PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଲାଇଫ୍‌ ଗାର୍ଡଙ୍କୁ ମିଳିଲା ୧୦ ୱାଚ୍‌ ଟାୱାର, ସମୁଦ୍ରରେ ବୁଡ଼ୁଥିବା ଲୋକଙ୍କୁ ଉଦ୍ଧାର ହେବ ସହଜ

ପୁରୀ,୧୪ ।୭(ବ୍ୟୁରୋ): ପୁରୀ ମହୋଦଧିରେ ସମୁଦ୍ର ସ୍ନାନ କରୁଥିବା ଯାତ୍ରୀ ଉପରେ ନଜର ରଖିବା ଏବେ ଲାଇଫ୍‌ ଗାର୍ଡଙ୍କ ନିମନ୍ତେ ସାମାନ୍ୟ ସୁବିଧା ହେବ । ସମୁଦ୍ରସ୍ନାନ ବେଳେ ଭିତରକୁ ଭାସିଯାଉଥିବା କିମ୍ବା ଲହଡ଼ି ମାଡ଼ରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ମଧ୍ୟ ସହଜ ହେବ । ରବିବାର ରୋଟାରୀ କ୍ଲବ ପକ୍ଷରୁ ଲାଇଫ୍‌ ଗାର୍ଡମାନଙ୍କୁ ସମୁଦ୍ରକୂଳରେ ଯାତ୍ରୀଙ୍କ ସମୁଦ୍ରସ୍ନାନ ଉପରେ ନଜର ରଖି ତୁରନ୍ତ ଉଦ୍ଧାରରେ ସହାୟତା ହେବା ନିମନ୍ତେ ଦିଅ।।ଯାଇଛି ୧୦ ଷ୍ଟିଲ ୱାଚ୍‌ ଟାୱାର । ବେଳାଭୂମିରେ ଏହାକୁ ଲୋକାର୍ପଣ କରିବା ଅବସରରେ ପୁରୀ ସାଂସଦ ପିନାକୀ ମିଶ୍ର, ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଜେନା, ରୋଟାରୀ ଗଭର୍ଣ୍ଣର ଦେବାଶିଷ ମିଶ୍ର, ରୋଟାରିଆନ ଭକ୍ତଚରଣ ଦାସ, ମାୟାଧର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପରବର୍ତ୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ଆହୁରି ୧୦ ୱାଚ୍‌ ଟାୱାର ଓ ଲାଇଫ୍‌ ଗାର୍ଡଙ୍କ ଭିତରେ ଯୋଗାଯୋଗର ସୁବିଧା ନିମନ୍ତେ ୱାକିଟକି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଆଜି କିଛି ୱାକିଟକି ମଧ୍ୟ ବଣ୍ଟାଯାଇଥିଲା । କାର୍ଯ୍ୟକ୍ରମକୁ ପୁରୀ ରୋଟାରୀ କ୍ଲବ ସଭାପତି ରବିନାରାୟଣ ମିଶ୍ର, ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, ତପନ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ । ରଥଯାତ୍ରା ପର୍ବର ଶେଷ ଗୋଟିଏ ଦିନ ପୂର୍ବରୁ ଏହା ଲାଇଫ୍‌ ଗାର୍ଡଙ୍କୁ ମିଳୁଛି ।

ସୂଚନା ଯୋଗ୍ୟ ଯେ, ଲାଇଫ୍‌ ଗାର୍ଡଙ୍କ ନିମନ୍ତେ କାଠରେ ତିଆରି ହୋଇଥିବା ୱାଚ୍‌ ଟାୱାର ଅପବ୍ୟବହାର କାରଣରୁ ଧୀରେଧୀରେ ବେଳାଭୂମିରେ ଧୂଳିସାତ୍‌ ହୋଇଯାଇଛି । ସାଧାରଣତଃ ବସିବା ନିମନ୍ତେ ଲାଇଫ୍‌ ଗାର୍ଡଙ୍କୁ ଛତାଟିଏ ମଧ୍ୟ ଦିଆଯାଉନି । ଫୋନି ବାତ୍ୟା ଯାହାକିଛି ପୁରୁଣା ଛତା ଥିଲା ଉଡାଇ ନେଇଛି । ଅତ୍ୟାଧୁନିକ ଉଦ୍ଧାର ଉପକରଣ ପାଖରେ ମହଜୁଦ୍‌ ନାହିଁ । ସ୍ପିଡ୍‌ ବୋଟ ଉଦ୍ଧାର କାର୍ଯ୍ୟ ନିମନ୍ତେ ଲୋକାର୍ପଣ ହୋଇଥିଲେ ହେଁ ଅଚଳ ପଡ଼ିଛି । ଲାଇଫ୍‌ ଗାର୍ଡଙ୍କ ନିକଟରେ ଅଧିକ ପୋଷାକ ନାହିଁ । ଉଦ୍ଧାର କାର୍ଯ୍ୟ ପରେ ଓଦା ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି । ଜୀବନକୁ ବାଜି ଲଗାଇ ସମୁଦ୍ର ଭିତରେ ପହଁରି ଯାତ୍ରୀଙ୍କୁ ଉଦ୍ଧାର କରୁଥିଲେ ହେଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପାରମ୍ପରିକ ପଦ୍ଧତିରେ ସମୁଦ୍ରସ୍ନାନ ବେଳେ ଆହତ ଯାତ୍ରୀଙ୍କୁ ଲାଇଫ୍‌ ଗାର୍ଡମାନେ ଚିକିତ୍ସା କରିବା ପରେ ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି । ଡାକ୍ତରଖାନା ଯିବା ନିମନ୍ତେ ମଧ୍ୟ ସାମାନ୍ୟ ଆମ୍ବୁଲାନ୍ସଟିଏ ନମିଳିବା ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ଓ ଐତିହ୍ୟ ସହରରେ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଦିଗବାରିଣୀ ଛକଠାରୁ ସ୍ୱର୍ଗଦ୍ୱାର ହୋଟେଲ ଶୁଭ ପ୍ୟାଲେସ୍‌ ପର୍ଯ୍ୟନ୍ତ ୧୪ଟି ସେକ୍ଟର କରାଯାଇ ୧୦୦ ଲାଇଫ୍‌ଗାର୍ଡଙ୍କୁ ମୁତୟନ କରାଯାଇଛି । ପୁରୀ ସମୁଦ୍ରକୂଳ ଅନ୍ୟ ଦୁଇପାଶ୍ୱର୍ ବିସ୍ତୃତ ମହୋଦଧିରେ ପର୍ଯ୍ୟଟକଙ୍କ ସମୁଦ୍ରସ୍ନାନ ବେଳେ ଜଗିବାକୁ କୌଣସି ବ୍ୟବସ୍ଥା ହୋଇନି । ପ୍ରାଇଭେଟ ଲାଇଫ୍‌ ଗାର୍ଡ ଜଗୁଥିବା କହି ପ୍ରଶାସନ ଦାୟିତ୍ୱରୁ ହୁଡି ଯାଇଛି ।