PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଯୌତୁକରେ ମିଳିବ ଏକ ହଜାର କୋଟି ଓ ସୁନାର କାର୍, କିନ୍ତୁ ବିବାହ ପାଇଁ ରହିଛି ଏହି ସର୍ତ୍ତ

source:m.dailyhunt.in

ଯୌତୁକରେ କାର୍ ଦେବା କଥା ତ ଆପଣ ଶୁଣିଥିବେ । କିନ୍ତୁ ଏଠି କଥା ପଡିଛି ଯୌତୁକରେ ସୁନାର କାର୍ କଥା । ଅର୍ଥାତ୍ ଝିଅକୁ ବିବାହ କଲେ ସୁନାର କାର୍ ମିଳିବ ପୁଣି ତା ସହିତ ମିଳିବ ୧ ହଜାର କୋଟି ଟଙ୍କା । ନିଶ୍ଚୟ ମନରେ ପ୍ରଶ୍ନ ଉଠୁଥିବ ଏମିତି ସୁଯୋଗ ହାତଛଡା କରିବା ଉଚିତ୍ ନୁହେଁ । ବିବାହ ପାଇଁ ରାଜି ହୋଇଯିବା ଠିକ୍ ହେବ । ଏମିତି ଭାବୁଛନ୍ତି କି ? କିନ୍ତୁ ବିବାହ ପୂର୍ବରୁ ଯେଉଁ ସର୍ତ୍ତ ରହିଛି ତାକୁ ବି ଟିକିଏ ଜାଣି ଦିଅନ୍ତୁ ।

ଝିଅର ବଡ ଭାଇ ଯେଉଁ ସର୍ତ୍ତ ରଖିଛନ୍ତି ସେଥିରେ କେହି ବି ସଫଳ ହେଉନାହାନ୍ତି । ତେବେ ଝିଅର ଭାଇର ନାଁ ବି ଟିକିଏ ଶୁଣି ଦିଅନ୍ତୁ । ସେ ହେଉଛନ୍ତି ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ । ସେ ନିଜ ଭଉଣୀ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ଖୋଜୁଛନ୍ତି ।

ସେ ଘୋଷଣା କରିଛନ୍ତି ଯେ ଯିଏ ତାଙ୍କ ଭଉଣୀଙ୍କୁ ବିବାହ କରିବ ସେ ତାକୁ ଯୌତୁକରେ ଏକ ସୁନାର କାର୍ ଓ ଏକ ହଜାର କୋଟି ଟଙ୍କା ଦେବେ । ବରଯାତ୍ରୀଙ୍କୁ ମଧ୍ୟ ସୁନାର ମୁଦ୍ରା ଦିଆଯିବ । କିନ୍ତୁ ଏ ସବୁ ପଛରେ କିଛି ସର୍ତ୍ତ ରହିଛି ।

ସର୍ତ୍ତ ହେଉଛି ଯେଉଁ ପୁଅକୁ ସେ ନିଜ ଭଉଣୀ ସହିତ ବିବାହ କରାଇବା ପାଇଁ ଚାହୁଁଛନ୍ତି ସେ ସ୍ନାତକ ହୋଇଥିବା ଦରକାର । ମୁହଁରେ କୌଣସି ବି ଚିହ୍ନ ନଥିବା ଆବଶ୍ୟକ, ଉଚ୍ଚତା ୫.୧୦ ଫୁଟରୁ ଅଧିକ ହୋଇନଥିବ । ଅତୀତରେ କୌଣସି ବି ପ୍ରେମ ସମ୍ପର୍କ ନଥିବ ଏବଂ ପ୍ରାର୍ଥୀର ଓଜନ ୭୫ କିଲୋଗ୍ରାମରୁ କମ୍ ହୋଇଥିବ । ପୁଅର ସିକ୍ସ ପ୍ୟାକ୍ ଥିବା ଦରକାର ।

ଏସବୁ ଯୋଗ୍ୟତା ଥିବା ପ୍ରାର୍ଥୀ ମିଳିବା ଏତେ ସହଜ ମଧ୍ୟ ନୁହେଁ । ତେବେ କହିରଖୁଛୁ ଯଦି ଯୋଗ୍ୟ ପ୍ରାର୍ଥୀ ମିଳିଯାଏ ତେବେ ସେ ରାତାରାତି କୋଟିପତି ହୋଇଯିବ । ଏହା ସହିତ ନିଜ ସୁନ୍ଦର ପତ୍ନୀକୁ ସାରା ଜୀବନ ସୁନା କାରରେ ବୁଲାଇବାର ସୁଯୋଗ ମଧ୍ୟ ମିଳିଯିବ ।

ସମ୍ବନ୍ଧିତ ଖବର