PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଶସ୍ତା ହେବ ଡାକ୍ତରୀ ଉପକରଣ

ନୂଆଦିଲ୍ଲୀ,୨୨/0୭(ଏଜେନ୍ସି): ଅଧିକ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ମେଡିକାଲ ଉପକରଣର ଦାମ କମିବ । ସରକାର ଏଗୁଡ଼ିକର ତାଲିକା ପ୍ରସ୍ତୁତ କରି ଏହାର ବାଣିଜ୍ୟିକ ଲାଭକୁ ସୀମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେତେକ କ୍ଷେତ୍ରରେ ବିତରକ, ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ହସ୍ପିଟାଲଗୁଡ଼ିକ ଏଭଳି ଉପକରଣ ଉପରେ ମନଇଚ୍ଛା ଦାମ ଲଗାଇ ବିପୁଳ ଲାଭ ଅର୍ଜନ କରୁଛନ୍ତି ।
ଏହି ଉତ୍ପାଦ ମଧ୍ୟରେ ଷ୍ଟେଣ୍ଟ, କ୍ୟାଥେଟର ଆଦି ରହିଛି । ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବାରୁ ବେପାରୀମାନେ ଏଥିରୁ ବିପୁଳ ଲାଭ ହାସଲ କରୁଛନ୍ତି । ତେଣୁ ସରକାର ଏହି ଉପକରଣଗୁଡ଼ିକୁ ତାଲିକାଭୁକ୍ତ କରି ଏଗୁଡ଼ିକର ବାଣିଜ୍ୟିକ ଲାଭ ଉପରେ ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିବେ । ଫଳରେ ରୋଗୀମାନେ ଉପକୃତ ହେବେ । ସେମାନଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।

ବର୍ତ୍ତମାନ ପରିପ୍ରେକ୍ଷୀରେ ମେଡିକାଲ ଉପକରଣ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ସରକାରଙ୍କ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ କାର୍ଡିଆକ୍‌ ଷ୍ଟେଣ୍ଟ, କଣ୍ଡୋମ ଓ ୟୁଟେରାଇନ୍‌ ଡିଭାଇସ୍‌ ସ୍ଥାନ ପାଇଛି । ନିକଟରେ ଆଣ୍ଠୁ ପ୍ରତିରୋପଣ ଉପକରଣକୁ ଏହି ତାଲିକାରେ ସାମିଲ କରାଯାଇଥିଲା । ଆହୁରି ଅନେକ ଜରୁରି ଉପକରଣ ଏଥିରେ ସାମିଲ ହୋଇନଥିବାରୁ ଏଗୁଡ଼ିକୁ ଚଢ଼ା ଦରରେ ବିକ୍ରୟ କରାଯାଉଛି ।
ମିଳିଥିବା ଖବର ମୁତାବକ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷଣା ଓ ବିଶ୍ଳେଷଣ ଶାଖା ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଚଳିତମାସ ୨୬ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏଥିରେ ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣର ଲାଭ ଉପରେ ଅଙ୍କୁଶ ଲଗାଇବା ନେଇ ଆଲୋଚନା ହେବ । ଏହିସବୁ ଉପକରଣର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଉପରେ ସୀମା ଲାଗୁ ପାଇଁ କିଛି ମହଲରୁ ଦାବି ଉଠୁଥିବା ବେଳେ ସରକାର କିନ୍ତୁ ବାଣିଜ୍ୟିକ ଲାଭକୁ ସଂକୁଚିତ ଲାଗି ଯୋଜନା କରିଛନ୍ତି ।

ସମ୍ବନ୍ଧିତ ଖବର