ରୋଲର୍ରେ ଆସିଲା ବର

ରୋଡ୍ ରୋଲର୍ ଉପରେ ବସି ବିବାହ କରିବାକୁ ଆସି ପୁରୁଣା ପରମ୍ପରା ଭାଙ୍ଗିଛନ୍ତି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଜଣେ ବ୍ୟକ୍ତି । ୩୦ ବର୍ଷୀୟ ଅର୍କ ପାତ୍ର ସୁସଜ୍ଜିତ ରୋଡ୍ ରୋଲର୍ରେ ବସି କୃଷ୍ଣନଗର ଉକିଲପାରା ସ୍ଥିତ କନ୍ୟାଙ୍କ ଘରେ ପହଞ୍ଚିବା ପରେ କନ୍ୟା ପକ୍ଷ, ଅତିଥି ଏବଂ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ତା’ପରଠୁ ସ୍ଥାନୀୟ ଅଞ୍ଚଳରେ ଏହି ଦମ୍ପତି ଏବେ ସେଲିବ୍ରିଟି ପାଲଟିଛନ୍ତି । ବିବାହ ଉତ୍ସବକୁ ସ୍ମରଣୀୟ ଓ ନିଆରା କରିବା ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରୟାସ କରିଛନ୍ତି ଅର୍କ । ପୁରୁଣା ଦିନର କାର୍ ସେ ନେଇପାରଥିାନ୍ତେ, କନ୍ତିୁ ତାହା ନୂଆ ନୁହେଁ । ଏହା ପୂର୍ବରୁ ଆର୍ଥ ମୁଭର୍ରେ କେହ ିଜଣେ ବିବାହ କରିବାକୁ ଯାଇଥିବା କଥା ଶୁଣିଥିଲେ, କିନ୍ତୁ ରୋଲର୍ରେ କେହି ଯାଇନଥିବା ସେ କହିଛନ୍ତି । ନବ ବିବାହିତା ପତ୍ନୀ ଅରୁନ୍ଧତୀ ତରଫଦାର୍ ମଧ୍ୟ ଅର୍କଙ୍କର ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ବର ରୋଲର୍ରେ ଏବଂ ସମ୍ପର୍କୀୟମାନେ ହଳଦିଆ ଓ ଲାଲ୍ ରଙ୍ଗର ମିନି ବସ୍ରେ ଆସିଥିଲେ । ପ୍ରୀତିଭୋଜନରେ କିଛି ନୂଆ ତଥା ପରିବେଶ ଅନୁକୂଳ ପ୍ରୟାସ କରିବାକୁ ଅର୍କ ଚିନ୍ତା କରିଛନ୍ତି । ଭୋଜିରେ ଲାଉଡସ୍ପିକର୍ ବଦଳରେ ଜଣେ ବ୍ୟକ୍ତି ବୁଲି ବୁଲି ବେହେଲା ବାଦନ କରିବ ବୋଲି ସେ କହିଛନ୍ତି ।ରୋଡ୍ ରୋଲର୍ ଉପରେ ବସି ବିବାହ କରିବାକୁ ଆସି ପୁରୁଣା ପରମ୍ପରା ଭାଙ୍ଗିଛନ୍ତି ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ଜଣେ ବ୍ୟକ୍ତି । ୩୦ ବର୍ଷୀୟ ଅର୍କ ପାତ୍ର ସୁସଜ୍ଜିତ ରୋଡ୍ ରୋଲର୍ରେ ବସି କୃଷ୍ଣନଗର ଉକିଲପାରା ସ୍ଥିତ କନ୍ୟାଙ୍କ ଘରେ ପହଞ୍ଚିବା ପରେ କନ୍ୟା ପକ୍ଷ, ଅତିଥି ଏବଂ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟଚକିତ ହୋଇଥିଲେ । ତା’ପରଠୁ ସ୍ଥାନୀୟ ଅଞ୍ଚଳରେ ଏହି ଦମ୍ପତି ଏବେ ସେଲିବ୍ରିଟି ପାଲଟିଛନ୍ତି । ବିବାହ ଉତ୍ସବକୁ ସ୍ମରଣୀୟ ଓ ନିଆରା କରିବା ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରୟାସ କରିଛନ୍ତି ଅର୍କ । ପୁରୁଣା ଦିନର କାର୍ ସେ ନେଇପାରଥିାନ୍ତେ, କନ୍ତିୁ ତାହା ନୂଆ ନୁହେଁ । ଏହା ପୂର୍ବରୁ ଆର୍ଥ ମୁଭର୍ରେ କେହ ିଜଣେ ବିବାହ କରିବାକୁ ଯାଇଥିବା କଥା ଶୁଣିଥିଲେ, କିନ୍ତୁ ରୋଲର୍ରେ କେହି ଯାଇନଥିବା ସେ କହିଛନ୍ତି । ନବ ବିବାହିତା ପତ୍ନୀ ଅରୁନ୍ଧତୀ ତରଫଦାର୍ ମଧ୍ୟ ଅର୍କଙ୍କର ଏହି ପ୍ରସ୍ତାବରେ ରାଜି ହୋଇଥିଲେ । ବର ରୋଲର୍ରେ ଏବଂ ସମ୍ପର୍କୀୟମାନେ ହଳଦିଆ ଓ ଲାଲ୍ ରଙ୍ଗର ମିନି ବସ୍ରେ ଆସିଥିଲେ । ପ୍ରୀତିଭୋଜନରେ କିଛି ନୂଆ ତଥା ପରିବେଶ ଅନୁକୂଳ ପ୍ରୟାସ କରିବାକୁ ଅର୍କ ଚିନ୍ତା କରିଛନ୍ତି । ଭୋଜିରେ ଲାଉଡସ୍ପିକର୍ ବଦଳରେ ଜଣେ ବ୍ୟକ୍ତି ବୁଲି ବୁଲି ବେହେଲା ବାଦନ କରିବ ବୋଲି ସେ କହିଛନ୍ତି ।