PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

୧୪ ଫେବୃୟାରୀ ସହ ରହିଛି ଭଗତ ସିଂହଙ୍କ ଏହି ସମ୍ପର୍କ

source:www.nayadaur.tv

ଗତ କିଛି ବର୍ଷ ଧରି ୧୪ ଫେବୃୟାରୀରେ ଏକ ନୂଆ ପର୍ବ ପାଳନ ହେଉଛି । ଭାଲେଣ୍ଟାଇନ୍ସ ଡେର ବିରୋଧ  । କିଛି ଲୋକଙ୍କ ମନରେ ବିଦେଶୀମାନଙ୍କୁ ଏବଂ ବିଦେଶୀଦ୍ରବ୍ୟ ପ୍ରତି ଏତେ ଭୟ ରହିଯାଇଛି ଯେ ବିଦେଶରୁ ଆସୁଥିବା ସବୁ ଜିନିଷ ତାଙ୍କୁ ଭାଇରସ୍ ପରି ଲାଗୁଛି । ଏହାର ଉଦାହରଣ ହେଉଛି ଏକ ମେସେଜ୍ । ଯାହା ପ୍ରତି ବର୍ଷ ୧୪ ଫେବୃୟାରୀ ପୂର୍ବରୁ ସୋସିଆଲ ମିଡିଆରେ ଘୁରିବୁଲୁଛି । ମେସେଜରେ ଲୋକଙ୍କୁ ଆବେଦନ କରାଯାଉଛି ଯେ ୧୪ ଫେବୃୟାରୀକୁ ଶହୀଦ ଦିବସ ପାଳନ କରନ୍ତୁ କାରଣ ଏହି ଦିନ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ହୋଇଥିଲା ।

୧୪ ଫେବୃୟାରୀ ସହିତ ଭଗତ ସିଂହଙ୍କ ସମ୍ପର୍କ
ଆପଣଙ୍କୁ କହିରଖୁଛୁ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ୨୩ ମାର୍ଚ୍ଚରେ ଫାଶୀ ଦିଆଯାଇଥିଲା । କିନ୍ତୁ ୧୪ ଫେବୃୟାରୀ ସହିତ ମଧ୍ୟ ତାଙ୍କର ସମ୍ପର୍କ ରହିଛି ।

ପଣ୍ଡିତ ମାଲବୀୟ ଭାଇସରାୟ ଇରବିନଙ୍କୁ ମାନବିକତାର ଶପଥ ଦେଇଥିଲେ
୧୪ ଫେବୃୟାରୀ ୧୯୩୧ । ପଣ୍ଡିତ ମୋହନ ମାଲବୀୟ । ଏ ହେଉଛନ୍ତି ସେହି ମାଲବୀୟ ଯିଏ ବନାରସରେ ୟୁନିର୍ଭସିଟି ନିର୍ମାଣ କରିଥିଲେ । ବନାରସ ହିନ୍ଦୁ ୟୁନିର୍ଭସିଟି BHU । ଏହି ସମୟରେ ଭାରତର ଭାଇସରାଏ ଥିଲେ ଇରବିନ୍ । ମାଲବିୟ ଇରବିନଙ୍କ ସାମ୍ନାରେ ଏକ ଆବେଦନ ଦାୟର କରିଥିଲେ । ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ଦଣ୍ଡ କ୍ଷମା ପାଇଁ ଆବେଦନ କରିଥିଲେ । କହିଥିଲେ ଯେ ଭାଇରାସରାଏ ନିଜ କ୍ଷମତାକୁ ବ୍ୟବହାର କରି ତାଙ୍କ ଫାଶୀର ଦଣ୍ଡକୁ କ୍ଷମା କରିଦିଅନ୍ତୁ । ମାଲବୀୟ ଇରବିନଙ୍କୁ ମାନବିକତାର ଶପଥ ଦିଆଇଥିଲେ ।

ଅର୍ଥାତ୍ ୧୪ ଫେବୃୟାରୀରେ ଭଗତ ସିଂହ ଓ ତାଙ୍କ ବନ୍ଧୁମାନଙ୍କ ଦଣ୍ଡକୁ କ୍ଷମା କରିବା ପାଇଁ ଆବେଦନ କରାଯାଇଥିଲା । ତେବେ ଏହା ପରେ ତ କଣ ହେଲା ଆପଣମାନେ ଜାଣନ୍ତି । ତେବେ କହିରଖୁଛୁ ୨୩ ମାର୍ଚ୍ଚ ୨୩ ମାର୍ଚ୍ଚରେ ହିଁ ପଡେ ଫେବୃୟାରୀ ୧୪ରେ ନୁହେଁ । ତେବେ କାହିଁକି କିଛି ଲୋକେ ସୋସିଆଲ ମିଡିଆରେ ଫେବୃୟାରୀ ୧୪କୁ ଶହୀଦ ଦିବସ କହି ପାଳନ କରିବାକୁ କହୁଛନ୍ତି କେବଳ ସେମାନେ ହିଁ କହିପାରିବେ ।

ସମ୍ବନ୍ଧିତ ଖବର