆରି କରିବାର ପରମ୍ପରା ଅତି ପୁରୁଣା । କଂଗ୍ରେସର ଶାସନ କାଳରେ ଜବାହାରଲାଲ ନେହେରୁ, ରାଜୀବ ଗାନ୍ଧୀ, ପିଭି ନରସିଂହା ରାଓଙ୍କର ମୂର୍ତ୍ତି ତିଆରି କରାଯାଇଥିଲା, ଯାହା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ସେତେବେଳେ କେହି ସରକାରଙ୍କର ଏଭଳି କାମ ଉପରେ ପ୍ରଶ୍ନ ଉଠାଇ ନଥିଲେ ଏବଂ ସୁପ୍ରିମ କୋର୍ଟରେ ମଧ୍ୟ ଅଭିଯୋଗ କରି ନଥିଲେ । ତେବେ ଏବେ କାହିଁକି ଉଠାଉଛନ୍ତି । ମୁଁ ମୋ ସାରା ଜୀବନ ଦଳିତମାନଙ୍କ ସେବାରେ ବିତାଇ ଦେଇଛି । ଏଥି ପାଇଁ ମୁଁ ବିବାହ କରି ନାହିଁ । ସେ ହିସାବରେ ମୋର ମଧ୍ୟ ମୂର୍ତ୍ତି ତିଆରି ହେବା ଦରକାର ବୋଲି କହିଛନ୍ତି ମୟାବତୀ ।